ଗଣଦୁଷ୍କର୍ମ ପରେ ମହିଳାଙ୍କ ଜିଭ କାଟିବା ମାମଲା: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ପୀଡ଼ିତା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥ୍ରାସ ଗଣଦୁଷ୍କର୍ମ ଘଟଣାର ପୀଡ଼ିତା ଶେଷରେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଦୁଇ ସପ୍ତାହ ତଳେ ୪ ଜଣ ଯୁବକ ମହିଳା ଜଣଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ଜିଭ କାଟି ଦେଇଥିଲେ। ଏପରି କି ତାଙ୍କ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟେଙ୍ଗ ମଧ୍ୟ ଭାଙ୍ଗି ଯାଇଥିଲା। ଏଥିପାଇଁ ସେ ପାରାଲିସିସରେ ମଧ୍ୟ ପଡ଼ିଥିଲେ। ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଥିଲା। କିନ୍ତୁ ଆଜି ସେ ପ୍ରାଣ ହରାଇଛନ୍ତି। […]

fg

fg

Hemant Lenka
  • Published: Tuesday, 29 September 2020
  • Updated: 29 September 2020, 06:21 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥ୍ରାସ ଗଣଦୁଷ୍କର୍ମ ଘଟଣାର ପୀଡ଼ିତା ଶେଷରେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଦୁଇ ସପ୍ତାହ ତଳେ ୪ ଜଣ ଯୁବକ ମହିଳା ଜଣଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ଜିଭ କାଟି ଦେଇଥିଲେ। ଏପରି କି ତାଙ୍କ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟେଙ୍ଗ ମଧ୍ୟ ଭାଙ୍ଗି ଯାଇଥିଲା। ଏଥିପାଇଁ ସେ ପାରାଲିସିସରେ ମଧ୍ୟ ପଡ଼ିଥିଲେ। ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଥିଲା। କିନ୍ତୁ ଆଜି ସେ ପ୍ରାଣ ହରାଇଛନ୍ତି।

୨୦୧୨ ଦିଲ୍ଲୀର ନିର୍ଭୟାଙ୍କୁ ଯେଉଁଭଳି ଭାବେ ଗଣଦୁଷ୍କର୍ମ ପରେ ନିର୍ଯାତନା ପରେ ନିର୍ଯାତନା ଦିଆଯାଇଥିଲା ଠିକ୍‌ ଅନୁରୂପ ଭାବେ ୨୦ ବର୍ଷୀୟ ୟୁପି ମହିଳାଙ୍କୁ ମଧ୍ୟ ନିର୍ଯାତନା ଦିଆଯାଇଥିଲା। ତାଙ୍କର ବେକର ହାଡ଼ ଭାଙ୍ଗି ଯାଇଥିବାରୁ ସେ ଠିକ୍‌ ଭାବେ ନିଃଶ୍ୱାସ ନେଇ ପାରୁ ନଥିଲେ।

ଅଭିଯୁକ୍ତମାନେ ତାଙ୍କୁ ତଣ୍ଟିଚିପି ହତ୍ୟା କରିବାକୁ ଚେଷ୍ଟା କରୁଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଅଭିଯୁକ୍ତମାନେ ତଣ୍ଟି ଚିପିବା ବେଳେ ପୀଡ଼ିତାଙ୍କ ଜିଭ ମଧ୍ୟ କାଟି ଦେଇଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲେ ମଧ୍ୟ ସେ ଘରକୁ ଯିବାକୁ ଚାହୁଁଥିବା ବାରମ୍ବାର ତାଙ୍କ ଭାଇଙ୍କୁ ଜଣାଇଥିଲେ। ଆଜି ପୀଡ଼ିତା ଜଣଙ୍କ ଆଖିବୁଜିବା ପରେ ତାଙ୍କ ବାପା ଓ ଭାଇ ସଫଦରଜଙ୍ଗ ହସ୍ପିଟାଲ ଆଗରେ ଧାରଣାରେ ବସିଥିଲେ। ଚନ୍ଦ୍ରଶେଖର ଆଜାଦଙ୍କ ଭୀମ ଆର୍ମି ମଧ୍ୟ ଦୀର୍ଘ ସମୟ ଧରି ରାସ୍ତାରୋକ କରି ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବାକୁ ଦାବି କରିଥିଲା।

ଉତ୍ତର ପ୍ରଦେଶର ହାଥ୍ରାସଠାରେ ସେପ୍ଟେମ୍ବର ୧୪ରେ ଜଣେ ୨୦ ବର୍ଷୀୟ ଅନୁସୂଚିତ ଜନଜାତିର ଯୁବତୀଙ୍କୁ ଉଚ୍ଚ ଜାତିର ୪ ଜଣ ଯୁବକ ଗଣଦୁଷ୍କର୍ମ କରିବା ସହ ସାଂଘାତିକ ଭାବେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ଘଟଣାରେ ସାମିଲ ଥିବା ୪ ଯୁବକଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି। ସେମାନଙ୍କ ନାଁରେ ଗଣଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି।

ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଘଟଣାର ପ୍ରାଥମିକ ଅବସ୍ଥାରେ ପୁଲିସ୍‌ ସେମାନଙ୍କୁ କୌଣସି ପ୍ରକାରର ସହଯୋଗ କରି ନଥିଲା। ଘଟଣାକୁ ନେଇ ବିବାଦ ତୀବ୍ର ହେବାରୁ ପୁଲିସ୍ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୀଡ଼ିତାଙ୍କ ଭାଇ କହିଛନ୍ତି, ମୋ ମା’, ଭଉଣୀ ଓ ବଡ଼ ଭାଇ ଘାସ ପାଇଁ ନିକଟସ୍ଥ ପଡ଼ିଆକୁ ଯାଇଥିଲେ। ପ୍ରଥମେ ଗୋଟିଏ ବିଡ଼ା ଘାସ ନେଇ ମୋ ଭାଇ ଘରକୁ ଚାଲି ଆସିଥିଲେ। କିନ୍ତୁ ମୋ ମା’ ଓ ଭଉଣୀ ପଡ଼ିଆରେ ଘାସ ସଂଗ୍ରହରେ ଲାଗି ପଡ଼ିଥିଲେ। ପଡ଼ିଆରେ ବାଜରା ଚାଷ ହୋଇଥିବାରୁ ଘାସ ପାଇଁ ଉଭୟ ପରସ୍ପର ଠାରୁ ଅଲଗା ହୋଇ ନିଜ ନିଜ କାମରେ ଲାଗି ପଡ଼ିଥିଲେ। ଏହାର ସୁଯୋଗ ନେଇ ମୋ ଭଉଣୀ ପାଖରେ ୪ରୁ ୫ ଜଣ ଯୁବକ ପହଞ୍ଚି ଯାଇଥିଲେ।

ସେମାନେ ସେ ପିନ୍ଧିଥିବା ଡ୍ରେସର ଓଢ଼ଣୀରେ ତା’ ବେକୁ ବାନ୍ଧି ଘୋଷାଡ଼ି ଘୋଷାଡ଼ି ବାଜରା ପଡ଼ିଆକୁ ନେଇ ଯାଇଥିଲେ। ସେଠାରେ ସେମାନେ ତା’ ସହ ଏଭଳି କାଣ୍ଡ ଭିଆଇଥିଲେ। ମୋ ମା’ ଏହାର କିଛି ସମୟରେ ଭଉଣୀକୁ ନ ପାଇବାରୁ ପଡ଼ିଆରେ ଖୋଜାଖୋଜି କରିଥିଲେ। ଏତିକି ବେଳେ ଭଉଣୀକୁ ଅଚେତ ଅବସ୍ଥାରେ ଠାବ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos