ବସିବନି ସଂସଦର ଶୀତ ଅଧିବେଶନ, ସଙ୍କେତ ଦେଲେ ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରୁ ଚଳିତ ବର୍ଷ ସଂସଦର ଶୀତ ଅଧିବେଶନ ବସିବ ନାହିଁ। ବର୍ତ୍ତମାନ ସ୍ଥିତି ଯାହା, ସଂସଦର ଅଧିବେଶନ ଡାକିବା ବୁଦ୍ଧିମତାର ପରିଚୟ ନୁହେଁ ବୋଲି ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ ଜଣଙ୍କ କହିଛନ୍ତି, ସାମ୍ବିଧାନିକ ନିୟମ ଅନୁଯାୟୀ ପ୍ରତି ୬ ମାସରେ ସଂସଦର ଅଧିବେଶନ ବସିବା କଥା। ବର୍ତ୍ତମାନ ସେଭଳି ଜରୁରୀ ସ୍ଥିତିର କୌଣସି ଆବଶ୍ୟକ ପଡ଼ିନାହିଁ। କାରଣ ନିକଟରେ ମୌସୁମୀ ଅଧିବେଶନ ଶେଷ ହୋଇଥିଲା। ବିଶେଷଜ୍ଞଙ୍କ ମତରେ ଶୀତ […]

gh

gh

Hemant Lenka
  • Published: Monday, 16 November 2020
  • Updated: 16 November 2020, 07:54 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରୁ ଚଳିତ ବର୍ଷ ସଂସଦର ଶୀତ ଅଧିବେଶନ ବସିବ ନାହିଁ। ବର୍ତ୍ତମାନ ସ୍ଥିତି ଯାହା, ସଂସଦର ଅଧିବେଶନ ଡାକିବା ବୁଦ୍ଧିମତାର ପରିଚୟ ନୁହେଁ ବୋଲି ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଜଣଙ୍କ କହିଛନ୍ତି, ସାମ୍ବିଧାନିକ ନିୟମ ଅନୁଯାୟୀ ପ୍ରତି ୬ ମାସରେ ସଂସଦର ଅଧିବେଶନ ବସିବା କଥା। ବର୍ତ୍ତମାନ ସେଭଳି ଜରୁରୀ ସ୍ଥିତିର କୌଣସି ଆବଶ୍ୟକ ପଡ଼ିନାହିଁ। କାରଣ ନିକଟରେ ମୌସୁମୀ ଅଧିବେଶନ ଶେଷ ହୋଇଥିଲା।

ବିଶେଷଜ୍ଞଙ୍କ ମତରେ ଶୀତ ଋତୁରେ କରୋନା କମବ୍ୟାକ୍‌ କରିପାରେ। ତେଣୁ ଏଭଳି ସ୍ଥିତିରେ ସଂସଦର ଶୀତ ଅଧିବେଶନ ଡାକିବା ଠିକ ହେବନାହିଁ। ଆସନ୍ତାବର୍ଷ ଜାନୁଆରୀ ମାସର ଶେଷ ସପ୍ତାହ ଆଡ଼କୁ ସଂସଦର ଅଧିବେଶନ ବସିପାରେ। କାରଣ ଫେବୃଆରୀ ୧ରେ ବଜେଟ୍‌ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

ବିନା ଛୁଟିରେ ସରକାର ମୌସୁମୀ ଅଧିବେଶନ ଡାକିଥିଲେ। ତେବେ ଏକାଧିକ ସାଂସଦ କରୋନାରେ ଆକ୍ରାନ୍ତ ହେବାରୁ ଏହାକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos