ଜାଣିଛନ୍ତି କେଉଁ ଦଳର ବ୍ୟାଙ୍କ ବାଲାନ୍ସ କେତେ? କିଏ ସବୁଠୁ ଧନୀ ଦଳ ଓ ବିଜେପିର ସ୍ଥାନ କେତେ?

ନୂଆଦିଲ୍ଲୀ: ନିର୍ବାଚନ ଋତୁରେ ଅନେକ ଦଳ ପ୍ରଚାର ପାଇଁ ପୁଳାପୁଳା ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହାରି ଭିତରେ କେଉଁ ଦଳ ବ୍ୟାଙ୍କ ବାଲାନ୍ସରେ ସବୁଠୁ ଧନୀ ସେ ନେଇ ସୂଚନା ମିଳିଛି। ଉତ୍ତର ପ୍ରଦେଶର ବହୁଜନ ସମାଜ ପାର୍ଟି(ବିଏସପି) ସମସ୍ତ ଜାତୀୟ ଦଳଙ୍କ ମଧ୍ୟରେ ଅଧିକ ଧନୀ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି। ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୫ ତାରିଖ ସୁଦ୍ଧା ବିଏସପିର ୮ଟି ରାଷ୍ଟ୍ରାୟତ ବ୍ୟାଙ୍କରେ ୬୬୯ କୋଟି ଟଙ୍କା […]

political party with logo FINAL

Subhransu Sekhar
  • Published: Monday, 15 April 2019
  • , Updated: 15 April 2019, 11:50 AM IST

ନୂଆଦିଲ୍ଲୀ: ନିର୍ବାଚନ ଋତୁରେ ଅନେକ ଦଳ ପ୍ରଚାର ପାଇଁ ପୁଳାପୁଳା ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହାରି ଭିତରେ କେଉଁ ଦଳ ବ୍ୟାଙ୍କ ବାଲାନ୍ସରେ ସବୁଠୁ ଧନୀ ସେ ନେଇ ସୂଚନା ମିଳିଛି। ଉତ୍ତର ପ୍ରଦେଶର ବହୁଜନ ସମାଜ ପାର୍ଟି(ବିଏସପି) ସମସ୍ତ ଜାତୀୟ ଦଳଙ୍କ ମଧ୍ୟରେ ଅଧିକ ଧନୀ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି।

ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୫ ତାରିଖ ସୁଦ୍ଧା ବିଏସପିର ୮ଟି ରାଷ୍ଟ୍ରାୟତ ବ୍ୟାଙ୍କରେ ୬୬୯ କୋଟି ଟଙ୍କା ରହିଛି। ଏହି ସମସ୍ତ ବ୍ୟାଙ୍କ ଆକାଉଣ୍ଚ ରାଜଧାନୀ ଦିଲ୍ଲୀରେ ରହିଛି।  ଏହା ବ୍ୟତୀତ ଦଳ ପାଖରେ ନଗଦ ୯୫.୫୪ ଲକ୍ଷ ଟଙ୍କା ରହିଥିଲା। ଗତ ବିଧାନସଭା ନିର୍ବାଚନ ବେଳେ ଦଳ ୨୪ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଥିବା ନେଇ ନିର୍ବାଚନ କମିଶନଙ୍କୁ ଦେଇଥିବା ତଥ୍ୟରେ ଉଲ୍ଲେଖ କରିଛି।

୨୦୧୪ ସାଧାରଣ ନିର୍ବାଚନରେ ଗୋଟିଏ ବି ଆସନ ଜିତି ପାରି ନଥିବା ବିଏସ୍‌ପି ଚଳିତଥର ଉତ୍ତର ପ୍ରଦେଶରେ ବିରୋଧୀ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ସହ ମେଣ୍ଟ କରି ନିର୍ବାଚନ ଲଢୁଛି।

ସେହପରି ବ୍ୟାଙ୍କ ବାଲାନ୍ସ କ୍ଷେତ୍ରରେ ଦ୍ୱିତୀୟରେ ରହିଛି ସମାଜବାଦୀ ପାର୍ଟି। ଡିସେମ୍ବର ୧୩, ୨୦୧୯ ସୁଦ୍ଧା ଦଳର ବ୍ୟାଙ୍କ ଆକାଉଣ୍ଟରେ ୪୭୧ କୋଟି ଟଙ୍କା ଥିଲା। ଗତବର୍ଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ବେଳେ ଦଳ ୩ ରାଜ୍ୟରେ ପ୍ରାର୍ଥୀ ଦେଇଥିଲା। ଏହି ନିର୍ବାଚନ ବେଳେ ଦଳ ୧୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଫଳରେ ବ୍ୟାଙ୍କ ବାଲାନ୍ସ ୪୭୧ କୋଟି ଟଙ୍କାକୁ ଖସି ଆସିଥିଲା।

୧୯୬ କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ସହ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି କଂଗ୍ରେସ। କର୍ଣ୍ଣାଟକ ନିର୍ବାଚନ ପରେ କଂଗ୍ରେସ ନିଜର ବ୍ୟାଙ୍କ ଆକାଉଣ୍ଟ ସଂପର୍କରେ ଏହି ତଥ୍ୟ ଦେଇଥିଲା। ହେଲେ ଗତ ବର୍ଷ ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ବ୍ୟାଙ୍କ ଆକାଉଣ୍ଟର ସ୍ଥିତି କ'ଣ ରହିଛି, ସେ ନେଇ ଦଳ କିଛି ସୂଚନା ଦେଇ ନାହିଁ।

୧୦୭ କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ସହିତ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ଚତୁର୍ଥ ସ୍ଥାନରେ ରହିଛି।

ପଞ୍ଚମରେ ରହିଛି ବିଜେପି। ଦଳ ପାଖରେ ୮୨ କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ଅଛି। ତେବେ ନିର୍ବାଚନ ବଣ୍ଡ୍ ନିୟମ ଅନୁଯାୟୀ ମିଳିଥିବା ଚାନ୍ଦା ବାବଦରେ ଦଳ ସମସ୍ତ ତଥ୍ୟ ସାର୍ବଜନୀନ କରିନାହିଁ।

ନିର୍ବାଚନ ବଣ୍ଡ୍ ଆଧାରରେ କେତେ ଟଙ୍କା ପାଇଛନ୍ତି, ସେ ନେଇ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେବାକୁ ସୁପ୍ରିମ୍‌କୋର୍ଟ ସମସ୍ତ ରାଜନୀତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ବଣ୍ଡ୍‌ର ହିସାବ ଦେବା ପରେ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ସାର୍ବଜନୀନ ହେବ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଏଡିଆର ରିପୋର୍ଟ ରିପୋର୍ଟ ଅନୁଯାୟୀ, ବିଜେପି ୨୦୧୭-୧୮ ଆର୍ଥିକ ବର୍ଷରେ ୧୦୦୦ କୋଟି ଟଙ୍କା ରୋଜଗାର କରିଛି ଏବଂ ୭୫୦ କୋଟି ଟଙ୍କା ଗତ ଆର୍ଥିକ ବର୍ଷରେ ଖର୍ଚ୍ଚ କରିଛି। ଯାହାକି ସମସ୍ତ ରାଜନୀତିକ ଦଳଙ୍କଠାରୁ ଅଧିକ। ହେଲେ କଂଗ୍ରେସ ଗତ ଆର୍ଥିକ ବର୍ଷରେ ନିଜର ରୋଜଗାର ଖର୍ଚ୍ଚ ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରି ନ ଥିବା ଜଣାପଡ଼ିଛି।

ସିପିଏମ୍ ପାଖରେ ବି ୮୨ କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ଅଛି। ଅନ୍ୟପକ୍ଷରେ ଆମ୍ ଆଦ୍‌ମୀ ପାର୍ଟି ପାଖରେ ମାତ୍ର ୩ କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ଥିବା ଜଣାପଡ଼ିଛି।

Related story