ଅନାସ୍ଥା ପୂର୍ବରୁ ଇମ୍ରାନ ଖାନଙ୍କ ଶକ୍ତି ପ୍ରଦର୍ଶନ, ଇମୋସନାଲ କାର୍ଡ ବି ଖେଳିଲେ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ପୂର୍ବରୁ ଇସଲାମାବାଦରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଆସନ୍ତାକାଲି ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ ହେବ। ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ବିରୋଧୀ ସବୁ ପ୍ରକାରର ଯୋଜନା କରିଛନ୍ତି। ଇମ୍ରାନ ଖାନଙ୍କ ସରକାରରେ ଥିବା କିଛି ସଦସ୍ୟ ମଧ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ରହିଛନ୍ତି। ଏସବୁ ଭିତରେ ଇମ୍ରାନ ଖାନ ତାଙ୍କ ରାଜନୀତିକ କ୍ୟାରିୟର୍‌ର ସବୁ ଠାରୁ ବଡ଼ […]

Imran-Khan

Imran-Khan

Hemant Lenka
  • Published: Sunday, 27 March 2022
  • Updated: 27 March 2022, 09:00 PM IST

Sports

Latest News

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ପୂର୍ବରୁ ଇସଲାମାବାଦରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଆସନ୍ତାକାଲି ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ ହେବ। ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ବିରୋଧୀ ସବୁ ପ୍ରକାରର ଯୋଜନା କରିଛନ୍ତି।

ଇମ୍ରାନ ଖାନଙ୍କ ସରକାରରେ ଥିବା କିଛି ସଦସ୍ୟ ମଧ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ରହିଛନ୍ତି। ଏସବୁ ଭିତରେ ଇମ୍ରାନ ଖାନ ତାଙ୍କ ରାଜନୀତିକ କ୍ୟାରିୟର୍‌ର ସବୁ ଠାରୁ ବଡ଼ ରାଲି ଇସଲାମାବାଦରେ ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏଥିସହ ସେ ଇମୋସନାଲ କାର୍ଡ ଖେଳି ବିରୋଧୀଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି। ସରକାର କିମ୍ବା ତାଙ୍କ ଜୀବନ ଚାଲିଗଲେ ମଧ୍ୟ ସେ କେବେ ହେଲେ ବିରୋଧୀଙ୍କୁ କ୍ଷମା କରିବେ ନାହିଁ ବୋଲି ଉପସ୍ଥିତ ଲୋକଙ୍କ ଆଗରେ ଦମ୍ଭୋକ୍ତି କରିଛନ୍ତି।

ଇସଲାମାବାଦ ରାଲିକୁ ସମ୍ବୋଧନ କରି ଇମ୍ରାନ ଖାନ ପ୍ରଥମେ ଉପସ୍ଥିତ ଥିବା ହଜାର ହଜାର ଲୋକଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ସେ କହିଛନ୍ତି, “ମୁଁ ମୋ ଟିମ୍ ଓ ଦେଶକୁ ଏତେବଡ଼ ଆୟୋଜନ ପାଇଁ ଧନ୍ୟବାଦ ଜଣାଉଛି। ଆପଣମାନେ ମୋତେ ଖୁସି କରିଥିବାରୁ ଧନ୍ୟବାଦ। ଆଜି ମୁଁ ଦେଶ ସହ ହୃଦୟରୁ ହୃଦୟ କଥାବାର୍ତ୍ତା କରିବି। ଦେଶ ଆଦର୍ଶକୁ ନେଇ ତିଆରି ହୋଇଥାଏ। ଏହି ଆଦର୍ଶ ଯୋଗୁ ପାକିସ୍ତାନ ଇସଲାମ ଦେଶ ଭାବେ ଗଢ଼ି ଉଠିଛି।

ବ୍ରିଟେନରେ ରହିବା ସମୟରେ ମୁଁ ଦେଶର କଲ୍ୟାଣ କଥା ବୁଝିଥିଲି। ପ୍ରଫେଟ ମହମ୍ମଦ ମଦିନାରେ ଯେଉଁ ମଡେଲ ପ୍ରତିଷ୍ଠା କରିଥିଲେ, ଠିକ୍‌ ଅନୁରୂପ କଥା ମୁଁ ଶିଖିଥିଲି। ସେ ନୀତି ଓ ଆଦର୍ଶକୁ ନେଇ ପାକିସ୍ତାନକୁ ବିକାଶର ରାସ୍ତାରେ ନେଇଛି। ଆମେ ବର୍ତ୍ତମାନ ବିକାଶ ରାସ୍ତାରେ ଚାଲିବା ଆରମ୍ଭ କରିଛେ। କଲ୍ୟାଣକାରୀ ନୀତିରେ ଆମ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିକଶିତ କରିଥିବାରୁ ମୁଁ ଗର୍ବିତ।

ମୁଁ ଆଜି କହିବାକୁ ଚାହୁଁଛି ଯେ ଟିକସରୁ ଅର୍ଥ ଆଦାୟ ଜାରି ରହିବ। ଏହି ଅର୍ଥରେ ପାକିସ୍ତାନର ବିକାଶ ହେବ। ଆମେ ଥରେ ୫ ବର୍ଷ ଶାସନ କାର୍ଯ୍ୟ ଶେଷ କରିବା ପରେ ପିଟିଆଇ ଭଳି କୌଣସି ଦଳ ଆଜି ଯାଏ ପାକିସ୍ତାନରେ କାମ କରି ନଥିବା ଆପଣମାନେ ନିଜେ ଅନୁଭବ କରିବେ।

ମହିଳାମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ପାଇଁ ଆମେ ବିଲ୍‌ ଆଣିଛୁ। ମହାମାରୀ କରୋନା ସତ୍ତ୍ୱେ ପାକିସ୍ତାନର ଅର୍ଥନୀତିକ ଅଭିବୃଦ୍ଧି ରେକର୍ଡ ସ୍ତର ଛୁଇଁଛି। ଶିଳ୍ପାନୁଷ୍ଠାନ ପାଇଁ ପ୍ୟାକେଜ ଘୋଷଣା କରାଯାଇଛି। କରୋନା ବେଳେ ପାକିସ୍ତାନ ସରକାର ନେଇଥିବା ପଦକ୍ଷେପକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ମିଳିଛି।

ଆମ ସରକାର ୩.୫ ବର୍ଷ ଭିତରେ ଯେଉଁ ସବୁ କାମ କରିଛି, ପୂର୍ବରୁ କୌଣସି ସରକାର ଏତେ କାମ କରିପାରି ନଥିଲେ। ଗୋରା ରଙ୍ଗର ଅପରାଧୀକ ପାଇଁ ଆଜି ପାକିସ୍ତାନ ଗରିବ। ୩ଟି ମୁଷା(୩ ପୂର୍ବତନ ପ୍ରଧାନମନ୍ତ୍ରୀ) ଦେଶକୁ ୩୦ ବର୍ଷ କାଳ ଲୁଟିଥିଲେ। ପାକିସ୍ତାନ କେବେ ହେଲେ କଲ୍ୟାଣକାରୀ ନୀତିକୁ ଅନୁସରଣ କରି ନଥିଲା। ପାକିସ୍ତାନକୁ ଆଗକୁ ନେବା ପାଇଁ ମୁଁ ୨୫ ବର୍ଷ ତଳେ ରାଜନୀତିରେ ପ୍ରବେଶ କରିଥିଲି।

ପିପିପି କ୍ଷମତାରେ ଥିବା ବେଳେ ବ୍ୟାପକ ଦୁର୍ନୀତି କରିଥିଲା। ଏଥିପାଇଁ ଦେଶକୁ ୨୦୦ ବିଲିୟନ ଟଙ୍କାର ଫାଇନ ତୁର୍କୀକୁ ଦେବାକୁ ପଡ଼ିଛି। ମୋ ବିରୋଧରେ ଏବେ ଅନାସ୍ଥା ପ୍ରସ୍ତାବ ଅଣାଯାଇ ଷଡ଼ଯନ୍ତ୍ର କରାଯାଉଛି। ହେଲେ ମୁଁ କେବେ ହେଲେ ମୁଣ୍ଡ ନୁଆଁଇବି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story