୩୦୦ ସ୍ପିଡ୍‌ରେ ବାଇକ ଚଳାଇ ଭିଡିଓ ଭାଇରାଲ କଲେ, ଏବେ ଜେଲରେ ଭର୍ତ୍ତି ହେଲେ

ବେଙ୍ଗାଲୁରୁ: ସୋଶାଲ ମିଡିଆରେ ଲୋକପ୍ରିୟତା ହାସଲ କରିବା ପାଇଁ ଯୁବକଯୁବତୀମାନେ ଅନେକ ପ୍ରକାରର ବିପଦଜନକ କାମ କରୁଛନ୍ତି। ଶସ୍ତା ଲୋକପ୍ରିୟତା ହାସଲ କରିବା ଲକ୍ଷ୍ୟରେ ଅନେକ ମଧ୍ୟ ଜୀବନ ହରାଇଛନ୍ତି। ତେବେ କରୋନା ପାଇଁ ଜାରି ଲକଡାଉନର ଫାଇଦା ଉଠାଇ ଜଣେ ଯୁବକ ନିଜ ବାଇକ୍‌କୁ ଘଣ୍ଟା ପ୍ରତି ୩୦୦ କିମି ବେଗରେ ଚଳାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି।

ନିଜର ଏହି ବିପଦଜନକ ଓ ଦ୍ରୁତଗତିରେ ଗାଡ଼ି ଚାଳନା କରିବାର ଭିଡିଓକୁ ଭାଇରାଲ କରି ଏବେ ଉକ୍ତ ଯୁବକ ଜଣଙ୍କ ଆଇନ ଜାଲରେ ଛନ୍ଦି ହୋଇଯାଇଛନ୍ତି। ଏଥିପାଇଁ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଛି। କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ଏହି ଘଟଣା ଘଟିଛି।

ଜଣେ ଯୁବକ ନିଜର ଦାମୀ Yamaha R1 ବାଇକକୁ ଘଣ୍ଟାପ୍ରତି ପ୍ରାୟ ୩୦୦ ସ୍ପିଡ୍‌ରେ ଚଳାଉଥିବା ଭିଡିଓ ଏବେ ସାମ୍ନାକୁ ଆସିଛି। ଆଇପିଏସ୍‌ ସନ୍ଦୀପ ପାଟିଲ ଟ୍ୱିଟ କରି ଭିଡିଓଟିକୁ ପୋଷ୍ଟ କରିବା ସହ ପୂରା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏହି ବିପଦଜନକ ଡ୍ରାଇଭିଂର ଭିଡିଓକୁ ନିଜେ ଚାଳକ ଭାଇରାଲ କରିଛନ୍ତି। ସେ ଇ-ସିଟି ଫ୍ଲାଏଓଭର ଉପରେ ପ୍ରାୟ ଘଣ୍ଟାପ୍ରତି ୩୦୦ କିମି ବେଗରେ ଗାଡ଼ି ଚଳାଇ ନିଜର ତଥା ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛନ୍ତି। ସିସିବି ଚାଳକଙ୍କୁ ଠାବ କରିବା ସହ ତାଙ୍କ ଦାମି Yamaha ୧୦୦୦ସିସି ଗାଡ଼ିକୁ ଜବତ କରିଛି।

ଗାଡ଼ି ଚାଳକ ଜଣଙ୍କ ବାଇକ ଚଳାଇବା ପରେ ଫ୍ଲାଏଓଭର ଉପରେ କାର୍‌ ଓ ଅଟୋ ରିକ୍ସା ମଧ୍ୟ ଚାଲୁଥିଲା। ତଥାପି ସେ ନିଜ ଏକ୍ସିଲେଟରୁ ୩୦୦ ସ୍ପିଡ୍‌ ଯାଏ ମୋଡ଼ି ବେଶ ବିପଦଜନକ ଭାବେ ଗାଡ଼ି ଚାଳନା କରିଥିଲେ।

ଆହୁରି ପଢ଼ନ୍ତୁ

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି

ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇ ଅବସର ନେବେ ଜଷ୍ଟିସ୍ ଏସ.କେ ଯାଦବ

ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି

ଜାପାନ ଯିବେ ଜୟଶଙ୍କର, ବଢ଼ିଲା ଚୀନର ଟେନସନ

ବିବାଦୀୟ ମନ୍ତବ୍ୟ ପାଇଁ ସଞ୍ଜୟ ରାଉତଙ୍କ ଉପରେ ବର୍ଷିଲେ କୋର୍ଟ

ଟ୍ରାକ୍ଟର ପୋଡ଼ି ମାମଲାରେ ଆଉ ଚାରି ଗିରଫ୍

ଠାକରେଙ୍କ ନକଲ କରି ଫେସବୁକରେ ଭିଡିଓ ଛାଡୁଥିଲା ଯୁବକ, ଉଠାଇନେଲା ମୁମ୍ୱାଇ ପୁଲିସ

୩୧ ଅକ୍ଟୋବର ଯାଏ ଲକଡାଉନ୍ ବୃଦ୍ଧି କଲା ଏହି ରାଜ୍ୟ

ପରଲୋକରେ ବାଚସ୍ପତି ଓମ୍ ବିର୍ଲାଙ୍କ ବାପା

ଏଫଟିଆଇଆଇର ସଭାପତି ନେଲେ ଫିଲ୍ମ ନିର୍ମାତା ଶେଖର କପୁର

ରିୟାଙ୍କୁ ଆଜି ବି ମିଳିଲାନି ଜାମିନ