କେବେ ଭାରତୀୟଙ୍କୁ ମିଳିବ କରୋନା ଟିକା? ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟ ରଖିଲେ ଉତ୍ତର

ନୂଆଦିଲ୍ଲୀ: ଭାରତୀୟମାନଙ୍କୁ କେବେ କରୋନା ଟିକା ମିଳିବ, ତା’କୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଏସବୁ ଭିତରେ କରୋନା ଟିକା କେବେ ଆସିବ, ତା’ର ଉତ୍ତର ଆଜି ଅକ୍ସଫୋର୍ଡ ଟିକାର ଉତ୍ପାଦନ ଦାୟିତ୍ୱ ନେଇଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଅଦର ପୋନାୱାଲ୍ଲା ଦେଇଛନ୍ତି। ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଟିକାର ଉତ୍ପାଦନ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଶେଷ ହୋଇଯିବ। ସେହିପରି […]

d

d

Hemant Lenka
  • Published: Wednesday, 28 October 2020
  • Updated: 28 October 2020, 06:58 PM IST

ନୂଆଦିଲ୍ଲୀ: ଭାରତୀୟମାନଙ୍କୁ କେବେ କରୋନା ଟିକା ମିଳିବ, ତା’କୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଏସବୁ ଭିତରେ କରୋନା ଟିକା କେବେ ଆସିବ, ତା’ର ଉତ୍ତର ଆଜି ଅକ୍ସଫୋର୍ଡ ଟିକାର ଉତ୍ପାଦନ ଦାୟିତ୍ୱ ନେଇଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଅଦର ପୋନାୱାଲ୍ଲା ଦେଇଛନ୍ତି।

ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଟିକାର ଉତ୍ପାଦନ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଶେଷ ହୋଇଯିବ। ସେହିପରି ୨୦୨୧ର ଦ୍ୱିତୀୟ କିମ୍ବା ତୃତୀୟ କ୍ୱାର୍ଟରରେ ୧୦୦ ମିଲିୟନ ଡୋଜ୍‌ ବ୍ୟବହାର ପାଇଁ ଉପଲବ୍ଧ ହେବ।

ଯଦି ଆମେ ଜରୁରୀ କାଳୀନ ବ୍ୟବହାରର ଲାଇସେନ୍ସର ପାଇଁ ଆବେଦନ କରିବୁ ନାହିଁ, ତା’ହେଲେ ଆମର ଟ୍ରାଏଲ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ। ଏହାପରେ ବ୍ରିଟେନର ଟ୍ରାଏଲ ଅନୁସାରେ ଆମେ ଭାରତରେ ଏହାକୁ ୨୦୨୧ ଜାନୁଆରୀରେ ସମ୍ଭବତଃ ଲଞ୍ଚ କରିପାରିବୁ।

ବ୍ରିଟେନ ପକ୍ଷରୁ ଆସନ୍ତା ୨ ସପ୍ତାହ ମଧ୍ୟରେ ଟିକା କେତେ ସୁରକ୍ଷିତ, ତା’ର ତଥ୍ୟ ପ୍ରଦାନ କରିବ। ତଥ୍ୟ ମିଳିବା ପରେ ଭାରତରେ ଆମେ ଜରୁରୀ କାଳୀନ ବ୍ୟବହାର ପାଇଁ ୩ରୁ ୪ ସପ୍ତାହ ମଧ୍ୟରେ ଆବେଦନ କରିବୁ। ଭାରତ ସରକାର ମଧ୍ୟ ଜରୁରୀ କାଳୀନ ଭିତ୍ତିରେ ଟିକାର ବ୍ୟବହାର ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

ଯଦି ସେମିତି ନହୁଏ, ତା’ହେଲେ ଭାରତରେ ଡିସେମ୍ବର ଶେଷ ବେଳକୁ ଟିକାର ଟ୍ରାଏଲ ଶେଷ ହୋଇଯିବ। ଏହାପରେ ୨୦୨୧ ଦ୍ୱିତୀୟ କ୍ୱାର୍ଟର କିମ୍ବା ୩ୟ କ୍ୱାର୍ଟର ସୁଦ୍ଧା ୧୦୦ ବିଲିୟନ ଡୋଜ କରୋନା ଟିକା ପ୍ରସ୍ତୁତ କରିବାକୁ ଆମେ ଲକ୍ଷ୍ୟ ରହିଛି। ହେଲେ ସବୁ କିଛି ଟ୍ରାଏଲ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos