ଯଶବର୍ଦ୍ଧନ ସିହ୍ନା ହେବେ ମୁଖ୍ୟ ସୂଚନା କମିଶନର

ନୂଆଦିଲ୍ଲୀ: ପୂର୍ବତନ ଆଇଏଫଏସ୍‌ ଅଫିସର ଯଶବର୍ଦ୍ଧନ ସିହ୍ନା ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ହେବେ। ଅଗଷ୍ଟ ୨୭ରୁ ବିମଳ ଜୁଲକା ଏହି ପଦରୁ ଅବସର ନେବା ପରେ ଏହା ଖାଲି ପଡ଼ିଥିଲା। ଏବେ ଯଶବର୍ଦ୍ଧନ ଏହି ପଦରେ ନିଯୁକ୍ତି ପାଇବେ। ସୂଚନା ଅନୁସାରେ, ୧୯୮୧ ମସିହା ବ୍ୟାଚ୍‌ର ଆଇଏଫଏସ ଅଫିସର ହେଉଛନ୍ତି ଯଶବର୍ଦ୍ଧନ ସିହ୍ନା। ସେ କେନ୍ଦ୍ରୀୟ ସୂଚନା କମିଶନର ପଦରେ ଥିବା ବେଳେ ଏବେ ପ୍ରମୋସନ ପାଇବେ। ସେହିପରି କେନ୍ଦ୍ର ସରକାର କେନ୍ଦ୍ରୀୟ ସୂଚନା […]

i

i

Hemant Lenka
  • Published: Thursday, 29 October 2020
  • Updated: 29 October 2020, 09:50 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ଆଇଏଫଏସ୍‌ ଅଫିସର ଯଶବର୍ଦ୍ଧନ ସିହ୍ନା ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ହେବେ। ଅଗଷ୍ଟ ୨୭ରୁ ବିମଳ ଜୁଲକା ଏହି ପଦରୁ ଅବସର ନେବା ପରେ ଏହା ଖାଲି ପଡ଼ିଥିଲା। ଏବେ ଯଶବର୍ଦ୍ଧନ ଏହି ପଦରେ ନିଯୁକ୍ତି ପାଇବେ।

ସୂଚନା ଅନୁସାରେ, ୧୯୮୧ ମସିହା ବ୍ୟାଚ୍‌ର ଆଇଏଫଏସ ଅଫିସର ହେଉଛନ୍ତି ଯଶବର୍ଦ୍ଧନ ସିହ୍ନା। ସେ କେନ୍ଦ୍ରୀୟ ସୂଚନା କମିଶନର ପଦରେ ଥିବା ବେଳେ ଏବେ ପ୍ରମୋସନ ପାଇବେ। ସେହିପରି କେନ୍ଦ୍ର ସରକାର କେନ୍ଦ୍ରୀୟ ସୂଚନା କମିଶନରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ଖୁବଶୀଘ୍ର ପୂରଣ କରିବେ।

ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରୀୟ ମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କୁ ନେଇ ବୈଠକ ହୋଇଥିଲା। କେନ୍ଦ୍ର କ୍ୟାବିନେଟ ସଚିବ ସିଆଇସି ପାଇଁ ଆଶାୟୀ ଥିବା ୧୩୯ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ନାଁ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ କରିଥିଲେ। ସେହିପରି କେନ୍ଦ୍ରୀୟ ସୂଚନା କମିଶନର ପଦ ପାଇଁ ଆବେଦନ କରିଥିବା ୩୫୫ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ନାଁ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଥିଲା। କେନ୍ଦ୍ରୀୟ ସୂଚନା କମିଶନର ଦୌଡ଼ରେ ସୁଭାଷ ଚନ୍ଦ୍ରା, ମୀନାକ୍ଷୀ ଗୁପ୍ତା, ଇରା ଯୋଶୀ, ଅରୁଣ କୁମାର ପଣ୍ଡା ଓ ହୀରା ଲାଲ ପ୍ରମୁଖ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos