Xiaomi ଏକ୍ସଚେଞ୍ଜ ଅଫର: ପୁରୁଣା ସ୍ମାର୍ଟଫୋନ୍‌ ବଦଳାଇ କିଣନ୍ତୁ ନୂଆ

ନୂଆଦିଲ୍ଲୀ: ଚୀନ୍‌ କମ୍ପାନୀ ଶାଓମିର ଚାହିଦା ଭାରତୀୟ ବଜାରରେ ଜୋରସୋରରେ ବଢ଼ିବାରେ ଲାଗିଛି। Xiaomi ର ସ୍ମାର୍ଟଫୋନ୍‌ ବିକ୍ରି ମଧ୍ୟ ଭଲ ହେଉଛି। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ଆକୃଷ୍ଟ କରିବାକୁ ପୁଣି ଥରେ ଏକ୍ସଚେଞ୍ଜ ଅଫର୍‌ ଆଣିଛି। ଗତବର୍ଷ ପରି ଚଳିତବର୍ଷ ମଧ୍ୟ କମ୍ପାନୀ ଏପରି କରିଛି। କମ୍ପାନୀ ୱେବସାଇଟ୍‌ mi.com ରୁ ଆପଣ ଏହି ଅଫରର ଲାଭ ଉଠାଇ ପାରିବେ। ଏଥିରେ ଗ୍ରାହକଙ୍କୁ Instant ଏକ୍ସଚେଞ୍ଜ କୁପନ୍‌ ଦିଆଯାଉଛି, ଯାହା ଜରିଆରେ […]

Xiaomi

Xiaomi

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 11:06 AM IST

Sports

Latest News

ନୂଆଦିଲ୍ଲୀ: ଚୀନ୍‌ କମ୍ପାନୀ ଶାଓମିର ଚାହିଦା ଭାରତୀୟ ବଜାରରେ ଜୋରସୋରରେ ବଢ଼ିବାରେ ଲାଗିଛି। Xiaomi ର ସ୍ମାର୍ଟଫୋନ୍‌ ବିକ୍ରି ମଧ୍ୟ ଭଲ ହେଉଛି। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ଆକୃଷ୍ଟ କରିବାକୁ ପୁଣି ଥରେ ଏକ୍ସଚେଞ୍ଜ ଅଫର୍‌ ଆଣିଛି। ଗତବର୍ଷ ପରି ଚଳିତବର୍ଷ ମଧ୍ୟ କମ୍ପାନୀ ଏପରି କରିଛି।

କମ୍ପାନୀ ୱେବସାଇଟ୍‌ mi.com ରୁ ଆପଣ ଏହି ଅଫରର ଲାଭ ଉଠାଇ ପାରିବେ। ଏଥିରେ ଗ୍ରାହକଙ୍କୁ Instant ଏକ୍ସଚେଞ୍ଜ କୁପନ୍‌ ଦିଆଯାଉଛି, ଯାହା ଜରିଆରେ ଆପଣ ପୁରୁଣା ହ୍ୟାଣ୍ଡସେଟ୍‌ ବଦଳାଇ ନୂଆ କିଣି ପାରିବେ। ଏଥିପାଇଁ କମ୍ପାନୀ ୱେବସାଇଟ୍‌ରେ ଏକ ସ୍ୱତନ୍ତ୍ର ପେଜ୍‌ ବନାଯାଇଛି।

ଏହି ଅଫର୍‌ ପାଇଁ କମ୍ପାନୀ, Cashing ସହ ପାର୍ଟନରସିପ୍‌ କରିଛି। କମ୍ପାନୀ ଅନୁସାରେ ହ୍ୟାଣ୍ଡସେଟ୍‌ର କଣ୍ଡିସନ୍‌କୁ ଦେଖି ଦାମ ଠିକ୍‌ କରାଯିବ। କମ୍ପାନୀ ସବୁଠାରୁ ଭଲ ଦାମ୍‌ ଦେଉଛି ବୋଲି ଦାବି କରୁଛି। ଏଥିପାଇଁ ଆପଣଙ୍କୁ IMEI ନମ୍ବର ଦେବାକୁ ପଡ଼ିବ। ଏହାପରେ MI ଆକାଣ୍ଟରେ ଏକ୍ସଚେଞ୍ଜ ଭ୍ୟାଲୁର କୁପନ୍‌ ଆସିଯିବ।

କେମିତି କରିବେ ଏକ୍ସଚେଞ୍ଜ

ପ୍ରଥମେ MI ଏକ୍ସଚେଞ୍ଜ ପେଜ୍‌କୁ ଯାଇ ନିଜ ଆକାଉଣ୍ଟ ଲଗ୍‌ ଇନ୍‌ କରନ୍ତୁ। ସେଠାରେ ସପୋଟେଡ୍‌ ଡିଭାଇସ୍‌ର ଲିଷ୍ଟ ଆସିବ। ଯେଉଁଥିରେ ଆପଣ ପୁରୁଣା ଫୋନ୍‌ ଏକ୍ସଚେଞ୍ଜ କରିପାରିବ। ଏଠାରେ ୧୫ଟି ବ୍ରାଣ୍ଡର ଅପ୍‌ସନ ଆସିବ। ଆପଣଙ୍କ ଫୋନ୍‌ ଯେଉଁ କମ୍ପାନୀର ହୋଇଥବ, ତାକୁ ସିଲେକ୍ଟ କରିବେ। ସେଠାରେ ସିଲେକ୍ଟ କରିବା ପରେ ଆପଣଙ୍କୁ ଦାମ୍‌ ଦେଖାଯିବ। ଏହାପରେ ଆପଣ ପୁରୁଣା ସ୍ମାର୍ଟଫୋନ୍‌ର IMEI ନମ୍ବର ଦେବେ। ପରେ ଆପଣଙ୍କୁ ଏକ୍ସଚେଞ୍ଜ କୁପନ ମିଳିଯିବ। ଏହା ଆପଣ ଆକାଉଣ୍ଟରେ ହିଁ ମିଳିବ। ଏବେ ଆପଣ ସେହିଠାରେ ହିଁ ସ୍ମାର୍ଟଫୋନ୍‌ କଣିପାରିବେ। ଏଥିପାଇଁ ଆପଣଙ୍କୁ ଅର୍ଡ ବ୍ଲେସ୍‌ କରିବାକୁ ପଡ଼ିବ। ପରେ କମ୍ପାନୀର ଲୋକ ଆପଣଙ୍କ ପାଖକୁ ଆସି ପୁରୁଣା ଫୋନ୍‌ ନେଇଯାଇ ନୂଆ ସ୍ମାର୍ଟଫୋନ୍‌ ଦେଇଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos