ଶନିବାର ଅପରାହ୍ନ ୪ଟାରେ ପରୀକ୍ଷା ଦେବେ ୟେଦ୍ୟୁରପ୍ପା

ନୂଆଦିଲ୍ଲୀ: ଆସନ୍ତାକାଲି (ଶନିବାର) ଅପରାହ୍ନ ୪ଟାରେ କର୍ଣ୍ଣାଟକ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ବିଜେପିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବହୁମତ ସାବ୍ୟସ୍ତ କରିବାକୁ ଅଧିକ ଦିନ ଦେବାକୁ ବିଜେପି କରିଥିବା ଆବେଦନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଦିନ କର୍ଣ୍ଣାଟକ ରାଜ୍ୟପାଳ ବିଜେପିକୁ ଆମନ୍ତ୍ରିତ କରିବା ପରେ ବିବାଦ ଦେଖାଯାଇଥିଲା। ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ବିଜେପି ସେହି ଦିନ ରାତିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଏବଂ ୟେଦ୍ୟୁରପ୍ପାଙ୍କ ଶପଥ […]

yedu

yedu

Rakesh Mallick
  • Published: Friday, 18 May 2018
  • Updated: 18 May 2018, 12:25 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି (ଶନିବାର) ଅପରାହ୍ନ ୪ଟାରେ କର୍ଣ୍ଣାଟକ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ବିଜେପିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବହୁମତ ସାବ୍ୟସ୍ତ କରିବାକୁ ଅଧିକ ଦିନ ଦେବାକୁ ବିଜେପି କରିଥିବା ଆବେଦନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ଦିନ କର୍ଣ୍ଣାଟକ ରାଜ୍ୟପାଳ ବିଜେପିକୁ ଆମନ୍ତ୍ରିତ କରିବା ପରେ ବିବାଦ ଦେଖାଯାଇଥିଲା। ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ବିଜେପି ସେହି ଦିନ ରାତିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଏବଂ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ଦାବି କରିଥିଲା। କଂଗ୍ରେସର ଆବେଦନକୁ ଗ୍ରହଣ କରାଯିବା ପରେ ରାତିରେ ହିଁ କୋର୍ଟ ବସିଥିଲା। ଗୁରୁବାର ରାତି ୧ଟା ୪୫ମିନିଟ୍‌ରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ଏହା ସକାଳ ୫ଟା ପର୍ଯ୍ୟନ୍ତ ଚାଲିଥିଲା। କୋର୍ଟ  ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉତ୍ସବ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ। ତେବେ ବହୁମତ ସାବ୍ୟସ୍ତ କରିବା ପାଇଁ ରାଜ୍ୟପାଳ ବିଜେପିକୁ ଯେଉଁ ୧୫ ଦିନ ସମୟ ଦେଇଥିଲେ ତାହାକୁ କମାଇବାକୁ କଂଗ୍ରେସ ଯେଉଁ ଦାବି କରିଥିଲା ତା ଉପରେ ଶୁକ୍ରବାର ଶୁଣାଣି କରିବାକୁ କୋର୍ଟ କହିଥିଲେ। ଆଜି ଏହା ଉପରେ ଶୁଣାଣି କରି କୋର୍ଟ ବହୁମତ ସାବ୍ୟସ୍ତ କରିବା ପାଇଁ ବିଜେପିକୁ ମାତ୍ର ୨୪ ଘଣ୍ଟା ସମୟ ଦେଇଛନ୍ତି। ଆସନ୍ତାକାଲି ଅପରାହ୍ନ ୪ଟା ବେଳେ ବିଧାନସଭାରେ ବିଜେପି ଆସ୍ଥା ଭୋଟ୍ ଲୋଡ଼ିବ।

ସୋମବାର ପର୍ଯ୍ୟନ୍ତ ସମୟ ମାଗିଥିଲା ବିଜେପି

ବହୁମତ ସାବ୍ୟସ୍ତ କରିବାକୁ ସୋମବାର ପର୍ଯ୍ୟନ୍ତ ସମୟ ଦେବାକୁ ବିଜେପିର ଓକିଲ ମୁକୁଲ ରୋହତଗୀ କୋର୍ଟଙ୍କୁ ଅନୁରୋଧ କରିଥିଲେ। ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ।

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେନି

ବହୁମତ ସାବ୍ୟସ୍ତ ପୂର୍ବରୁ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ଗଠିତ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟପାଳଙ୍କ ଭୂମିକା ଉପରେ ହେବ ଶୁଣାଣି

ରାଜ୍ୟପାଳଙ୍କ ଭୂମିକା ନେଇ ବି ଶୁଣାଣି କରିବେ ସୁପ୍ରିମକୋର୍ଟ।  ବହୁମତ ନଥାଇ ବି ସରକାର ଗଢ଼ିବାକୁ ଡାକିବା ନେଇ ଶୁଣାଣି କରିବେ କୋର୍ଟ। ତେବେ ୧୦ ସପ୍ତାହ ପରେ ଏହାର ଶୁଣାଣି କରାଯିବ।

ସୂଚନାଯୋଗ୍ୟ, ୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପି ୧୦୪ଟି ଆସନ ଜିତିଛି। କଂଗ୍ରେସ ୭୮ଟି ଆସନ ପାଇଥିବା ବେଳେ ଜେଡିଏସ୍ ୩୮ଟି ଆସନ ପାଇଛି। ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଫଳାଫଳ ଆସିବା ପରେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟ କରି ସରକାର ଗଠନ କରିବାକୁ ରାଜ୍ୟପାଳଙ୍କଠାରେ ଦାବି କରିଥିଲେ। ଉଭୟ ଦଳ ସେମାନଙ୍କ ପଛରେ ୧୧୭ ଜଣ ବିଧାୟକଙ୍କ ସମର୍ଥନ ଥିବା ଜଣାଇଥିଲେ। ତା’ସତ୍ତ୍ୱେ ରାଜ୍ୟପାଳ ବିଜେପିକୁ ସୁଯୋଗ ଦେବାରୁ ସେମାନେ ଏହାକୁ ଅସାମ୍ବିଧାନିକ କହି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story