ସହି ହେଲାନି ନିର୍ଯାତନା: ସ୍ୱାମୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପତ୍ନୀ

ଲକ୍ଷ୍ମୀପୁର(ଆସାମ): ବର୍ଷ ବର୍ଷ ଧରି ସ୍ୱାମୀ ଦେଉଥିବା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ପ୍ରତିଶୋଧ ନେଇଛି ପତ୍ନୀ। ଆସାମର ଲକ୍ଷ୍ମୀପୁର ଜିଲ୍ଲାରେ ଜଣେ ମହିଳା ସ୍ୱାମୀଙ୍କ ନିର୍ଯାତନା ସହି ନ ପାରି, ତାଙ୍କୁ ହତ୍ୟା କରିଛି। ଏହାପରେ ସ୍ୱାମୀର କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛି। ମଙ୍ଗଳବାର ରାତିରେ ମାଜଗାଓଁରେ ରହୁଥିବା ଗୁଣେଶ୍ୱରୀ ବରକାଟାକୟ ଧାଲପୁର ପୁଲିସ୍‌ ଆଉଟ୍‌ପୋଷ୍ଟକୁ ଏକ ବ୍ୟାଗ୍‌ ଧରି ଆସିଥିଲେ। ପୁଲିସ୍ ବ୍ୟାଗଟିକୁ ଖୋଲିବା କ୍ଷଣି ଏଥିରେ ଗୋଟିଏ କଟାମୁଣ୍ଡ ରହିଥିବା […]

wa

Hemant Lenka
  • Published: Thursday, 30 May 2019
  • , Updated: 30 May 2019, 04:13 PM IST

ଲକ୍ଷ୍ମୀପୁର(ଆସାମ): ବର୍ଷ ବର୍ଷ ଧରି ସ୍ୱାମୀ ଦେଉଥିବା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ପ୍ରତିଶୋଧ ନେଇଛି ପତ୍ନୀ। ଆସାମର ଲକ୍ଷ୍ମୀପୁର ଜିଲ୍ଲାରେ ଜଣେ ମହିଳା ସ୍ୱାମୀଙ୍କ ନିର୍ଯାତନା ସହି ନ ପାରି, ତାଙ୍କୁ ହତ୍ୟା କରିଛି। ଏହାପରେ ସ୍ୱାମୀର କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛି।

ମଙ୍ଗଳବାର ରାତିରେ ମାଜଗାଓଁରେ ରହୁଥିବା ଗୁଣେଶ୍ୱରୀ ବରକାଟାକୟ ଧାଲପୁର ପୁଲିସ୍‌ ଆଉଟ୍‌ପୋଷ୍ଟକୁ ଏକ ବ୍ୟାଗ୍‌ ଧରି ଆସିଥିଲେ। ପୁଲିସ୍ ବ୍ୟାଗଟିକୁ ଖୋଲିବା କ୍ଷଣି ଏଥିରେ ଗୋଟିଏ କଟାମୁଣ୍ଡ ରହିଥିବା ଦେଖିବାକୁ ମିଳିଥିଲା।

ଏହାପରେ ଗୁଣେଶ୍ୱରୀ ପୂରା ଘଟଣା ପୁଲିସ୍‌କୁ କହିଥିଲେ। ଗୁଣେଶ୍ୱରୀଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାମୀ ମୁଧିରାମ ଦୀର୍ଘ ବର୍ଷ ହେଲାଣି ତାଙ୍କୁ ମାଡ଼ ମାରୁଥିଲେ। ଏପରି କି ବେଳେବେଳେ ମୁଧିରାମ ତାଙ୍କୁ କଟୁରୀରେ ମଧ୍ୟ ଆକ୍ରମଣ କରି କ୍ଷତାକ୍ତ କରୁଥିଲା।

ଏପରି ସ୍ଥିତିରେ ସେ ମୁଧିରାମଙ୍କୁ ଛାଡ଼ିଦେବେ ବୋଲି ଭାବିଥିଲେ। କିନ୍ତୁ ପିଲାମାନଙ୍କ ମୁହଁକୁ ଚାହିଁ ସବୁ କିଛି ସହି ଯାଉଥିଲେ। ତେବେ ନିର୍ଯାତନା ସୀମା ପାର କରିବାରୁ ସେ ମଙ୍ଗଳବାର ତାଙ୍କୁ ହତ୍ୟା କରିବାକୁ ବାଧ୍ୟ ହୋଇଥିବା ଗୁଣେଶ୍ୱରୀ ପୁଲିସ୍‌ ଆଗରେ କହିଛନ୍ତି।

ଗୁଣେଶ୍ୱରୀଙ୍କ ୨ଟି ପୁଅ ଓ ୩ଟି ଝିଅ ଅଛନ୍ତି। ମଙ୍ଗଳବାର ମୁଧିରାମ ଘରେ ପହଞ୍ଚି ଗୁଣେଶ୍ୱରୀଙ୍କୁ ଆକ୍ରମଣ କରିଥିଲେ। ତେବେ ଗୁଣେଶ୍ୱରୀ ଆତ୍ମରକ୍ଷା ପାଇଁ ମୁଧିରାମଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

ଫଳରେ ମୁଧିରାମଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଯାଇଥିଲା। ଏହାପରେ ସେ ଏକ ବ୍ୟାଗ୍‌ରେ କଟାମୁଣ୍ଡ ଧରି ଦୀର୍ଘ ୫ କିମି ବାଟ ଚାଲିଚାଲି ଯାଇ ପୁଲିସ୍‌ ନିକଟରେ ପହଞ୍ଚିଥିଲେ। ସ୍ଥାନୀୟ କୋର୍ଟ ଗୁଣେଶ୍ୱରୀଙ୍କୁ ଜୁଡିସିଆଲ କଷ୍ଟଡିକୁ ପଠାଇ ଦେଇଛନ୍ତି।

Related story