ୟୁକ୍ରେନ୍‌ ‘ଡାର୍ଟି’ ବମ୍ବ ପକାଇବା ଯୋଜନାରେ ଅଛି: ରୁଷ

ନୂଆଦିଲ୍ଲୀ:ପ୍ରଥମେ ଚାଇନାର ପ୍ରତିରକ୍ଷାମନ୍ତ୍ରୀ ପରେ ଭାରତର ପ୍ରତିରକ୍ଷାମନ୍ତ୍ରୀ। ରୁଷ ପ୍ରତିରକ୍ଷାମନ୍ତ୍ରୀ ସଗେଇ ଶୋଝୁଙ୍ଗ ଉଭୟଙ୍କୁ ଫୋନ୍‌ କରି ଭୟଙ୍କର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ୟୁକ୍ରେନ୍ ‘ଡାର୍ଟି ବମ୍ବ’ ପକାଇବା ପାଇଁ ଯୋଜନା କରୁଛି। ରୁଷକୁ ଆହୁରି ଉସକାଇବା ପାଇଁ ୟୁକ୍ରେନ୍‌ ଏଭଳି ବୋମା ବ୍ୟବହାର ଲାଗି ଯୋଜନା କରୁଛି।  ଏହି ଆଲୋଚନା ବେଳେ ୟୁକ୍ରେନ୍ ଯୁଦ୍ଧ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଥିଲା।  ଏହି ବୋମାର ଅଧିକ ଭୟଙ୍କର ହୋଇଥିବା ବେଳେ ଏହାର ବକିରଣ ଶକ୍ତି ବେଶ ଘାତକ। ନାଟୋ ଦେଶ ସହ ହାତ ମିଳାଇ ଅତ୍ୟନ୍ତ ଗୋପନୀୟ ଭାବେ ୟୁକ୍ରେନ୍ ଡାର୍ଟି ବମ୍ବର ଷଡ଼ଯନ୍ତ୍ର କରୁଥିବା ରୁଷ ପ୍ରତିରକ୍ଷାମନ୍ତ୍ରୀ ଅଭିଯୋଗ କରିଛନ୍ତି।  ହେଲେ କିଭ ଏହି ଅଭିଯୋଗକୁ ଖଣ୍ଡନ କରିଛି। ରୁଷ୍‌ ଅଭିଯୋଗ କରିଛି, ୟୁକ୍ରେନ୍‌ ନିଜ ଅଞ୍ଚଳରେ ରେଡିଓଆକ୍ଟିଭ୍‌ ପଦାର୍ଥ ବ୍ୟବହାର ହୋଇଥିବା ଡର୍ଟି ବୋମା ପକାଇବାକୁ ପ୍ରସ୍ତୁତ ହେଉଛି ।

ରୁଷ ପ୍ରତିରକ୍ଷାମନ୍ତ୍ରୀ ସଗେଇ ଶୋଝୁଙ୍ଗ ୟୁକ୍ରେନ ଉପରେ ଏହି ଅଭିଯୋଗ ଆଣିବା ସହ ବ୍ରିଟେନ, ଫ୍ରାନ୍ସ ଓ ତୁର୍କୀର ସମକ୍ଷକ ନେତାଙ୍କୁ ଫୋନରେ ଏହି ସମ୍ବନ୍ଧରେ ଜଣାଇଛନ୍ତି । ଏଥିସହ ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲାଏଡ ଆଷ୍ଟିନଙ୍କୁ ମଧ୍ୟ ଏହା ବିଷୟରେ ଅବଗତ କରାଇଛି ୠଷ । କେବଳ ୟୁକ୍ରେନ ଉପରେ ରୁଷ ଅଭିଯୋଗ ଆଣିନି ବଂର ଏକଥା ମଧ୍ୟ କହିଛି କି ୟୁକ୍ରେନ ପଶ୍ଚିମ ଦେଶମାନଙ୍କ ଇସାରାରେ ଏଭଳି କରୁଛି । ୟୁକ୍ରେନ ମଧ୍ୟ ୠଷର ଏହି ଅଭିଯୋଗକୁ ଖଣ୍ଡନ କରିଛି । ଘଟଣାକୁ ନେଇ ମିଳିତ ଜାତିସଂଘର ପରମାଣୁ ନିରୀକ୍ଷଣ ସଂସ୍ଥା ଆଇ.ଇ.ଏ କହିଛି କି ୠଷ ଯେଉଁ ଅଭିଯୋଗ ୟୁକ୍ରେନ ଉପରେ ଆଣୁଛି ତାର ପ୍ରମାଣ କିଛି ବି ଉପସ୍ଥାପନ କରୁନି ।

ତେଣୁ ନାଟୋ ଏହାକୁ ଖାରଜ କରୁଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସି କହିଛନ୍ତି ରୁଷର ଅଭିଯୋଗ ସମ୍ପୂଣ୍ଣ ମିଛ । ଡାର୍ଟି ବୋମାରେ ପାରମ୍ପରିକ ବିସ୍ଫୋରକ ସହ ୟୁରାନିୟମ ଭଳି ବିକିରକ ପଦାର୍ଥ ରହିଥାଏ । ବୋମା ବିସ୍ଫୋରଣ ପରେ ବାୟୁମଣ୍ଡଳରେ ଏହା ଦ୍ରୁତ ଗତିରେ ବ୍ୟାପିଥାଏ । ପରମାଣୁ ବୋମା ଭଳି ଏଥିରେ ବ୍ୟବହାର ହୋଇ ନଥାଏ ରିଫାଇନ୍ଡ ରେଡିଓଆକ୍ଟିଭ୍‌ ପଦାର୍ଥ । ନ୍ୟୁକ୍ଲିଅର ପାଓ୍ଵାର ଷ୍ଟେସନ୍‌, ରିସର୍ଚ୍ଚ ଲାବ୍‌ ଏବଂ ମେଡିକାଲରେ ବ୍ୟବହାର ହେଉଥିବା ରେଡିଓ ଆକ୍ଟିଭ୍‌ ପଦାର୍ଥ ଡର୍ଟି ବମ୍‌ରେ ବ୍ୟବହାର ହୋଇଥାଏ । ତେଣୁ ଏହା ଶସ୍ତା ଓ ଖୁବ୍‌ ଶୀଘ୍ର ଆଣବିକ ଅସ୍ତ୍ର ବ୍ୟବହାର କରିବାରେ ସହଜ ହୋଇଥାଏ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।