ଏବେ ହ୍ୱାଟ୍ସଆପ୍‌ରେ କରିପାରିବେ ଗ୍ରୁପ୍‌ ଭିଡିଓ କଲିଂ: ଜାଣନ୍ତୁ ଫର୍ମୁଲା

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ ଆଣିଲା ନୂଆ ଫିଚର। ଏବେ ଗ୍ରୁପ୍‌ରେ କରିପାରିବେ ଭିଡିଓ କଲିଂ। ଏହି ଫିଚର ଉଭୟ ଆଣ୍ଡ୍ରଏଡ ଓ ios ପାଇଁ ଉପଲବ୍ଧ କରାଯାଇଛି। ଚଳିତ ମାସ ଆରମ୍ଭରେ କମ୍ପାନୀ ଏହାର ଘୋଷଣା କରିଥିଲା। ଆସନ୍ତୁ ଜାଣିବା କେମିତି କରିବେ ଗ୍ରୁପ୍‌ ଭିଡିଓ କଲିଂ। ଏହି ନୂଆ ଗ୍ରୁପ ଭିଡିଓ କଲ୍‌ରେ ୟୁଜର ଏକାସଙ୍ଗେ ଯେତେଜଣଙ୍କୁ ଚାହିଁବେ ଭିଡିଓ କଲ୍‌ କରିପାରିବେ। ଅର୍ଥାତ୍‌ ଏଥର ଭିଡିଓ କଲ୍‌ ସାହାଯ୍ୟରେ ଥରକରେ ଅନେକ ଲୋକଙ୍କ ସହ କଥା […]

whtsaap

whtsaap

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 02:43 PM IST

Sports

Latest News

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ ଆଣିଲା ନୂଆ ଫିଚର। ଏବେ ଗ୍ରୁପ୍‌ରେ କରିପାରିବେ ଭିଡିଓ କଲିଂ। ଏହି ଫିଚର ଉଭୟ ଆଣ୍ଡ୍ରଏଡ ଓ ios ପାଇଁ ଉପଲବ୍ଧ କରାଯାଇଛି। ଚଳିତ ମାସ ଆରମ୍ଭରେ କମ୍ପାନୀ ଏହାର ଘୋଷଣା କରିଥିଲା। ଆସନ୍ତୁ ଜାଣିବା କେମିତି କରିବେ ଗ୍ରୁପ୍‌ ଭିଡିଓ କଲିଂ।

ଏହି ନୂଆ ଗ୍ରୁପ ଭିଡିଓ କଲ୍‌ରେ ୟୁଜର ଏକାସଙ୍ଗେ ଯେତେଜଣଙ୍କୁ ଚାହିଁବେ ଭିଡିଓ କଲ୍‌ କରିପାରିବେ। ଅର୍ଥାତ୍‌ ଏଥର ଭିଡିଓ କଲ୍‌ ସାହାଯ୍ୟରେ ଥରକରେ ଅନେକ ଲୋକଙ୍କ ସହ କଥା ହୋଇପାରିବେ।  ଏହି ଫିଚରକୁ ବ୍ୟବହାର କରିବା ପାଇଁ ଆଣ୍ଡ୍ରଏଡ୍ ୟୁଜରଙ୍କୁ ୨.୧୮.୧୪୫ ଭର୍ଜନରେ ହ୍ୱାଟ୍ସଆପ୍‌ ଅପଡେଟ୍‌ କରିବାକୁ ପଡ଼ିବ। ଯଦି ଆପଣ iso ୟୁଜର ତେବେ ଆପଣଙ୍କୁ ୨.୧୮.୫୨ ଭର୍ଜନରେ ଅପଡେଟ କରିବାକୁ ପଡ଼ିବ।

WABetaInfo ଅନୁଯାୟୀ ହ୍ୱାଟ୍ସଆପ୍ ଅପଡେଟ କରିବା ପରେ ମଧ୍ୟ ଏହା କମ କରୁନାହିଁ। ଯଦି ଆପଣଙ୍କର ବି ଏଭଳି ସମସ୍ୟା ଦେଖାଦେଉଛି ତେବେ ପ୍ରଥମେ ହ୍ୱାଟ୍ସଆପ ଅନ୍‌ କରନ୍ତୁ। ବର୍ତ୍ତମାନ କଣ୍ଟାକ୍ଟ ଲିଷ୍ଟରେ ଯାହାକୁ କଲ୍‌ କରିବାକୁ ଚାହିଉଛନ୍ତି ତାଙ୍କୁ ସିଲେକ୍ଟ କରନ୍ତୁ। ତା'ପରେ ଭିଡିଓ କଲ୍‌ ଅପ୍‌ସନ୍‌ ଉପରେ କ୍ଲିକ କରନ୍ତୁ। ଏବେ ଦେଖିବେ ‘Add Participant’ର ଏକ ବିକଳ୍ପ ଦେଖାଯିବ। ଏହା ଉପରେ କ୍ଲିକ କରି ଯାହାକୁ ଛାହିଁବେ ଆଡ୍‌ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos