ଆଇଏସକୁ ନିପାତ କରିବାକୁ ଆମେ ସବୁ ଉଦ୍ୟମ କରିବୁ: ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ହେଉଛି ବିଶ୍ୱରେ ସବୁଠାରୁ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଂଗଠନ। ଆଇଏସ୍ ବିରୋଧରେ ଚାଲିଥିବା ଲଢ଼େଇରେ କିଛି ବି ଊଣା କରାଯିବ ନାହିଁ। ଆଇଏସକୁ ନିପାତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯିବ। ତିନି ଦିନିଆ ଭାରତ ଗସ୍ତରେ ଗତକାଲିଠାରୁ ଆସି ପହଞ୍ଚିଥିବା ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଁସ୍ୱା ଓଲାନ୍ଦ ସୋମବାର ଏହି କଥା କହିଛନ୍ତି। ଆଜି ତାଙ୍କୁ ରାଷ୍ଟ୍ରପତି ଭବନରେ ଔପୋଚାରିକ ଭାବେ ସ୍ୱାଗତ କରାଯାଇଥିଲା।

ଏହି ଅବସରରେ ସେ କହିଥିଲେ, ଫ୍ରାନ୍ସ ଆଇଏସକୁ ଡରିବ ନାହିଁ। ଏହାକୁ ମୂଳପୋଛ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ। ଭାରତ ଓ ଫ୍ରାନ୍ସ ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପର ସମ୍ମୁଖୀନ ହେଉଛନ୍ତି। ଦୁହିଁଙ୍କ ମିଳିତ ଶକ୍ତି ଆତଙ୍କବାଦ ବି

ତିନି ଦିନିଆ ଭାରତ ଗସ୍ତରେ ଆସି ଗତକାଲିଠାରୁ ପହଞ୍ଚି ସାରିଥିବା ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସୋମବାର ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ୱାଗତ କରାଯାଇଥିଲା। ରାଷ୍ଟ୍ରପତି ଭବନରେ ତାଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଥିଲେ।

ଫ୍ରାଁସ୍ୱା ଓଲାନ୍ଦ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଛନ୍ତି।

ଆହୁରି ପଢ଼ନ୍ତୁ

ଅଙ୍କିତାଙ୍କ ୪.୫ କୋଟିର ଫ୍ଲାଟ ପାଇଁ ଇଏମଆଇ ଦେଉଥିଲେ ସୁଶାନ୍ତ ସିଂହ ରାଜପୁତ!

ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ବାର୍ତ୍ତା: କରୋନା ଯୋଦ୍ଧାଙ୍କ ପାଖରେ ଦେଶ ସର୍ବଦା ଋଣି

ଚାଇନା ଉପରେ ରହିବ ନଜର, ନୌସେନା କିଣିବ ୧୦ ଡ୍ରୋନ

ଫଡନାଭିସଙ୍କୁ ବିଜେପିର ବିହାର ଦାୟିତ୍ୱ

ଉଦ୍ଧାର କାର୍ଯ୍ୟରେ ସାମିଲ ୨୨ ଅଧିକାରୀଙ୍କୁ କରୋନା, କ୍ୱାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ

କରୋନାରେ ଆକ୍ରାନ୍ତ କଣ୍ଠଶିଳ୍ପୀ ବାଲାସୁବ୍ରମଣିୟମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଆଇସିୟୁରେ ଭର୍ତ୍ତି

କରୋନାକୁ ମାତ୍‌ ଦେଇ ସୁସ୍ଥ ହେଲେ ଅମିତ ଶାହ

କମଳା ହାରିସଙ୍କୁ ଅମୂଲର ନିଆରା ଶୁଭେଚ୍ଛା

ଆସ୍ଥା ଭୋଟ୍‌ ଜିତିଲେ ଗେହଲଟ ସରକାର, ବିଜେପିକୁ ଜବାବ ଦେଲେ ପାଇଲଟ୍‌

ସୁଶାନ୍ତଙ୍କ ମୃତ୍ୟୁ ମାମଲା: ଆଉ କିଛି ଲୋକଙ୍କ ବୟାନ ରେକର୍ଡ କଲା ସିବିଆଇ

୬ ବର୍ଷର ଶିଶୁକନ୍ୟାକୁ ଅପହରଣ ପରେ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଭଲ ଖବର: ଭାରତର କରୋନା ଟିକା ଫେଜ-୧ ପରୀକ୍ଷାରେ ସଫଳ