ପରାଜୟ ସତ୍ତ୍ୱେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତ ହେଉଛି ହ୍ୱାଇଟହାଉସ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ପଦ ପାଇଁ ହୋଇଥିବା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ପରାସ୍ତ ହୋଇଛନ୍ତି। ତଥାପି ସେ ନିଜ ଗାଦି ଛାଡ଼ୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଏବେ ହ୍ୱାଇଟ ହାଉସ୍‌ରେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତ ଆରମ୍ଭ କରାଯାଇଛି। ଶୁକ୍ରବାର ହ୍ୱାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ରେଡ ପରାମର୍ଶଦାତା ପିଟର ନାଭରୋ କହିଛନ୍ତି, ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ ବୋଲି ଆମର ଆଶା […]

bb

bb

Hemant Lenka
  • Published: Saturday, 14 November 2020
  • Updated: 14 November 2020, 06:39 PM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ପଦ ପାଇଁ ହୋଇଥିବା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ପରାସ୍ତ ହୋଇଛନ୍ତି। ତଥାପି ସେ ନିଜ ଗାଦି ଛାଡ଼ୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଏବେ ହ୍ୱାଇଟ ହାଉସ୍‌ରେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତ ଆରମ୍ଭ କରାଯାଇଛି। ଶୁକ୍ରବାର ହ୍ୱାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ରେଡ ପରାମର୍ଶଦାତା ପିଟର ନାଭରୋ କହିଛନ୍ତି, ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ ବୋଲି ଆମର ଆଶା ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେ ହ୍ୱାଇଟ ହାଉସରେ ପ୍ରସ୍ତୁତି ଆରମ୍ଭ କରି ଦେଇଛୁ। ହ୍ୱାଇଟ ହାଉସର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କର ଧାରଣା ଯେ ଟ୍ରମ୍ପ ଏଠାରେ ହିଁ ପୁଣିଥରେ କାର୍ଯ୍ୟ କରିବେ।

ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ୪ ଦିନ କାଳ ଭୋଟ ଗଣତି ପରେ ଆମେରିକା ଗଣମାଧ୍ୟମ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କୁ ବିଜୟୀ ଘୋଷଣା କରିଛନ୍ତି। ବିଜୟ ଘୋଷଣାକୁ ସପ୍ତାହେ ବିତି ଯାଇଥିଲେ ହେଁ ଟ୍ରମ୍ପ ଆଜି ଯାଏ ପରାଜୟ ସ୍ୱୀକାର କରିନାହାନ୍ତି।

ଭୋଟ ଗଣତିରେ ହେରଫେର ହୋଇଥିବା ଟ୍ରମ୍ପ ଅଭିଯୋଗ କରିବା ସହ ସୁପ୍ରିମକୋର୍ଟ ଯିବେ ବୋଲି ଧମକ ଦେଇଛନ୍ତି। ହେଲେ ସେ ଏଯାଏ ହେରଫେରର କୌଣସି ପ୍ରମାଣ ସାର୍ବଜନୀନ କରିନାହାନ୍ତି। ଏସବୁ ଭିତରେ ପିଟର କହିଛନ୍ତି, ଆମେ ଚାହୁଁଛୁ ଯେ ବାଲଟରର ପୁନଃ ଗଣତି ହେଉ। ଭୋଟ ଗଣତିରେ ହୋଇଥିବା ହେରଫେରର ତଦନ୍ତ କରାଯାଉ। ସାକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇ ଦେଲେ ସେମାନେ ମଧ୍ୟ ହେରଫେର ସମ୍ପର୍କରେ ବୟାନ ଦେବେ। ଆମର ଆଶା ସତ୍ୟର ବିଜୟ ହେବ ଓ ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos