ଆମେରିକା ନାଇଟ୍‌ କ୍ଲବରେ ଗୁଳିମାଡ଼: ୫ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ରବିବାର ଆମେରିକାର କଲୋରଡୋ ସ୍ପ୍ରିଙ୍ଗ୍ସର ଏକ ସମଲିଙ୍ଗୀ ନାଇଟ୍ କ୍ଲବରେ ଗୁଳିମାଡ଼ ହୋଇଛି। ଜଣେ ବନ୍ଧୁକଧାରୀ ଗୁଳିମାଡ଼ରେ ୫ ଜଣକର ମୃତ୍ୟୁ ଘଟିଥିବା ବେଳେ  ଏକାଧିକ ଲୋକ ଆହତ ହୋଇଛନ୍ତି। ଦି ମିରର ଏହି ରିପୋର୍ଟ କରିଛି। ଗୁଳି ମାଡ଼ ପରରର ଦୃଶ୍ୟ ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ ହୋଇଥିବା ଚିତ୍ର ଆସିଛି।  ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥରେ ନିୟୋଜିତ ହୋଇଥିବା ଲକ୍ଷ କରାଯାଇଛି। ଟ୍ରାନ୍ସଜେଣ୍ଡର ଡେ ଅଫ୍ ରିମେମ୍ବରସ ନାମରେ କ୍ଲବରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଆଉ ଏଥିରେ ବହୁ ସଂଖ୍ୟାରେ ସମଲିଙ୍ଗୀ ଯୋଗ ଦେଇଥିଲେ।

ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବନ୍ଧୁକଧାରୀ ଏକ ସ୍ନାଇପର ରାଇଫଲରେ ଗୁଳିଚାଳନା କରିଥିଲେ। ଗୁଳିମାଡ଼ର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ। ଗୁଳିକାଣ୍ଡ ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି। ସୂଚନା ଥାଉକି ଆମେରିକାରେ ଏଭଳି ଘଟଣା ବଢ଼ିବାରେ ଲାଗିଛି । ଏହାପୂର୍ବରୁ ନଭେମ୍ବର ୧୬ ରେ କଲମ୍ବିଆର କ୍ଲବ ରୋଜ ଗୋଲ୍ଡରେ ମଧ୍ୟ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।