ଜଙ୍ଗଲରେ ୪ ଦିନ ଖୋଜିଲେ, ଶେଷରେ ମାଓବାଦୀଙ୍କ କବଳରୁ ସ୍ୱାମୀଙ୍କୁ ଉଦ୍ଧାର କଲେ

ବିଜାପୁର: ଛତିଶଗଡ଼ର ଜଣେ ମହିଳା ଦୀର୍ଘ ୪ ଦିନ କାଳ ଘଞ୍ଚ ଜଙ୍ଗଲ ମଧ୍ୟରେ ଯାତ୍ରା କରି ଶେଷରେ ମାଓବାଦୀଙ୍କ କଳବରେ ବନ୍ଧା ପଡ଼ିଥିବା ସ୍ୱାମୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ମାଓବାଦୀଙ୍କୁ ବୁଝାଇବାକୁ ବି ମହିଳା ଜଣଙ୍କ ପଛାଇ ନଥିଲେ। ମହିଳାଙ୍କ ଏହି ଅଦମ୍ୟ ସାହସକୁ ଏବେ ଚାରିଆଡ଼େ ପ୍ରଶଂସା କରାଯାଉଛି। ସନ୍ତୋଷ କଟ୍ଟମ(୪୮) ନାମକ ଜଣେ କନଷ୍ଟେବଲ ବିଜାପୁରର ଭୋପାଲପଟନମ ପୁଲିସ ଷ୍ଟେସନରେ ମୁତୟନ ହୋଇଥିଲେ। ତାଙ୍କୁ ମାଓବାଦୀମାନେ […]

u

u

Hemant Lenka
  • Published: Thursday, 14 May 2020
  • Updated: 14 May 2020, 11:50 AM IST

Sports

Latest News

ବିଜାପୁର: ଛତିଶଗଡ଼ର ଜଣେ ମହିଳା ଦୀର୍ଘ ୪ ଦିନ କାଳ ଘଞ୍ଚ ଜଙ୍ଗଲ ମଧ୍ୟରେ ଯାତ୍ରା କରି ଶେଷରେ ମାଓବାଦୀଙ୍କ କଳବରେ ବନ୍ଧା ପଡ଼ିଥିବା ସ୍ୱାମୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ମାଓବାଦୀଙ୍କୁ ବୁଝାଇବାକୁ ବି ମହିଳା ଜଣଙ୍କ ପଛାଇ ନଥିଲେ। ମହିଳାଙ୍କ ଏହି ଅଦମ୍ୟ ସାହସକୁ ଏବେ ଚାରିଆଡ଼େ ପ୍ରଶଂସା କରାଯାଉଛି।

ସନ୍ତୋଷ କଟ୍ଟମ(୪୮) ନାମକ ଜଣେ କନଷ୍ଟେବଲ ବିଜାପୁରର ଭୋପାଲପଟନମ ପୁଲିସ ଷ୍ଟେସନରେ ମୁତୟନ ହୋଇଥିଲେ। ତାଙ୍କୁ ମାଓବାଦୀମାନେ ମେ’ ପ୍ରଥମ ସପ୍ତାହରେ ଅପହରଣ କରି ନେଇଥିଲେ। ଏହାପରେ ପତ୍ନୀ ସୁନୀତା ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ଜଙ୍ଗଲ ମଧ୍ୟରେ ଖୋଜି ଖୋଜି ମାଓବାଦୀଙ୍କ କବଳରୁ ଉଦ୍ଧାର କରିଛନ୍ତି।

ମେ’ ୪ରେ ସନ୍ତୋଷ ଘରୁ ଗ୍ରୋସରୀ ପାଇଁ ବଜାରକୁ ଯାଇଥିଲେ। ତେବେ ସେ ଆଉ ଘରକୁ ଫେରି ନଥିଲେ। ଦୁଇ ଦିନ ପରେ ତାଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିବା ଖବର ମିଳିଥିଲା। ହେଲେ ଏହାକୁ ସୁନୀତା ବିଶ୍ୱାସ କରି ନଥିଲେ। କାରଣ ପୂର୍ବରୁ ମଧ୍ୟ ସନ୍ତୋଷ ଏପରି ବହୁ ଦିନ କାହାକୁ କିଛି ନ କହି ଘରକୁ ପ ଫେରିବାର ନଜିର ରହିଥିଲେ।

ତେବେ ବିଭିନ୍ନ ପୁଲିସ୍‌ ଓ ଅନ୍ୟାନ୍ୟ ସୂତ୍ରରୁ ମାଓବାଦୀମାନେ ସନ୍ତୋଷଙ୍କୁ ସତରେ ଅପହରଣ କରିନେଇ ଥିବା ସୁନୀତା ଜାଣିବାକୁ ପାଇଥିଲେ। ସ୍ୱାମୀଙ୍କୁ ମାଓବାଦୀଙ୍କ କବଳରୁ ଉଦ୍ଧାର କରିବା ପାଇଁ ସେ ନିଜ ଜଙ୍ଗଲ ମଧ୍ୟରେ ଅଭିଯାନ ଆରମ୍ଭ କରିଥିଲେ।

ସୁନୀତା କହିଛନ୍ତି, “ ମୁଁ କାହା ଉପରେ ନିର୍ଭର ନ କରି ନିଜେ ନିଜେ ସନ୍ତୋଷଙ୍କୁ ଖୋଜିବା ଆରମ୍ଭ କରିଥିଲି। ମେ ୬ରେ ମୁଁ, ମୋ ୧୪ ବର୍ଷୀୟ ଝିଅ, ଜଣେ ସ୍ଥାନୀୟ ସାମ୍ବାଦିକ ଓ କିଛି ଗାଁ ଲୋକ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଥିଲୁ। ଏହି ସମୟରେ ମୁଁ ମୋର ଆଉ ଦୁଇ ଛୁଆଙ୍କୁ ମୋ ବାପ ଘରେ ଛାଡ଼ି ଦେଇଥିଲି।

ଜଙ୍ଗଲ ନିକଟକୁ ଆମେ ଗାଡ଼ିରେ ଯାଇଥିଲୁ। ଏହାପରେ କଣ୍ଟକିତ ଜଙ୍ଗଲ ରାସ୍ତାରେ ଦୀର୍ଘ ୪ ଦିନ ଯିବା ପରେ ମାଓବାଦୀମାନେ ଅପହରଣ କରି ସନ୍ତୋଷଙ୍କୁ ରଖିଥିବା ସ୍ଥାନରେ ପହଞ୍ଚିଥିଲି। ଏହା ପରଦିନ ମାଓବାଦୀଙ୍କ ପକ୍ଷରୁ ଜନ-ଅଦାଲତ ବସିଥିଲା। ଏହି ସମୟରେ ହିଁ ମୁଁ ଦୀର୍ଘ ୬ ଦିନ ପରେ ସନ୍ତୋଷଙ୍କୁ ଦେଖିଥିଲି।

ମୁଁ ଓ ଗାଁ ଲୋକମାନେ ସନ୍ତୋଷଙ୍କୁ ଛାଡ଼ି ଦେବାକୁ ମାଓବାଦୀଙ୍କୁ ନିବେଦନ କରିଥିଲୁ। ଶେଷରେ ମାଓବାଦୀମାନେ ଧମକ ଦେଇ ସନ୍ତୋଷଙ୍କୁ ମୁକ୍ତ କରିଥିଲେ।”

ସୂତ୍ର ଅନୁସାରେ, ମାଓବାଦୀମାନେ ସନ୍ତୋଷଙ୍କୁ ପୁଲିସ ଫୋର୍ସରେ କାମ କରିବାକୁ ବାରଣ କରିଛନ୍ତି। ଯଦି ସେ ପୂର୍ବଭଳି କାର୍ଯ୍ୟ କରିବେ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଛନ୍ତି। ମେ’ ୧୧ ତାରିଖରେ ତାରିଖରେ ସନ୍ତୋଷ ବିଜାପୁରରେ ପହଞ୍ଚିଥିଲେ। ଏହାପରେ ତାଙ୍କର ମେଡିକାଲ ଟେଷ୍ଟ କରାଯାଇଛି।

ଅନ୍ୟପକ୍ଷରେ ପୁଲିସ୍‌ ସନ୍ତୋଷଙ୍କ ଠିକଣା ପାଇ ନଥିଲେ ହେଁ ସୁନୀତା କେମିତି ସେଠାରେ ପହଞ୍ଚିଲେ, ସେକଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story