ମହାକାଶରେ ଖଣି ସନ୍ଧାନ କରିବ ଚାଇନା, ଜାଣନ୍ତୁ କିପରି

ବେଜିଂ: ମହାକାଶରେ ଖଣିର ସନ୍ଧାନ କରିବା ପାଇଁ ଚାଇନା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ଚଳିତ ବର୍ଷ ନଭେମ୍ୱର ମାସରେ ବିଶ୍ୱର ପ୍ରଥମ ମାଇନିଂ ରୋର୍ବଟ ଚାଇନା ମହାକାଶକୁ ପଠାଇବ। ଏନେଇ IEEE Specturmର ଏକ ରିପୋର୍ଟରେ ଖବର ପ୍ରକାଶ ପାଇଛି। ଅରିଜିନ୍ ସ୍ପେସ୍ ନାମକ ଏକ ଘରୋଇ କମ୍ପାନୀ ଏହାକୁ ପ୍ରେରଣ କରିବ। ଏହାର ନାମ ଏଷ୍ଟେରଏଡ୍‌ ମାଇନିଂ ରବୋର୍ଟ ରଖାଯାଇଛି।

ଏହି ରୋର୍ବଟ କୌଣସି ମାଇନିଂ କାମ କରିବ ନାହିଁ। ମିଶନ ଅନୁସାରେ ଏହି ରୋର୍ବଟ ପ୍ରାଥମିକ ପ୍ରର୍ଯ୍ୟାୟରେ କେବଳ ମହାକାଶରେ ଥିବା ମୂଲ୍ୟବାନ ଖଣିଜ ପଦାର୍ଥ ଗୁଡ଼ିକ ଚିହ୍ନିବା ସହ ଏହାର ଉତ୍ତୋଳନ କରିବାର ଦକ୍ଷତାକୁ ମାପିବ।

ଅରିଜିନ୍ ସ୍ପେସ୍‌ର ସହ-ପ୍ରତିଷ୍ଠାତା ୟୁ ତିଆନହଙ୍ଗ ଆମେରିକାର ଏକପତ୍ରିକାକୁ ସାକ୍ଷାତକାର ଦେଇ କହିଛନ୍ତି, ଏହାର ଲକ୍ଷ୍ୟ ହେଉଛି ମହାକାଶରେ ବିଭିନ୍ନ କାମ କରିବା ଯଥା ମହାକାଶଯାନର ଅର୍ବିଟାଲ୍ ମନିଭର୍, ଖଣ୍ଡବିଖଣ୍ଡିତ ହୋଇଥିବା ବିଭିନ୍ନ ମହାକାଶଯାନର ଉପସ୍ଥିତି, ଗୁଇନ୍ଦା ମହାକାଶଯାନକୁ ଠାବ କିରିବା ଓ ଏହାର ନିୟନ୍ତ୍ରଣ। ଏହା ମହାକାଶ ଅଭିଯାନରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏପରି ମିଶନ ପୂର୍ବରୁ କେବେ ହେଲେ ଚେଷ୍ଟା କରାଯାଇ ନାହିଁ । ଯଦି ଏହି ପ୍ରକଳ୍ପ ସଫଳ ହୁଏ ତେବେ ଏକ ଟ୍ରିଲିୟନ ଡଲାର ମହାକାଶ ଶିଳ୍ପ ଖୋଲିପାରିବ ବୋଲି ସେ କହିଛନ୍ତି ।

 

ଆହୁରି ପଢ଼ନ୍ତୁ

କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର ପାଇଁ ବିଲ୍‌ ପାସ, ଏମଏସପି ନିୟମ ଭାଙ୍ଗିଲେ ଜେଲ

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା

ପୁଲୱାମାରେ ଗଡ଼ିଲା ୨ ଆତଙ୍କୀଙ୍କ ମୁଣ୍ଡ

ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ

ଚୀନକୁ ରପ୍ତାନୀ ଯୋଗୁଁ ଦେଶରେ ଲୁହା ପଥରର ଅଭାବ, ଷ୍ଟିଲ ଶିଳ୍ପ ପ୍ରଭାବିତ

ଚାଇନା ସହ ତିକ୍ତତା: ତାଇୱାନ ସହ ବ୍ୟବସାୟିକ ସମ୍ପର୍କ ଆରମ୍ଭ କରିବ ଭାରତ

ପତଳା ଶରୀର ପାଇଁ ଚିନ୍ତିତ କି? ଏହି ସବୁ ଫଳ ଖାଇ ବଢ଼ାନ୍ତୁ ଓଜନ

ଗୀତ ଗାଇ ଲୋକଙ୍କ ହୃଦୟ ଚୋରି କରୁଛନ୍ତି ଶେହନାଜ୍

ନ୍ୟୁଜିଲାଣ୍ଡର ସାଂସଦ ହେଲେ ଭାରତୀୟ ବଂଶୋଦ୍ଭବ