୯୩ ବର୍ଷୀୟ ବୃଦ୍ଧାଙ୍କୁ ଗିରଫ କଲା ପୁଲିସ୍‌, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ: ମୃତ୍ୟୁ ପୂର୍ବରୁ ଆପଣଙ୍କ ଇଚ୍ଛା କ’ଣ ହୋଇପାରେ? ନିଜ ପରିବାର ଲୋକଙ୍କୁ ଦେଖିବା ବା ନିଜର କୌଣସି ପ୍ରିୟ ଖାଦ୍ୟକୁ ଉପଭୋଗ କରିବା। ହେଲେ ବ୍ରିଟେନ୍‌ର ଜଣେ ୯୩ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ପୂର୍ବରୁ ଇଚ୍ଛା ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜୋସେଇ ବାର୍ଡସ ନାମକ ଏହି ୯୩ ବର୍ଷୀୟ ବୃଦ୍ଧା ଜଣଙ୍କ ମୃତ୍ୟୁ ପୂର୍ବରୁ ପୁଲିସ୍‌ ଷ୍ଟେସନରେ କେମିତି ଅନୁଭବ ହୋଇଥାଏ, ସେକଥା ଜାଣିବା ପାଇଁ ଚାହିଁଥିଲେ। ଏଥିପାଇଁ ସେ ପୁଲିସ୍‌କୁ ତାଙ୍କୁ […]

sww

Hemant Lenka
  • Published: Thursday, 27 June 2019
  • , Updated: 27 June 2019, 12:50 PM IST

ଲଣ୍ଡନ: ମୃତ୍ୟୁ ପୂର୍ବରୁ ଆପଣଙ୍କ ଇଚ୍ଛା କ’ଣ ହୋଇପାରେ? ନିଜ ପରିବାର ଲୋକଙ୍କୁ ଦେଖିବା ବା ନିଜର କୌଣସି ପ୍ରିୟ ଖାଦ୍ୟକୁ ଉପଭୋଗ କରିବା। ହେଲେ ବ୍ରିଟେନ୍‌ର ଜଣେ ୯୩ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ପୂର୍ବରୁ ଇଚ୍ଛା ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଜୋସେଇ ବାର୍ଡସ ନାମକ ଏହି ୯୩ ବର୍ଷୀୟ ବୃଦ୍ଧା ଜଣଙ୍କ ମୃତ୍ୟୁ ପୂର୍ବରୁ ପୁଲିସ୍‌ ଷ୍ଟେସନରେ କେମିତି ଅନୁଭବ ହୋଇଥାଏ, ସେକଥା ଜାଣିବା ପାଇଁ ଚାହିଁଥିଲେ। ଏଥିପାଇଁ ସେ ପୁଲିସ୍‌କୁ ତାଙ୍କୁ ଗିରଫ କରିବାକୁ କହିଥିଲେ।

ପ୍ରଥମେ ଏଥିରେ ଅରାଜି ଥିବା ବ୍ରିଟିଶ ପୁଲିସ୍‌ ଶେଷରେ ତାଙ୍କୁ ଗିରଫ କରି ଥାନାକୁ ନେଇଥିଲା। ସେଠାରେ ସେ ହାଜତରେ ରହିବାର ଅଭିଜ୍ଞତା ହାସଲ କରି ବେଶ ଖୁସି ଅନୁଭବ କରିଥିଲେ। ଏଥିସହ ପୁଲିସ୍‌ ତାଙ୍କୁ ଗିରଫ କରିଥିବାରୁ ଧନ୍ୟବାଦ ମଧ୍ୟ ଦେଇଥିଲେ। ବୃଦ୍ଧାଙ୍କ ନାତୁଣୀ ମଧ୍ୟ ଜୋସେଇଙ୍କ ଇଚ୍ଛାକୁ ମ୍ୟାଞ୍ଚେଷ୍ଟର ପୁଲିସ୍‌ ସମ୍ମାନ ଜଣାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।

Related story