ଏସିଆରେ କାହାର ଶକ୍ତି କେତେ, ଜାଣନ୍ତୁ କେଉଁ ଦେଶ କେତେ ନମ୍ବରରେ ଅଛନ୍ତି

ସିଡନୀ: ଏସିଆ ପ୍ୟାସିଫିକ୍‌ରେ କେଉଁ ଦେଶ କେତେ ଶକ୍ତିଶାଳୀ ଓ ଏସିଆ ମହାଦେଶରେ ନିଜର ପ୍ରଭାବ ବିସ୍ତାର କରିଛି, ତା’ର ରିପୋର୍ଟ ପ୍ରକାଶ ପାଇଛି। ଗୋଟିଏ ସର୍ଭେରୁ ଜଣାପଡ଼ିଛି ଯେ ଏସିଆରେ ଚାଇନା ତା’ର ପ୍ରଭାବ ବିସ୍ତାର ଜୋରସୋରରେ କରିବାରେ ଲାଗିଛି। ଆମେରିକା ଏବେ ବି ଏକ ନମ୍ବର ସ୍ଥାନରେ ରହିଛି। କିନ୍ତୁ କୋଭିଡ୍‌ ପରିଚାଳନାରେ ଆମେରିକା ଫେଲ ମାରିବା ପରେ ଚାଇନାର କର୍ତ୍ତୃତ୍ୱ ଏସିଆରେ ବୃଦ୍ଧି ପାଇବାରେ ଲାଗିଛି। କହିବାକୁ ଗଲେ ଆମେରିକାକୁ ଅତିକ୍ରମ କରିବା […]

u

u

Hemant Lenka
  • Published: Monday, 19 October 2020
  • Updated: 19 October 2020, 03:04 PM IST

Sports

Latest News

ସିଡନୀ: ଏସିଆ ପ୍ୟାସିଫିକ୍‌ରେ କେଉଁ ଦେଶ କେତେ ଶକ୍ତିଶାଳୀ ଓ ଏସିଆ ମହାଦେଶରେ ନିଜର ପ୍ରଭାବ ବିସ୍ତାର କରିଛି, ତା’ର ରିପୋର୍ଟ ପ୍ରକାଶ ପାଇଛି। ଗୋଟିଏ ସର୍ଭେରୁ ଜଣାପଡ଼ିଛି ଯେ ଏସିଆରେ ଚାଇନା ତା’ର ପ୍ରଭାବ ବିସ୍ତାର ଜୋରସୋରରେ କରିବାରେ ଲାଗିଛି। ଆମେରିକା ଏବେ ବି ଏକ ନମ୍ବର ସ୍ଥାନରେ ରହିଛି। କିନ୍ତୁ କୋଭିଡ୍‌ ପରିଚାଳନାରେ ଆମେରିକା ଫେଲ ମାରିବା ପରେ ଚାଇନାର କର୍ତ୍ତୃତ୍ୱ ଏସିଆରେ ବୃଦ୍ଧି ପାଇବାରେ ଲାଗିଛି। କହିବାକୁ ଗଲେ ଆମେରିକାକୁ ଅତିକ୍ରମ କରିବା ସ୍ଥିତିରେ ଚାଇନା ପହଞ୍ଚି ଯାଇଛି।

ଏସିଆର ସୁପରପାୱାର ତାଲିକାରେ ଆମେରିକା ୧ନଂ ସ୍ଥାନରେ ଥିବା ବେଳେ ଚାଇନା ମାତ୍ର ୫ ପଏଣ୍ଟ ପଛରେ ରହିଛି। ଦୁଇ ବର୍ଷ ତଳେ ଏହି ଦୁଇ ଦେଶ ମଧ୍ୟରେ ଦୂରତା ବେଶ ଅଧିକ ରହିଥିଲା। ଏପରି କି ଆମେରିକା ଠାରୁ ଚାଇନା ୧୦ ପଏଣ୍ଟ ଆଗରେ ରହିଥିଲା। ସିଡ୍‌ନୀରେ ଅବସ୍ଥାପିତ ଲୋୱେ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶ ପାଇଥିବା ଏସିଆ ପାୱାର ସୂଚକାଙ୍କ ୨୦୨୦ରେ ଏଭଳି ତଥ୍ୟ ଦିଆଯାଇଛି। ତାଲିକାରେ ୨୬ଟି ଦେଶକୁ ସାମିଲ କରାଯାଇଛି।

ତାଲିକା ଅନୁଯାୟୀ, ଆମେରିକା ୮୧.୬ ପଏଣ୍ଟ ସହ ଏସିଆରେ ନିଜର ବ୍ୟବସାୟିକ ଓ ଅର୍ଥନୀତିକ ପ୍ରଭାବ ଦେଖାଉଥିବା ଦେଶଗୁଡ଼ିକ ତାଲିକାରେ ୧ ନଂ ସ୍ଥାନରେ ରହିଛି। ଚାଇନା ପାଖରେ ୭୬.୧ ପଏଣ୍ଟ ରହିଛି। ଏହି ଦୁଇ ଦେଶ ସୁପର ପାୱାର ତାଲିକାରେ ରହିଛନ୍ତି।

ମେଜର ପାୱାର ତାଲିକାରେ ଜାପାନ ୪୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ମଧ୍ୟମ ପାୱାର ତାଲିକାରେ ଭାରତ ରହିଛି। ଭାରତ ପାଖରେ ୩୯.୭ ପଏଣ୍ଟ ରହିଛି। ଭାରତ ପଛକୁ ଏସିଆରେ ନିଜର ପ୍ରଭାବ ଦେଖାଉଥିବା ରାଷ୍ଟ୍ରଗୁଡ଼ିକ ତାଲିକାରେ ରୁଷ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଓ ମ୍ୟାଲେସିୟା ରହିଛନ୍ତି।

ସର୍ଭେର ମୁଖ୍ୟ ହେରଭେ ଲେମାହୁ କହିଛନ୍ତି, ଆମେରିକା ତା’ ସ୍ଥାନ ହରାଇବା ପଛରେ ବିଭିନ୍ନ କାରଣ ରହିଛି। ମହାମାରୀ କରୋନାକୁ ମୁକାବିଲା କରିବାରେ ଟ୍ରମ୍ପ ପ୍ରଶାସନ ଫେଲ ମାରିଛି। ସେହିପରି ବ୍ୟବସାୟକୁ ନେଇ ଏକାଧିକ ରାଷ୍ଟ୍ର ସହ ଆମେରିକା ବିବାଦ ସୃଷ୍ଟି ହୋଇଛି। ବହୁମୁଖୀ ଡିଲ ଓ ଏଜେନ୍ସିରୁ ଆମେରିକା ଓହରିବା ଆଦି କାରଣ ଯୋଗୁ ଏସିଆରେ ୱାଶିଂଟନର ପ୍ରଭାବ କମିବାରେ ଲାଗିଛି।

କରୋନା ଯୋଗୁ ପ୍ରଭାବିତ ଆମେରିକାର ଅର୍ଥନୀତି ପ୍ରଭାବିତ ହୋଇଛି। ଏହା ପୁଣି ସୁଧୁରିବାକୁ ୨୦୨୪ ଲାଗିଯିବ। କିନ୍ତୁ ଚାଇନା ବିଶ୍ୱର ଏକମାତ୍ର ଦେଶ ଯାହାର ଅର୍ଥନୀତି ୨୦୨୦ ଶେଷ ବେଳକୁ ହିଁ ସୁଧୁରି ଯାଇଥିବ। ଏଥିଯୋଗୁ ଚାଇନା ତା’ର ପଡ଼ୋଶୀ ମାନଙ୍କ ତୁଳନାରେ ଲାଭରେ ରହିବ ବୋଲି ରିପୋର୍ଟରେ କୁହାଯାଇଛି।

ସର୍ଭେ ସଂସ୍ଥା କହିଛି ଯେ ସୂଚାକଙ୍କରେ ଭାରତ ୪ର୍ଥ ସ୍ଥାନରେ ରହିଛି। ମହାମାରୀ ଯୋଗୁ ଭାରତର ଅର୍ଥନୀତିକ ଅଭିବୃଦ୍ଧି ହ୍ରାସ ପାଇଛି। ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ଚାଇନାର ଅର୍ଥନୀତିର ମାତ୍ର ୪୦%ରେ ରହିଥିବ। ପୂର୍ବରୁ ଏହା ୫୦% ରହିବ ବୋଲି ଆକଳନ କରାଯାଇଥିଲା। କରୋନା ଯୋଗୁ ଭାରତର ଅର୍ଥନୀତି ହ୍ରାସ ପାଇ ସାଂଘାତିକ ସ୍ଥିତିରେ ପହଞ୍ଚିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos