ଦୁଷ୍କର୍ମ ପରେ ମହିଳାଙ୍କୁ ଉନ୍ନାଓଠାରୁ ଆହୁରି ଭୟଙ୍କର ଢଙ୍ଗରେ ହତ୍ୟା କରିବେ ବୋଲି ଧମକ

ବାଘପଟ: ଉତ୍ତର ପ୍ରଦେଶର ବାଘପଟରେ ଦୁଷ୍କର୍ମ ପୀଡ଼ିତାଙ୍କୁ ଜାମିନରେ ଖଲାସ ହୋଇଥିବା ଅଭିଯୁକ୍ତ ଖୋଲାଖୋଲି ଧମକ ଦେଇଛି। ଅଭିଯୋଗ କଲେ ଉନ୍ନାଓ ପୀଡ଼ିତାଙ୍କୁ ଯେଉଁଭଳି ଜୀଅନ୍ତା ଜାଳି ହତ୍ୟା କରାଗଲା, ତା’ଠାରୁ ଆହୁରି ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି ଏକ ପୋଷ୍ଟରରେ ମାରି ସେ ଧମକ ଦେଇଛି। ବାଘପଟରେ ଥିବା ପୀଡ଼ିତାଙ୍କ ଘର ଆଗରେ ଏଭଳି ଧମକପୂର୍ଣ୍ଣ ପୋଷ୍ଟର ମରାଯାଇଛି। ଆସନ୍ତାକାଲି ପୀଡ଼ିତା ଜଣଙ୍କ ଦିଲ୍ଲୀ କୋର୍ଟରେ ନିଜର ବୟାନ ରେକର୍ଡ କରାଇବାକୁ ଯିବେ। ତେବେ […]

cd

cd

Hemant Lenka
  • Published: Thursday, 12 December 2019
  • Updated: 12 December 2019, 05:44 PM IST

Sports

Latest News

ବାଘପଟ: ଉତ୍ତର ପ୍ରଦେଶର ବାଘପଟରେ ଦୁଷ୍କର୍ମ ପୀଡ଼ିତାଙ୍କୁ ଜାମିନରେ ଖଲାସ ହୋଇଥିବା ଅଭିଯୁକ୍ତ ଖୋଲାଖୋଲି ଧମକ ଦେଇଛି। ଅଭିଯୋଗ କଲେ ଉନ୍ନାଓ ପୀଡ଼ିତାଙ୍କୁ ଯେଉଁଭଳି ଜୀଅନ୍ତା ଜାଳି ହତ୍ୟା କରାଗଲା, ତା’ଠାରୁ ଆହୁରି ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି ଏକ ପୋଷ୍ଟରରେ ମାରି ସେ ଧମକ ଦେଇଛି। ବାଘପଟରେ ଥିବା ପୀଡ଼ିତାଙ୍କ ଘର ଆଗରେ ଏଭଳି ଧମକପୂର୍ଣ୍ଣ ପୋଷ୍ଟର ମରାଯାଇଛି। ଆସନ୍ତାକାଲି ପୀଡ଼ିତା ଜଣଙ୍କ ଦିଲ୍ଲୀ କୋର୍ଟରେ ନିଜର ବୟାନ ରେକର୍ଡ କରାଇବାକୁ ଯିବେ। ତେବେ ଏହା ପୂର୍ବରୁ ପୀଡ଼ିତାଙ୍କୁ ଧମକ ଦିଆଯାଇଛି।

ଗତବର୍ଷ ଦିଲ୍ଲୀର ମୁଖାର୍ଜୀ ନଗରରେ ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ। ଜୁଲାଇ ମାସରେ ସେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେ ଗତକାଲି ଜାମିନରେ ଖଲାସ ହୋଇଛି।

ଜେଲରୁ ମୁକୁଳିବା ପରେ ଆଜି ଏଭଳି ପୋଷ୍ଟର ସାମ୍ନାକୁ ଆସିଛି। ଘଟଣା ପରେ ପୁଲିସ୍ ପୁଣି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ପୀଡ଼ିତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos