କଶ୍ମୀରରେ ସ୍ୱତନ୍ତ୍ର ପଣ୍ଡିତ ସହର ନିର୍ମାଣ ହେବ ବୋଲି କହିଲେ ଅମିତ ଶାହ

ନୂଆଦିଲ୍ଲୀ: କଶ୍ମୀର ପଣ୍ଡିତଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। କଶ୍ମୀରରେ ବିସ୍ଥାପିତ ପଣ୍ଡିତଙ୍କ ପାଇଁ ଉପତ୍ୟକାରେ ୧୦ଟି ସ୍ୱତନ୍ତ୍ର କଲୋନୀ ବା ସହର ହେବ। ଏଥିସହ ପୁରୁଣା ଘରଗୁଡ଼ିକୁ ନୂଆ ଶୈଳୀରେ ନିର୍ମାଣ କରାଯିବ। ଖାଲି ସେତିକି ନୁହେଁ, ଆତଙ୍କବାଦୀମାନେ ଭାଙ୍ଗି ଦେଇଥିବା ମନ୍ଦିରଗୁଡ଼ିକୁ ମଧ୍ୟ ପୁଣି ଥରେ ତିଆରି କରାଯିବ ବୋଲି ଆଜି ଶ୍ରୀ ଶାହ ପ୍ରତିଶ୍ରୁତି ଦେଇଛନ୍ତି। କଶ୍ମୀର ପଣ୍ଡିତଙ୍କ ଏକ ପ୍ରତିନିଧି ମଣ୍ଡଳ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ […]

we

we

Hemant Lenka
  • Published: Tuesday, 18 February 2020
  • Updated: 18 February 2020, 05:57 PM IST

Sports

Latest News

ନୂଆଦିଲ୍ଲୀ: କଶ୍ମୀର ପଣ୍ଡିତଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। କଶ୍ମୀରରେ ବିସ୍ଥାପିତ ପଣ୍ଡିତଙ୍କ ପାଇଁ ଉପତ୍ୟକାରେ ୧୦ଟି ସ୍ୱତନ୍ତ୍ର କଲୋନୀ ବା ସହର ହେବ। ଏଥିସହ ପୁରୁଣା ଘରଗୁଡ଼ିକୁ ନୂଆ ଶୈଳୀରେ ନିର୍ମାଣ କରାଯିବ। ଖାଲି ସେତିକି ନୁହେଁ, ଆତଙ୍କବାଦୀମାନେ ଭାଙ୍ଗି ଦେଇଥିବା ମନ୍ଦିରଗୁଡ଼ିକୁ ମଧ୍ୟ ପୁଣି ଥରେ ତିଆରି କରାଯିବ ବୋଲି ଆଜି ଶ୍ରୀ ଶାହ ପ୍ରତିଶ୍ରୁତି ଦେଇଛନ୍ତି।

କଶ୍ମୀର ପଣ୍ଡିତଙ୍କ ଏକ ପ୍ରତିନିଧି ମଣ୍ଡଳ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ସେ ଏଭଳି ପ୍ରତିଶ୍ରୁତି ବର୍ଷା କରିଛନ୍ତି। ଆଜିର ପ୍ରତିନିଧି ମଣ୍ଡଳୀରେ ଜଣାଶୁଣା କଶ୍ମୀର ପଣ୍ଡିତ ଉତ୍ପଲ କାଉଲ, କର୍ଣ୍ଣେଲ ତାଜ ଟିକୋ, ଡା.ସୁରିନ୍ଦର କାଉଲ, ସଞ୍ଜୟ ଗଞ୍ଜୋ ଓ ପରୀକ୍ଷିତ କାଉଲ ପ୍ରମୁଖ ରହିଥିଲେ। ଏମାନେ ଶାହଙ୍କୁ ଭେଟି ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ହୋଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବୈଠକ ବେଳେ ସେମାନେ କଶ୍ମୀର ପଣ୍ଡିତଙ୍କ ନିର୍ବାସିତ ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରିବାକୁ ଦାବି କରିଛନ୍ତି। ଉତ୍ପଲ କାଉଲ ବୈଠକ ପରେ କହିଛନ୍ତି, “କଶ୍ମୀର ଉପତ୍ୟକାର ସମସ୍ତ ୧୦ଟି ଜିଲ୍ଲାରେ ସ୍ୱତନ୍ତ୍ର ଟାଉନଶିପ୍‌ ଗଠନ ଓ କଶ୍ମୀର ପଣ୍ଡିତଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଶାହ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ଆତଙ୍କବାଦୀମାନେ କଶ୍ମୀରରେ ଥିବା ମନ୍ଦିରଗୁଡ଼ିକୁ ଭାଙ୍ଗି ଦେବା ସହ ଧ୍ୱଂସ କରିଦେଇଥିଲେ। ଏବେ ସେଗୁଡ଼ିକ ପୁନଃ ନିର୍ମାଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଆମକୁ ପ୍ରତିଶ୍ରୁତି ମିଳିଛି। ସରକାରୀ ଚାକିରି କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର କଶ୍ମୀର ପଣ୍ଡିତଙ୍କୁ ଅଧିକ ସୁଯୋଗ ଦେବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos