ପିଲାଙ୍କ ପାଠପଢ଼ା ପାଇଁ ମଙ୍ଗଳସୁତ୍ର ବନ୍ଧା ପକାଇ ଟିଭି କିଣିଲା ମା’

ବେଙ୍ଗାଲୁରୁ: କରୋନା ଲକଡାଉନ ଭିତରେ ପିଲାଙ୍କ ପାଠପଢ଼ା କେମିତି ହେବ ତା’କୁ ନେଇ ବାପାମା’ ବେଶ ଚିନ୍ତିତ। ଯାହା ପାଖରେ ଟଙ୍କା ଅଛି ସେମାନେ ନିଜ ପିଲାମାନଙ୍କ ପାଇଁ ମୋବାଇଲ ଠାରୁ ଅନ୍ୟାନ ବ୍ୟବସ୍ଥା କରି ପାଠପଢ଼ାଉଛନ୍ତି। ହେଲେ ଯାହା ପାଖରେ ଟଙ୍କା ନାହିଁ ସେମାନଙ୍କ ପିଲା କେମିତି ପାଠପଢ଼ିବେ? ଏହି ପ୍ରଶ୍ନ ଭିତରେ କର୍ଣ୍ଣାଟକାର ଗଡ଼ଗା ଜିଲ୍ଲାରୁ ଏକ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ନିଜର ପିଲାଙ୍କ ପାଠପଢ଼ା ପାଇଁ ଜଣେ ମା’ […]

tv

tv

Hemant Lenka
  • Published: Saturday, 01 August 2020
  • Updated: 01 August 2020, 08:07 PM IST

Sports

Latest News

ବେଙ୍ଗାଲୁରୁ: କରୋନା ଲକଡାଉନ ଭିତରେ ପିଲାଙ୍କ ପାଠପଢ଼ା କେମିତି ହେବ ତା’କୁ ନେଇ ବାପାମା’ ବେଶ ଚିନ୍ତିତ। ଯାହା ପାଖରେ ଟଙ୍କା ଅଛି ସେମାନେ ନିଜ ପିଲାମାନଙ୍କ ପାଇଁ ମୋବାଇଲ ଠାରୁ ଅନ୍ୟାନ ବ୍ୟବସ୍ଥା କରି ପାଠପଢ଼ାଉଛନ୍ତି। ହେଲେ ଯାହା ପାଖରେ ଟଙ୍କା ନାହିଁ ସେମାନଙ୍କ ପିଲା କେମିତି ପାଠପଢ଼ିବେ?

ଏହି ପ୍ରଶ୍ନ ଭିତରେ କର୍ଣ୍ଣାଟକାର ଗଡ଼ଗା ଜିଲ୍ଲାରୁ ଏକ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ନିଜର ପିଲାଙ୍କ ପାଠପଢ଼ା ପାଇଁ ଜଣେ ମା’ ତା’ର ମଙ୍ଗଳସୁତ୍ର ବନ୍ଧା ପକାଇ ଟିଭି କିଣିଛି। କାରଣ ଦୂରଦର୍ଶନରେ ସରକାର ବିଭିନ୍ନ ବିଷୟରେ ପିଲାମାନଙ୍କୁ ପାଠପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ହେଲେ ଉକ୍ତ ପରିବାର ପାଖରେ ଟିଭି ନଥିବାରୁ ପିଲାମାନେ ଏହି ସୁବିଧାରୁ ବଞ୍ଚିତ ଥିଲେ। ମା’ ଜଣଙ୍କ ପିଲାମାନଙ୍କ ଏପରି ଅବସ୍ଥା ଦେଖି ଶେଷରେ ନିଜର ମଙ୍ଗଳସୁତ୍ର ବନ୍ଧା ପକାଇ ଟିଭି କିଣିଛନ୍ତି।

ରାଡ୍ଡେର ନାଗାନୁର ଗାଁରେ ରହୁଥିବା କସ୍ତୁରୀ ଚାଲାଭାଡିଙ୍କ ଏଭଳି କାମ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ନିଜର ପିଲାମାନଙ୍କ ପାଠପଢ଼ା ପାଇଁ ୧୨ ଗ୍ରାମ ଓଜନର ସୁନା ମଙ୍ଗଳସୁତ୍ରକୁ ବନ୍ଧା ପକାଇ ଟିଭି କିଣିଛନ୍ତି। ଏହାଦ୍ୱାରା ପିଲାମାନେ ଦୂରଦର୍ଶନରେ ପ୍ରସାରଣ କାର୍ଯ୍ୟକ୍ରମ ଦେଖି ପାଠପଢ଼ି ପାରୁଛନ୍ତି। ଘଟଣା ପ୍ରଘଟ ହେବା ପରେ ତହସିଲଦାର ଗାଁର ଅଧିକାରୀମାନଙ୍କୁ କୁସ୍ତୀରଙ୍କ ଘରକୁ ପଠାଇ ସ୍ଥିତିର ଯାଞ୍ଚ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମଙ୍ଗଳସୁତ୍ର ବଦଳରେ କସ୍ତୁରୀଙ୍କୁ ଟଙ୍କା ଦେଇଥିବା ବ୍ୟକ୍ତି ଜଣଙ୍କ ପରିସ୍ଥିତି ସମ୍ପର୍କରେ ଜାଣିବା ପରେ ନିଜର ମହାନତା ଦେଖାଇଛନ୍ତି। ସେ କସ୍ତୁରୀଙ୍କ ପାଖକୁ ଯାଇ ମଙ୍ଗଳସୁତ୍ର ଫେରାଇ ଦେଇଛନ୍ତି। ଏଥିସହ ଯେବେ ସୁବିଧା ହେବ ସେବେ ଟଙ୍କା ଫେରାଇବାକୁ ପରିବାର ଲୋକଙ୍କୁ ମଧ୍ୟ କହିଛନ୍ତି।

ସେହିପରି କସ୍ତୁରୀଙ୍କ ଅଭାବ ବିଷୟରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତି ଓ ରାଜନେତା ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। କଂଗ୍ରେସ ବିଧାୟକ ଜମିର ଅହମ୍ମଦ କୁସ୍ତୀରଙ୍କ ପରିବାରକୁ ୫୦ ହଜାର ଟଙ୍କା ଦେଇଥିବା ବେଳେ ରାଜ୍ୟର ମନ୍ତ୍ରୀ ସିସି ପାଟିଲ ମଧ୍ୟ ୨୦ ହଜାର ଟଙ୍କା ଦେଇଛନ୍ତି।

କସ୍ତୁରୀ କହିଛନ୍ତି, “ଦୂରଦର୍ଶନରେ ପିଲାଙ୍କୁ ପାଠପଢ଼ା ବିଷୟରେ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି। ଆମ ପାଖରେ କିନ୍ତୁ ଟଙ୍କା ନଥିଲା। ମୋ ପିଲା ଅନ୍ୟମାନଙ୍କ ଘରକୁ ଯାଇ ଟିଭି ଦେଖୁଥିଲେ। ଶିକ୍ଷକମାନେ ଯେତେବେଳେ ପାଠପଢ଼ା ପାଇଁ ଦୂରଦର୍ଶନରେ ପ୍ରସାରିତ କାର୍ଯ୍ୟକ୍ରମ ଦେଖିବାକୁ କହିଲେ ସେତେବେଳେ ମୁଁ ମୋ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଥିଲି। ମୁଁ ସମସ୍ତଙ୍କୁ ଟଙ୍କା ଧାର ମାଗିଥିଲେ ହେଁ କେହି ବି ମୋତେ ଦେଇ ନଥିଲେ। ତେଣୁ ମୁଁ ମଙ୍ଗଳସୁତ୍ର ବନ୍ଧା ରଖି ଟିଭି କିଣିଥିଲି।”

ମହିଳାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ। କରୋନା ଲକଡାଉନ ଯୋଗୁ ସେ କାମ କରିବାକୁ ଯାଇ ପାରୁ ନାହାନ୍ତି। ମହିଳାଙ୍କ ୪ ଜଣ ପିଲାଙ୍କ ମଧ୍ୟରୁ ବଡ଼ ଝିଅ ବିବାହ କରିସାରିଛନ୍ତି। ଏବେ ଆଉ ୩ ଜଣ ୭ ଓ ୮ଶ୍ରେଣୀରେ ପାଠ ପଢ଼ୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story