ଆସ୍ଥା ଭୋଟ ପୂର୍ବରୁ କ’ଣ କହିଲେ ୟେଦ୍ୟୁରପ୍ପା, ପଢନ୍ତୁ

ବେଙ୍ଗାଲୁରୁ: ଏକ ଭିନ୍ନ ମୋଡ଼ରେ କର୍ଣ୍ଣାଟକ ହାଇଡ୍ରାମା ଅନ୍ତ ଘଟିଛି ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ର୍ଣ୍ଣାଟକ ବିଧାନସଭାରେ  ଆସ୍ଥାଭୋଟ୍‌ରେ ସମ୍ମୁଖୀନ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା। ଏହା ପୂର୍ବରୁ ସେ ବିଧାନସଭାରେ ଭାବଗର୍ଭକ ଭାଷଣ ରଖିଥିଲେ। ସେ କହିଥିଲେ ମତଦାନ ବିଜେପି ସପକ୍ଷରେ ଥିବା ବେଳେ କଂଗ୍ରେସ ଓ ଜେଡିଏସ୍‌ର ଅନୈତିକ ମେଣ୍ଟ ଏହାକୁ ରୋକିବାକୁ ଚେଷ୍ଟା କରିଛନ୍ତି। ସେ କହିଥିଲେ ଯେ, ମୁଁ ଏବେ ଇସ୍ତଫା ଦେବାକୁ ଯାଉଛି। ସେ […]

attack

attack

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 06:40 PM IST

Sports

Latest News

ବେଙ୍ଗାଲୁରୁ: ଏକ ଭିନ୍ନ ମୋଡ଼ରେ କର୍ଣ୍ଣାଟକ ହାଇଡ୍ରାମା ଅନ୍ତ ଘଟିଛି ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ର୍ଣ୍ଣାଟକ ବିଧାନସଭାରେ  ଆସ୍ଥାଭୋଟ୍‌ରେ ସମ୍ମୁଖୀନ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା। ଏହା ପୂର୍ବରୁ ସେ ବିଧାନସଭାରେ ଭାବଗର୍ଭକ ଭାଷଣ ରଖିଥିଲେ। ସେ କହିଥିଲେ ମତଦାନ ବିଜେପି ସପକ୍ଷରେ ଥିବା ବେଳେ କଂଗ୍ରେସ ଓ ଜେଡିଏସ୍‌ର ଅନୈତିକ ମେଣ୍ଟ ଏହାକୁ ରୋକିବାକୁ ଚେଷ୍ଟା କରିଛନ୍ତି। ସେ କହିଥିଲେ ଯେ, ମୁଁ ଏବେ ଇସ୍ତଫା ଦେବାକୁ ଯାଉଛି। ସେ କହିଥିଲେ ଯେ, ମୋର ପୂରା ଜୀବନ କର୍ଣ୍ଣାଟକବାସୀଙ୍କ ବିକାଶ ପାଇଁ ଉତ୍ସର୍ଗ କରିଛି।  ମୁଁ ସମଗ୍ର କର୍ଣ୍ଣାଟକର କୋଣ ଅନୁକୋଣ ବୁଲିଛି।

ଆମକୁ ସମଗ୍ର ରାଜ୍ୟରେ ଅଦ୍ଭୁତପୂର୍ବ ସଫଳତା ମିଳିଛି। ମୁଁ ପ୍ରତିଜ୍ଞା କରୁଛି  ୨୦୧୯ରେ କର୍ଣ୍ଣାଟକରେ ୨୮ ଟି ଏମପି ସିଟ୍‌ରୁ ୨୮ଟି ଯାକ ଜିତିବୁ। ମୁଁ ଭାଙ୍ଗିପଡ଼ିନି। ସଂଘର୍ଷ ଜାରି ରଖିବି।  କର୍ଣ୍ଣାଟକର  ଯାତ୍ରା ସମୟରେ ମୁଁ ଲୋକଙ୍କ ଆଖିରେ ସେମାନଙ୍କ କଷ୍ଟ, ଯନ୍ତ୍ରଣା ଦେଖିଛି, ହୃଦୟଙ୍ଗମ କରିଛି  ଆଉ ପରଖିଛି ମଧ୍ୟ। କଂଗ୍ରେସ ସରକାର ସମୟରେ ରାଜ୍ୟର କୃଷକମାନେ କିଭଳି ସମସ୍ୟାରେ ଜର୍ଜରିତ ହୋଇଛନ୍ତି ତାହା ମୁଁ ନିଜ ଆଖିରେ ଦେଖିଛି।  ଏମିତି କି ଚାଷୀମାନେ ପା଼ଣିମୁନ୍ଦେ ପିଇବାକୁ ପାଇ ନାହାନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟର ମୋଟ ୨୨୪ ଆସନରୁ ୨୨୨ ଆସନରେ ମତଦାନ ହୋଇଥିଲା। ଏଥିରୁ ବିଜେପି ୧୦୪ଟି ଆସନ ହାସଲ କରି ସବୁଠାରୁ ବଡ଼ ଦଳ ହୋଇଥିବା ବେଳେ କଂଗ୍ରେସକୁ ୭୮ ଏବଂ ଜେଡିଏସ୍‌କୁ ୩୮ଟି ଆସନ ମିଳିଛି। ଅନ୍ୟମାନେ ୨ଟି ଆସନ ଅକ୍ତିଆର କରିଛନ୍ତି। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୨ ଆବଶ୍ୟକ।  ହେଲେ  ବିଜେପି ୮ଟି ଆସନ ପଛରେ ରହିଥିଲା। ଏହାରି ଭିତରେ ସରକାର ଗଠନ ଲାଗି ବିଜେପି ଦାବି କରିବା ପରେ କର୍ଣ୍ଣାଟକ ରାଜ୍ୟପାଳ ୟେଦ୍ୟୁରପ୍ପାଙ୍କୁ ଆପନ୍ତ୍ରଣ କରିଥିଲେ।

ମୁଖ୍ୟମନ୍ତ୍ରୀଭାବେ ୟେଦ୍ୟୁରପ୍ପା ଶପଥ ନେବା ପରେ କଂଗ୍ରେସ ଏହାକୁ ଅସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟ ଜାଇଥିଲା।  ଆଜି ଅପରାହ୍ନରେ କର୍ଣ୍ଣାଟକ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ  ୟେଦ୍ୟୁରପ୍ପାଙ୍କ  ନିର୍ଦ୍ଦେଶ ଦେଇଥିଲେ  ସୁପ୍ରିମକୋର୍ଟ। ବହୁମତ ସାବ୍ୟସ୍ତ କରିବାକୁ ଅଧିକ ଦିନ ଦେବାକୁ ବିଜେପି କରିଥିବା ଆବେଦନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ କଂଗ୍ରେସର ଆବେଦନକୁ ଗ୍ରହଣ କରି ରାତିରେ ହିଁ ସୁପ୍ରିମକୋର୍ଟ ବସିଥିଲା। ଗୁରୁବାର ରାତି ୧ଟା ୪୫ମିନିଟ୍‌ରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ଏହା ସକାଳ ୫ଟା ପର୍ଯ୍ୟନ୍ତ ଚାଲିଥିଲା। କୋର୍ଟ  ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉତ୍ସବ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ।  ଆଉ ଶନିବାର ନିଜର ବହୁମତ ସାବ୍ୟସ୍ତ କରିବାକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story