ବଜେଟ ଆଉ ୨ ଦିନ: ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ପାଇଁ କ’ଣ ରହିବ

ନୂଆଦିଲ୍ଲୀ: ଆଉ ୨ ଦିନ ଅର୍ଥାତ ଫେବୃଆରୀ ୧ରେ ମୋଦି-୨ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେଉଁ ବର୍ଗ ପାଇଁ କ’ଣ ଘୋଷଣା କରିବେ, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି। ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ର ପାଇଁ ମୋଦି ସରକାର ଏଥର କ’ଣ ବ୍ୟବସ୍ଥା କରିଛନ୍ତି, ତା’ ଉପରେ ବି ସମସ୍ତଙ୍କ ନଜର ରହିବ। କାରଣ ଏହି କ୍ଷେତ୍ରର ବିକାଶ […]

ngf

ngf

Hemant Lenka
  • Published: Wednesday, 29 January 2020
  • Updated: 29 January 2020, 07:14 PM IST

Sports

Latest News

ନୂଆଦିଲ୍ଲୀ: ଆଉ ୨ ଦିନ ଅର୍ଥାତ ଫେବୃଆରୀ ୧ରେ ମୋଦି-୨ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେଉଁ ବର୍ଗ ପାଇଁ କ’ଣ ଘୋଷଣା କରିବେ, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି।

ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ର ପାଇଁ ମୋଦି ସରକାର ଏଥର କ’ଣ ବ୍ୟବସ୍ଥା କରିଛନ୍ତି, ତା’ ଉପରେ ବି ସମସ୍ତଙ୍କ ନଜର ରହିବ। କାରଣ ଏହି କ୍ଷେତ୍ରର ବିକାଶ ହେଲେ ଏହା ଦେଶର ଅଭିବୃଦ୍ଧିକୁ ବଢ଼ାଇବା ସହ ଲୋକଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି।

ତେଣୁ ପୂର୍ଣ୍ଣାଙ୍ଗ ବଜେଟରେ ଚାଷୀଙ୍କ ଦୁଃଖ ଲାଘବ ପାଇଁ ସୀତାରମଣ କେଉଁ କେଉଁ ପଦକ୍ଷେପ ନେଉଛନ୍ତି ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ କେଉଁ ସବୁ ଉପାୟ ଆପଣାଉଛନ୍ତି ତା’କୁ ସାରା ଦେଶ ଚାତକ ଭଳି ଚାହିଁ ରହିଛି।

୨୦୧୯ରେ ଦେଶର ବିଭିନ୍ନ ପ୍ରାନ୍ତରେ ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ତା ସାଙ୍ଗକୁ ଧାନ ବିକ୍ରି ସମସ୍ୟା ମଧ୍ୟ ଚାଷୀଙ୍କୁ ନାନା କଷ୍ଟ ଦେଇଛି। ତେଣୁ ଚାଷୀକୁ ଦୁର୍ଦ୍ଦଶାର ଚକ୍ରବ୍ୟୁହରୁ ରକ୍ଷା କରିବା ପାଇଁ ଅର୍ଥମନ୍ତ୍ରୀ ସୀତାରମଣ କେଉଁ ରଣନୀତି ଆପଣାଇବେ? କୃଷି ଓ ଆନୁସାଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି, ଗତ ୨ ବର୍ଷରେ ୬.୩ରୁ ୨.୯ ପ୍ରତିଶତକୁ ଖସିଥିବା ବେଳେ, ଦେଶରେ ପିଆଜ ଓ ପନିପରିବା ଦର ମଧ୍ୟ ବେଲଗାମ୍ ହୋଇଛି।

ଏଭଳି ସ୍ଥିତିରେ ସାର, ବିହନ ଓ କୃଷି ଯନ୍ତ୍ରପାତିରେ ସଂପୂର୍ଣ୍ଣ ଜିଏସଟି ଛାଡ଼, ଧାନ ଓ ଗହମର ଦର ବୃଦ୍ଧି, ଆଦିବାସୀ ଓ ଅଣ ଜଳସେଚିତ ଅଞ୍ଚଳକୁ ପ୍ରାଥମିକତା, ଗ୍ରାମାଞ୍ଚଳରେ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା, କୃଷିଜାତ ଶିଳ୍ପକୁ ଅଗ୍ରାଧିକାର ଏବଂ କୃଷିଜାତ ସାମଗ୍ରୀ ପାଇଁ ଡିଜିଟାଲ୍ ବଜାର ସୁବିଧା ଆଦି ଏବେ ପ୍ରମୁଖ ଆବଶ୍ୟକତା ହୋଇପଡ଼ିଛି। ସେହିପରି ଦେଶର ମାନ୍ଦାବସ୍ଥାକୁ ଦୂର କରିବାକୁ ହେଲେ କୃଷି କ୍ଷେତ୍ରରେ ପୁଞ୍ଜିନିବେଶ ହିଁ ଏକମାତ୍ର ବିକଳ୍ପ ବୋଲି ଅନେକ ଚାଷୀ ନେତା କହିଛନ୍ତି।

ଅନ୍ୟପକ୍ଷରେ ଦେଶର ଅନ୍ୟତମ ମେରୁଦଣ୍ଡ ଶିକ୍ଷା ହୋଇଥିଲେ ବି, ଜିଡିପିର ମାତ୍ର ୪.୬ ପ୍ରତିଶତ ଏଥିରେ ଖର୍ଚ୍ଚ ହେଉଛି, ଯାହା କି ଅନ୍ୟ ବିକଶିତ ଦେଶ ତୁଳନାରେ ଢେର କମ୍। ତେଣୁ ଶିକ୍ଷାକ୍ଷେତ୍ରର ବ୍ୟୟ ବୃଦ୍ଧି ସହ ଟେକ୍ନୋଲଜି ଓ ଡିଜିଟାଲ୍ ଶିକ୍ଷା ଉପରେ ମୋଦି-୨ ସରକାର ବଜେଟରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇପାରନ୍ତି। ଅନ୍ୟପକ୍ଷରେ ସ୍ମାର୍ଟ କ୍ଲାସରୁମ ଓ ଆଧୁନିକ ଲ୍ୟାବ ପ୍ରତିଷ୍ଠା ଓ ଅନଲାଇନ୍ ଶିକ୍ଷାରେ ଲାଗୁ ଜିଏସଟିକୁ ୧୮ରୁ ୫ ପ୍ରତିଶତକୁ ହ୍ରାସ ଏବଂ ଶିକ୍ଷା ଋଣ ରିହାତି ବୃଦ୍ଧି କରାଯିବା ଦରକାର ବୋଲି ଶିକ୍ଷାବିତମାନେ ମତ ରଖିଛନ୍ତି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶର ଦୁରାବସ୍ଥାକୁ ପଦାରେ ପକାଇଥିଲା ରାଜସ୍ଥାନ କୋଟା ହସ୍ପିଟାଲରେ ଗତବର୍ଷ ୯୬୩ ଶିଶୁଙ୍କ ମୃତ୍ୟୁ ଘଟଣା। ତେଣୁ ଏଥର ବଜେଟରେ ଚାଇଲ୍ଡ କେୟାର୍ ଉପରେ ସ୍ୱତନ୍ତ୍ର ଫୋକସ୍ ରହିପାରେ। ମେଡିକାଲ୍ ଭିତ୍ତିଭୂମି ବିକାଶ, ରୋଗ ନିରୂପଣ ଖର୍ଚ୍ଚ ହ୍ରାସ ଓ ହୋମ୍ ହେଲଥ କେୟାରକୁ ଆୟୁଷ୍ମାନ ଭାରତ ଅଧୀନକୁ ଆଣିବାକୁ ବଜେଟରେ ବ୍ୟବସ୍ଥା କରାଯିବ ବୋଲି ସମସ୍ତେ ଆଶା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos