ଆଜି ବି ବଞ୍ଚିଛି ମାନବିକତା, ଦେଖନ୍ତୁ ଏହି ଭିଡିଓ
ନୂଆଦିଲ୍ଲୀ: ସ୍ୱାର୍ଥପର ସମାଜରେ ନିଜ ସୁଖ ସୁବିଧା ପାଇଁ ମଣିଷ କେତେ କାହାକୁ ହଇରାଣ କରୁଛି। ଅନ୍ୟ ପାଇଁ ତ ଦୂରର କଥା ନିଜ ପାଇଁ ବି ତାର ସମୟ ନିଅଣ୍ଟ ପଡ଼ୁଛି। କିନ୍ତୁ ଆଜି ବି କିଛି ମହାନ ବ୍ୟକ୍ତି ଦୁନିଆରେ ଅଛନ୍ତି, ଯେଉଁମାନଙ୍କ ପାଇଁ ମାନବିକତାର ଶବ୍ଦ ବଞ୍ଚି ରହିଛି।
ମାନବିକତା ବଞ୍ଚିଥିବାର ପ୍ରମାଣ ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରୁ ପ୍ରମାଣିତ ହୋଇଛି। ଭିଡିଓଟିରେ ଥିବା ମହିଳାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। କାରଣ ସେ ଯେଉଁ କାମ କରି ଦେଖାଇଛନ୍ତି, ସେଭଳି କାମ ବହୁତ କମ ଲୋକ କରନ୍ତି।
ଏହି ଭିଡିଓଟି କେରଳର ବୋଲି କୁହାଯାଉଛି। ଭିଡିଓ ଅନୁଯାୟୀ, ଜଣେ ଦୃଷ୍ଟିହୀନ ବୃଦ୍ଧ ବହୁ ସମୟ ଧରି କୌଣସି ସ୍ଥାନକୁ ଯିବା ଲାଗି ରାସ୍ତା କଡ଼ରେ ବସକୁ ଅପେକ୍ଷା କରିଥିଲେ। କିନ୍ତୁ ସେ ଠିଆ ହୋଇଥିବା ସ୍ଥାନରେ ବସ୍ ଅଟକୁ ନଥିଲା। ବୃଦ୍ଧ ଜଣଙ୍କ ଦୃଷ୍ଟିହୀନ ହୋଇଥିବାରୁ ବସ୍ କେତେବେଳେ ଆସି ଚାଲି ଯାଉଛି, ସେକଥା ବି ସେ ଜାଣିପାରୁ ନଥିଲେ କିମ୍ବା ବସ୍ ପଛରେ ଦୌଡ଼ି ଏହାକୁ ଅଟକାଇବାର କ୍ଷମତା ତାଙ୍କର ନଥିଲା।
she made this world a better place to live.kindness is beautiful!😍
உலகம் அன்பான மனிதர்களால் அழகாகிறது#kindness #love pic.twitter.com/B2Nea2wKQ4
— Vijayakumar IPS (@vijaypnpa_ips) July 8, 2020
ବୃଦ୍ଧଙ୍କ ଏହି ଅସହାୟତା ଉପରେ ଜଣେ ମହିଳାଙ୍କ ନଜର ପଡ଼ିଥିଲା। ସେ ତୁରନ୍ତ ଚଳନ୍ତା ବସ୍ ପଛରେ ଦୌଡ଼ିଦୌଡ଼ି ଏହାକୁ ଅଟକାଇ ଥିଲେ। ପରେ ସେ ଦୃଷ୍ଟିହୀନ ବୃଦ୍ଧଙ୍କ ହାତ ଧରି ବସ ପାଖକୁ ନେଇଯାଇଥିଲେ। ବସ୍ରେ ବୃଦ୍ଧ ଜଣଙ୍କ ଚଢ଼ିବା ପରେ ମହିଳା ଜଣଙ୍କ ନିଜ କାମରେ ଚାଲି ଯାଇଥିଲେ।
ସୋଶାଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ ଏହାକୁ ଶହଶହ ଲୋକ ଶେୟାର କରିବାରେ ଲାଗିଛିନ୍ତି। ଏହି ଭିଡିଓଟିକୁ ପ୍ରଥମେ ଆଇପିଏସ ଅଫିସର ବିଜୟ କୁମାର ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ସେ ଭିଡିଓଟିର କ୍ୟାପସନରେ ଲେଖିଛନ୍ତି ଯେ ମହିଳା ଜଣକ ବଞ୍ଚି ରହିବା ପାଇଁ ଦୁନିଆରେ ଏକ ସୁନ୍ଦର ସ୍ଥାନ ତିଆରି କରିଛନ୍ତି। ଦୁନିଆରେ ଆପଣଙ୍କ ଭଳି ଭଲ ଲୋକ ଅଛନ୍ତି।
ତେବେ ଏହି ଭିଡିଓଟି ୬ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୪୩ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।