ବିଶ୍ୱକୁ ମିଳିଲା ପ୍ରଥମ କରୋନା ଟିକା, କ’ଣ ସମସ୍ତଙ୍କୁ ଦରକାର ଶଟ୍‌

ଲଣ୍ଡନ: ମହାମାରୀ କରୋନା ସଂକ୍ରମଣ ଭିତରେ ସମସ୍ତଙ୍କୁ ଆଶ୍ୱସ୍ତି କରିବା ଭଳି ଖବର ମିଳିଛି। ବିଶ୍ୱକୁ ଆଜି ପ୍ରଥମ କରୋନା ଟିକା ମିଳିଛି। ଫାଇଜର ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକାକୁ ଦୀର୍ଘ ମାସ କାଳ ପରୀକ୍ଷା କରିବା ପରେ ଶେଷରେ ବ୍ରିଟେନ ସରକାର ଏହାକୁ ଲୋକଙ୍କୁ ଦେବା ପାଇଁ ଅନୁମତି ଦେଇଛନ୍ତି। ଆସନ୍ତା ସପ୍ତାହରୁ ଦେଶର ସବୁ ଲୋକଙ୍କୁ ଏହି ଟିକା ପ୍ରଦାନ କରାଯିବ। ପୂର୍ବରୁ ରୁଷ ସରକାର କରୋନା ଟିକା ବାହାର କରିଥିବା କହିଥିଲେ। […]

ga

ga

Hemant Lenka
  • Published: Wednesday, 02 December 2020
  • Updated: 02 December 2020, 06:32 PM IST

Sports

Latest News

ଲଣ୍ଡନ: ମହାମାରୀ କରୋନା ସଂକ୍ରମଣ ଭିତରେ ସମସ୍ତଙ୍କୁ ଆଶ୍ୱସ୍ତି କରିବା ଭଳି ଖବର ମିଳିଛି। ବିଶ୍ୱକୁ ଆଜି ପ୍ରଥମ କରୋନା ଟିକା ମିଳିଛି। ଫାଇଜର ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକାକୁ ଦୀର୍ଘ ମାସ କାଳ ପରୀକ୍ଷା କରିବା ପରେ ଶେଷରେ ବ୍ରିଟେନ ସରକାର ଏହାକୁ ଲୋକଙ୍କୁ ଦେବା ପାଇଁ ଅନୁମତି ଦେଇଛନ୍ତି।

ଆସନ୍ତା ସପ୍ତାହରୁ ଦେଶର ସବୁ ଲୋକଙ୍କୁ ଏହି ଟିକା ପ୍ରଦାନ କରାଯିବ। ପୂର୍ବରୁ ରୁଷ ସରକାର କରୋନା ଟିକା ବାହାର କରିଥିବା କହିଥିଲେ। ହେଲେ ଏହାର କ୍ଲିନିକାଲ ଟ୍ରାଏଲକୁ ନେଇ ପ୍ରଶ୍ନ ଉଠିଥିଲା। ହେଲେ ଫାଇଜର ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକାକୁ ବିଭିନ୍ନ ଦେଶରେ ପରୀକ୍ଷା କରାଯାଇଥିଲା। ତେଣୁ ଏହା ବିଶ୍ୱର ପ୍ରଥମ କରୋନା ଟିକା ବୋଲି ବ୍ରିଟେନ କହିଛି।

ବ୍ରିଟେନକୁ ପ୍ରଥମ କରୋନା ଟିକା ମିଳିଥିଲେ ହେଁ ଭାରତକୁ ଟିକା ପାଇବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଭାରତରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା କିମ୍ବା ରୁଷର ସ୍ପୁଟନିକ-ଭି ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିପାରେ। ଏହି ଦୁଇଟି ଯାକ ଟିକାର ଟ୍ରାଏଲ ଭାରତରେ କରାଯାଉଛି। ତେବେ କରୋନା ଟିକା ଆସିଲେ ଏହାର ଶଟ୍‌ ବା ଡୋଜ୍‌ କ’ଣ ସମସ୍ତଙ୍କୁ ଦିଆଯିବ କି ବୋଲି ପ୍ରଶ୍ନ ଉଠିଛି।

ମଙ୍ଗଳବାର ଆଇସିଏମଆର ମୁଖ୍ୟ ଡା ବଳରାମ ଭାର୍ଗବ କହିଥିଲେ ଯେ “ଯଦି ଆମେ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ କରୋନା ଟିକା ଦେଇ କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗି ପାରିବା, ତା’ହେଲେ ସାରା ଦେଶବାସୀଙ୍କୁ କରୋନା ଟିକା ଦିଆଯିବାର ଆବଶ୍ୟକ ନାହିଁ।”

ତେବେ ଏଠି ପ୍ରଶ୍ନ ଉଠୁଛି ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ କ’ଣ ସମସ୍ତଙ୍କୁ ଟିକା ଦିଆଯିବା ଜରୁରୀ  କି? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକା, ବ୍ରିଟେନ, ଜାପାନ ଓ କାନାଡା ଭଳି ଦେଶଗୁଡ଼ିକ ସେମାନଙ୍କର ସବୁ ନାଗରିକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ସେମାନେ ଏବେ ଠାରୁ ହିଁ ବିଭିନ୍ନ ଟିକା ଉତ୍ପାଦନକାରୀ ସଂସ୍ଥା ସହ ଦେଶର ଜନସଂଖ୍ୟାକୁ ଦେଖି ଡୋଜ୍‌ କିଣିବା ପାଇଁ ବରାଦ ଦେଇ ସାରିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭାକ୍ସର ଯୋଜନା ଅନୁଯାୟୀ, ୯୦ରୁ ଅଧିକ ସଦସ୍ୟ ରାଷ୍ଟ୍ରରେ ୨୦% ଲୋକଙ୍କୁ ଟିକା ଦିଆଯିବ। ଏହାକୁ ଫେଜ୍‌ ଅନୁଯାୟୀ କରାଯିବ। ପ୍ରଥମେ ସବୁ ଦେଶରେ ୩% ଟିକାକରଣ କରାଯିବ ଓ ଏହାପରେ ୨୦% ଟିକାକରଣ ହେବ। ତଥା ସମସ୍ତଙ୍କୁ ଟିକା ଓ ସମସ୍ତଙ୍କ ପାଇଁ ଟିକାକରଣ ବାଧ୍ୟତାମୂଳକ ହେବ କି ନାହିଁ ପ୍ରଶ୍ନର ପ୍ରକୃତ ଉତ୍ତର ଏଯାଏ ମିଳିନାହିଁ।

ସେହିପରି ଟିକା ନେଇଥିବା ବ୍ୟକ୍ତିଙ୍କୁ କେତେ ଦିନ ଯାଏ କରୋନା ହେବନାହିଁ? ସେ ଟିକା ନେବାର କେତେ ଦିନ ଯାଏ ସୁରକ୍ଷିତ ରହିପାରିବେ ଭଳି ପ୍ରଶ୍ନର ଉତ୍ତର ମଧ୍ୟ ମିଳିନାହିଁ।

ଟିକା ଦ୍ୱାରା ଆଜି ଯାଏ କୌଣସି ରୋଗକୁ ପୂରା ବିଶ୍ୱରୁ ଦୂରେଇ ଦିଆଯାଇ ପାରିନାହିଁ। ଏମିତି ଅନେକ ରୋଗର ଟିକା ବାହାରିବା ପରେ ମଧ୍ୟ ସେଗୁଡ଼ିକ ସମୟ ଅନୁସାରେ ସାମ୍ନାକୁ ଆସୁଛନ୍ତି। ତେଣୁ କରୋନା ଯେ ଟିକା ଦ୍ୱାରା ସଂପୂର୍ଣ୍ଣ ଚାଲିଯିବ, ତା’ହା କହିବା ବି ମୁସ୍କିଲ। ତେଣୁ ଟିକା ସମସ୍ତଙ୍କ ପାଇଁ ଦରକାର କି ନାହିଁ, ତାହା କରୋନାର ସ୍ଥିତି ଉପରେ ନିର୍ଭର କରିବ ବୋଲି ବୋଲି ବିଶେଷଜ୍ଞମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story