ସ୍ପା ଭିତରେ ଆଖିବୁଜା ଗୁଳିମାଡ଼, ୮ ମୃତ
ୱାଶିଂଟନ: ଆମେରିକାରେ ଆଖିବୁଜା ଗୁଳିମାଡ଼। ଆମେରିକାର ଆଟଲାଣ୍ଟାରେ ଭୟାନକ ଗୁଳିମାଡ଼ ହୋଇଛି। ଅଟଲାଣ୍ଟା ସ୍ଥିତ ଜର୍ଜିଆର ୩ଟି ସ୍ପା ଭିତରେ ପଶି ଜଣେ ଦୁର୍ବୃତ୍ତ ଏହି ଗୁଳିମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ୪ଜଣ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଗୁଳିମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ସାମାଚାର ଏଜେନ୍ସି ପିଟିଆଇ ମୁତାବକ, ଏହି ଘଟଣାରେ ଅତି କମ୍ରେ ୮ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ସିସିଟିଭି ଫୁଟେଜ ଆଧାରରେ ଦକ୍ଷିଣ-ପଶ୍ଚିମ ଜର୍ଜିଆରୁ ଜଣେ ୨୧ ବର୍ଷୀୟ ସନ୍ଦିଗ୍ଧ ଯୁବକକୁ ପୁଲିସ ଗିରଫ କରିଛି ।
ଆଟଲାଣ୍ଟର ପୁଲିସ ପ୍ରମୁଖ ରୋଡନି ବ୍ରାୟଣ୍ଟଙ୍କ କହିଛନ୍ତି, ଗୁଳିମାଡ଼ରେ ପୂର୍ବୋତ୍ତର ଆଟଲାଣ୍ଟର ଏକ ସ୍ପା ଭିତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରାସ୍ତା ଆରପାର୍ଶ୍ୱରେ ଥିବା ଆଉ ଏକ ସ୍ପାରୁ ଆଉ ଜଣଙ୍କ ମୃତଦେହ ଜବତ ହୋଇିଛି। ଏ ସମସ୍ତ ମୃତକ ମହିଳା। ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୫.୫୦ମିନିଟ୍ରେ ଏହି ଭୟଙ୍କର ଗୁଳିକାଣ୍ଡ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।