ଆହୁରି ୪ ସପ୍ତାହ ଯାଏଁ ବଢ଼ିଲା ଲକ୍ଡାଉନ୍
ବର୍ଲିନ୍: ବଢ଼ିଲା ଲକଡାଉନ ଅବଧି। ଜର୍ମାନୀ ବଢ଼ୁଥିବା କରୋନା ସଂକ୍ରମଣର ନୂଆ ଷ୍ଟ୍ରନ୍କୁ ଦୃଷ୍ଟିରେ ରଖି ଏହାକୁ ଆହୁରି ୪ ସପ୍ତାହ ଯାଏଁ ବଢ଼ାଇ ଦିଆଯାଇଛି। ନୂଆ ସଂକ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ତେଣୁ ଆଗାମୀ ଏପ୍ରିଲ ୧୮ ତାରିଖ ଯାଏଁ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି ଚାନ୍ସେଲର ଆଞ୍ଜେଲ ମର୍କେଲ। ଏଥିସହ ଲକଡାଉନ୍ ନିୟମକୁ କଡାକଡି କରିବାକୁ ଜର୍ମାନୀ ସରକାର ଚିନ୍ତା କରୁଛନ୍ତି।
ସେହିପରି ମାର୍ଚ୍ଚ ଶେଷ ସପ୍ତାହରେ ପାଳନ ହେବାକୁ ଥିବା ଇଷ୍ଟର ଉତ୍ସବକୁ ମଧ୍ୟ ବ୍ୟାନ୍ କରାଯାଇଛି। ଇଷ୍ଟର ଛୁଟିରେ ୫ ଦିନ ଯାଏଁ ଘରେ ରହି ଇଷ୍ଟର ପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ବାହାରୁ ଜର୍ମାନୀକୁ ଫେରୁଥିବା ଲୋକଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାକୁ କୁହାଯାଇଛି।
ପ୍ରତି ଲକ୍ଷେ ଲୋକରେ ୧୦୦ ଜଣ କରୋନା ସଂକ୍ରମିତ ହେଉଥିବା ଅଂଚଳରେ ଲକଡାଉନ କଟକଣାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୬ଟି ରାଜ୍ୟର ଗଭର୍ଣ୍ଣରଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିବା ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି କଠୋର ପଦକ୍ଷେପ ନେଇଛନ୍ତି ଜର୍ମାନ ଚାନସେଲର । ପୂର୍ବରୁ ଜର୍ମାନୀରେ ମାର୍ଚ୍ଚ ୨୮ ଯାଏଁ ଲକଡାଉନ ଘୋଷଣା ହୋଇଥିଲା ।
Germany extends its lockdown until April 18 and calls on citizens to stay at home for five days over the Easter holidays to try to break a third wave of the #COVID19 pandemic: Reuters quoting German Chancellor Angela Merkel pic.twitter.com/0vCrhX3bOu
— ANI (@ANI) March 23, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।