ଅକ୍ଟୋପସ୍‌କୁ ଜିଅନ୍ତା ଖାଇବା ମହଙ୍ଗା ପଡ଼ିଲା, ଦେଖନ୍ତୁ ଭିଡିଓ

ବେଜିଂ: ବାହାଦୁରୀ ଦେଖାଇ କ୍ୟାମେରା ସାମ୍ନାରେ ଅକ୍ଟୋପସ୍‌କୁ ଜୀଅନ୍ତା ଖାଇବାକୁ ଉଦ୍ୟମ କରିବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ୮ଟି ଲାଙ୍ଗୁଡ଼ ବା ଗୋଡ଼ ଥିବା ଏହି ସାମୁଦ୍ରିକ ଜୀବଟି ତାକୁ ଖାଇବାକୁ ଉଦ୍ୟମ କରିଥିବା ମହିଳାଙ୍କ ସହ ଜୋରଦାର ଲଢ଼େଇ କରିଥିଲା। ଶେଷରେ ମହିଳା ଜଣଙ୍କ କ୍ଷତବିକ୍ଷତ ହୋଇ ହାର ମାନିଥିଲେ। ଏହାର ଭଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଜଣଙ୍କ ‘ସି’ସାଇଡ୍‌ ଗାର୍ଲ ଲିଟିଲ ସେଭେନ୍‌’ […]

ch

ch

Hemant Lenka
  • Published: Thursday, 09 May 2019
  • Updated: 09 May 2019, 08:31 PM IST

Sports

Latest News

ବେଜିଂ: ବାହାଦୁରୀ ଦେଖାଇ କ୍ୟାମେରା ସାମ୍ନାରେ ଅକ୍ଟୋପସ୍‌କୁ ଜୀଅନ୍ତା ଖାଇବାକୁ ଉଦ୍ୟମ କରିବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ୮ଟି ଲାଙ୍ଗୁଡ଼ ବା ଗୋଡ଼ ଥିବା ଏହି ସାମୁଦ୍ରିକ ଜୀବଟି ତାକୁ ଖାଇବାକୁ ଉଦ୍ୟମ କରିଥିବା ମହିଳାଙ୍କ ସହ ଜୋରଦାର ଲଢ଼େଇ କରିଥିଲା। ଶେଷରେ ମହିଳା ଜଣଙ୍କ କ୍ଷତବିକ୍ଷତ ହୋଇ ହାର ମାନିଥିଲେ। ଏହାର ଭଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ମହିଳା ଜଣଙ୍କ 'ସି'ସାଇଡ୍‌ ଗାର୍ଲ ଲିଟିଲ ସେଭେନ୍‌’ ନାମରେ ପରିଚିତ। ସେ ଅକ୍ଟୋପସ୍‌କୁ ଖାଉଥିବା ୫୨ ସେକେଣ୍ଡର ଭିଡିଓକୁ ଚୀନ୍‌ର ପ୍ରସିଦ୍ଧ ଶର୍ଟ ଫିଲ୍ମ ଭିଡିଓ ଫ୍ଲାଟଫର୍ମ ଭାବେ ପରିଚିତ 'କୁଆଇଶିଓ' ପକ୍ଷରୁ ସାର୍ବଜନୀନ କରାଯାଇଛି। ଏହି ଭିଡିଓରେ ମହିଳା ଜଣଙ୍କ ଅକ୍ଟୋପସ୍‌କୁ ଧରିବା ସହ ତାକୁ ପ୍ରଥମେ ଜୀଅନ୍ତା ଖାଇବାକୁ ଚେଷ୍ଟା କରିଥିଲେ।

ପ୍ରାଥମିକ ଅବସ୍ଥାରେ ସେ ଆଦୌ ଡରି ନଥିଲେ। ତେବେ ଅକ୍ଟୋପସ୍‌ଟି କୌଶଳକ୍ରମେ ମହିଳାଙ୍କ ମୁହଁକୁ ଆକ୍ରମଣ କରିବା ଆରମ୍ଭ କରିଥିଲା। ସେ ଏଥିରୁ ବର୍ତ୍ତିବା ପାଇଁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା। ଫଳରେ ମହିଳା ଜଣଙ୍କ କାନ୍ଦିବା ଆରମ୍ଭ କରିଥିଲେ। ମହିଳା ଜଣଙ୍କ ତାଙ୍କ ମୁହଁରେ ଅଠା ଭଳି ଲାଖି ଯାଉଥିବା ଅକ୍ଟୋପସ୍‌କୁ କାଢ଼ିବାକୁ ଚେଷ୍ଟା କରିଥିଲେ। ତେବେ ବହୁ ଟଣା ଓଟରା ପରେ ଶେଷରେ ମହିଳା ଜଣଙ୍କ ଏଥିରୁ ବର୍ତ୍ତିଥିଲେ। କିନ୍ତୁ ସେତେବେଳକୁ ଅକ୍ଟୋପସଟି ମହିଳାଙ୍କ ମୁହଁକୁ କ୍ଷତବିକ୍ଷତ କରି ସାରିଥିଲା।

ଦେଖନ୍ତୁ ଭିଡିଓ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos