ସବୁ ପୁରୁଣା ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର, ଦିନକରେ ୬୩୬୪ ପଜିଟିଭ ଓ ୧୯୮ ମୃତ

ମୁମ୍ବାଇ: ମହାମାରୀ କରୋନା ମହାରାଷ୍ଟ୍ରରେ ସବୁ ରେକର୍ଡ ଭାଙ୍ଗି ଦେଇଛି। କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ନିକଟରେ ପହଞ୍ଚି ଯାଇଛି।

ଆଜି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ୬୩୬୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଭାରତର କୌଣସି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ପ୍ରଥମ ଘଟଣା। ଆଜିର ସଂକ୍ରମିତଙ୍କୁ ମିଶାଇ ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୯୨,୯୯୦ରେ ପହଞ୍ଚି ଯାଇଛି।

ସେହିପରି କରୋନା ଯୋଗୁ ଆଜି ୧୯୮ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୩୭୬ରେ ପହଞ୍ଚି ଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଆଉ ୩୫୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅର୍ଥାତ ଏଯାଏ ୧,୦୪,୬୮୭ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨,୦୭୪ରେ ପହଞ୍ଚି ଯାଇଛି। ସେହିପରି ଆଜି ୭୩ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ମୃତ୍ୟୁସଂଖ୍ୟା ୪୭୬୨କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ

ଆରୋଗ୍ୟ ହେଲେ ୧୭୮୫ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଗିରଫ ଲକ୍ଷ୍ମୀକାନ୍ତଙ୍କ ପରିବାରକୁ ଭେଟିଲା ବିଜେପି, ସରକାରୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା, ରିୟା ରଖିଲେ ଏମିତି ପକ୍ଷ

ଭୁବନେଶ୍ୱରରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୪୯ ଲୋକାଲ୍‌ କେସ୍‌

କରୋନାରେ ଆକ୍ରାନ୍ତ ରାହତ ଇନ୍ଦୋରୀଙ୍କ ପରଲୋକ

ବେହେରାସାହି ପରେ ଚିନ୍ତା ବଢ଼ାଇଲା ଜାଲୁଆ ସାହି

ଏହି ୧୦ ରାଜ୍ୟ କରୋନାକୁ ହରାଇ ପାରିଲେ ଭାରତ ଜିତିବ ବୋଲି କହିଲେ ମୋଦି

ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଲୋକଙ୍କ ପ୍ରତିବାଦ

‘ମୋ ଭାଇର ଯଦି କିଛି ଭୁଲ ହୋଇଛି, ମୁଖ୍ୟମନ୍ତ୍ରୀ କ୍ଷମା କରି ଦିଅନ୍ତୁ’

ଡବଲ ମର୍ଡଲ; ବଡ଼ଭାଇ, ପୁତୁରାକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗିଦେଲେ

ଭାଇରାଲ ଅଡିଓ ମାମଲା; ରିମାଣ୍ଡରେ ଗଲେ ଲକ୍ଷ୍ମୀକାନ୍ତ, ବିଶ୍ୱଜିତ

୭ ଶିଳ୍ପୀଙ୍କୁ ଧର୍ମପଦ ସମ୍ମାନ, ଆଖି ବୁଜି ସାରିଲେଣି ୩ ଜଣ