ଭୟଙ୍କର ଘୂର୍ଣ୍ଣିଝଡ଼, ଉଡ଼ିଲା ଘର ଓ ଗାଡ଼ି
ନୂଆଦିଲ୍ଲୀ: ମାଡି ଆସିଲା ଭୟଙ୍କର ଘୂର୍ଣ୍ଣିଝଡ। ଉଡିଗଲା ଶହଶହ ଘରର ଛାତ ଓ ଗାଡି। ଅନେକ ଗଛ ବି ଉପୁଡି ପଡିଲା। ଆହତ ହେଲେ ଅନେକ ଲୋକ। ଶୁକ୍ରବାର ଆମେରିକାର କାନ୍ସାସ୍ରେ ଆସିଥିବା ଭୟଙ୍କର ଘୂର୍ଣ୍ଣିଝଡ ଏଭଳି କିଛି ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଶୁକ୍ରବାର ସନ୍ଧ୍ୟାରେ କନସାସରେ ଭୟଙ୍କର ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା। ଏହାର ଦୃଶ୍ୟ ମଧ୍ୟ ବେଶ୍ ଭୟଙ୍କର ଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ ଆଖି ପିଛୁଳାକେ ଏହା ଶହଶହ ଘର ସାଙ୍ଗକୁ ଗଛକୁ ମଧ୍ୟ ଭାଙ୍ଗି ପକାଇଥିଲା। ଏହି ଘୂର୍ଣ୍ଣିଛଡ ଯୋଗୁଁ ପ୍ରାୟ ୧୫ ହଜାର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି। ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଛି। ସେପଟେ ଏଥିପାଇଁ ଅନେକ ଲୋକେ ଆହତ ମଧ୍ୟ ହୋଇଛନ୍ତି।
ଅଧିକାଂଶ ଘରର ବିଜୁଳି ସେବା ବ୍ୟାହତ ହୋଇଛି। ଏହାସହ ବିଭିନ୍ନ ସ୍ଥାନରେ ଝଡ ଦ୍ୱାରା ୩ ଜଣ ପ୍ରାଣ ହରାଇଛନ୍ତି। ଅକଲୋମା ହାଇଓ୍ୱେ ପାଟ୍ରୋଲ ରିପୋର୍ଟ ଅନୁସାରେ, ଟେକସାସର ନିକୋଲାସ ନାୟର, ଇଲିନାଇସର ଗୋବିନ୍ ସର୍ଟ ଓ ଇଣ୍ଡିଆନାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ସେଠାକାର ମେୟରଙ୍କ କହିବା ମୁତାବକ, ଏହି ଘୂର୍ଣ୍ଣିଝଡ ଯୋଗୁ ପ୍ରାୟ ୧୦୦ ଘର ଧ୍ୱଂସ ହୋଇଯାଇଛି। ତେବେ ଏଥିରେ କେହି ବି ଗୁରୁତର ଆହତ ହୋଇନାହାନ୍ତି। ଟ୍ୱିଟର୍ରେ ଏହି ଘୂର୍ଣ୍ଣିଝଡର ପୂରା ଭିଡିଓ ଶେଆର କରାଯାଇଛି। ଯାହାକୁକୁ ବର୍ତ୍ତମାନ ଯାଏଁ ୨୮ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।
Highest-res drone footage of the Andover, KS #tornado which has received a preliminary rating of EF3. Note how the tornado propagates via vortex dynamics and likely terrain. Incredibly, no lives were lost by this tornado pic.twitter.com/FJDBH8TAv6
— Reed Timmer (@ReedTimmerAccu) April 30, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।