ଦିଲ୍ଲୀ ହିଂସା: ଦୋଷୀଙ୍କୁ ନର୍କରୁ ବି ଠାବ କରିବୁ ବୋଲି କହିଲେ ଶାହ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଉପରେ ଗତକାଲି ଲୋକସଭାରେ ବିତର୍କ ହୋଇଥିବା ବେଳେ ଆଜି ରାଜ୍ୟସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜବାବ ରଖିଛନ୍ତି। ଦିଲ୍ଲୀ ହିଂସାକୁ ପୂର୍ବଭଳି ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିବା ସହ ଦୋଷୀଙ୍କୁ କେବେ ହେଲେ ଛଡ଼ା ଯିବନାହିଁ ବୋଲି ସେ ଗୃହରେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, “ହିଂସାକୁ ଉସକାଇ ଥିବା ଲୋକମାନେ ଯେତେ ଲୁଚିଲେ ବି ଆମେ ତାଙ୍କୁ ଖୋଜି ବାହାର କରିବୁ। ଯଦି କେହି ନର୍କର ଗଭୀରତା […]

df

df

Hemant Lenka
  • Published: Thursday, 12 March 2020
  • Updated: 12 March 2020, 08:38 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଉପରେ ଗତକାଲି ଲୋକସଭାରେ ବିତର୍କ ହୋଇଥିବା ବେଳେ ଆଜି ରାଜ୍ୟସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜବାବ ରଖିଛନ୍ତି। ଦିଲ୍ଲୀ ହିଂସାକୁ ପୂର୍ବଭଳି ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିବା ସହ ଦୋଷୀଙ୍କୁ କେବେ ହେଲେ ଛଡ଼ା ଯିବନାହିଁ ବୋଲି ସେ ଗୃହରେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସେ କହିଛନ୍ତି, “ହିଂସାକୁ ଉସକାଇ ଥିବା ଲୋକମାନେ ଯେତେ ଲୁଚିଲେ ବି ଆମେ ତାଙ୍କୁ ଖୋଜି ବାହାର କରିବୁ। ଯଦି କେହି ନର୍କର ଗଭୀରତା ଭିତରେ ବି ଥାଏ, ତା’କୁ ମଧ୍ୟ ଠାବ କରି ଦଣ୍ଡିତ କରିବୁ। ମୁଁ ଦେଶବାସୀଙ୍କୁ କହିବାକୁ ଚାହୁଁଛି ଯେ ଦିଲ୍ଲୀରେ ଦଙ୍ଗା ସୃଷ୍ଟି କରିଥିବା ଲୋକଙ୍କୁ ଛଡ଼ାଯିବ ନାହିଁ। ସେ ଯେଉଁ ଧର୍ମ, ଜାତି କିମ୍ବା ପାର୍ଟିର ହୁଅନ୍ତୁ ପଛେ, ସମସ୍ତଙ୍କୁ ଦଣ୍ଡିତ କରାଯିବ।

ସେମାନଙ୍କୁ ସାଇଣ୍ଟିଫିକେ ମେଥଡ୍‌ରେ ଠାବ କରାଯାଉଛି ଏବଂ ସରକାର ଏହାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ବିବେଚନା କରିଛନ୍ତି। ଦଙ୍ଗା ପଛରେ ଥିବା ଷଡ଼ଯନ୍ତ୍ରକାରୀ ସଂଗଠନର ନାଁ ମୁଁ ନେବି ନାହିଁ। କିନ୍ତୁ ଫେବୃଆରୀ ୨୪ରେ ଭାରତ ଓ ଭାରତ ବାହାରୁ ଟଙ୍କା ଆସି ଦିଲ୍ଲୀରେ ବଣ୍ଟା ଯାଇଥିଲା।

ଏହାପରେ ହିଁ ଦଙ୍ଗା ହୋଇଥିଲା। ଦିଲ୍ଲୀ ଉପରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ଜଣେ ବିଚାରପତିଙ୍କୁ ନିଯୁକ୍ତ କରି ତଦନ୍ତ କରିବାକୁ କହିଛନ୍ତି। ମୋଦି ସରକାର ଦ୍ରୁତ ତଦନ୍ତ ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକଥା ଲୋକଙ୍କୁ ବିଶ୍ୱାସ କରିବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos