ପୁଣି ଜଣେ ବିଜେପି ନେତା ସରକାରୀ ଅଧିକାରୀଙ୍କୁ ପିଟିଲେ

ଭୋପାଲ: ଦିନକୁ ଦିନ ବିଜେପିର ଗୁଣ୍ଡାଗର୍ଦ୍ଦି ବଢ଼ିବାରେ ଲାଗିଛି। ବିଶେଷ କରି ମଧ୍ୟ ପ୍ରଦେଶରେ ବିଜେପି ବିଧାୟକ ଓ ନେତାମାନେ ଏବେ ସରକାରୀ ଅଫିସରମାନଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି। କିଛି ଦିନ ତଳେ ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିୟା ଜଣେ ପୌରପାଳିକା ଅଧିକାରୀଙ୍କୁ ମାଡ଼ ମାରିଥିଲେ। ଏବେ ସତନା ନଗରରେ ଜଣେ ବିଜେପି ନେତା ସତନା ନଗର ପଞ୍ଚାୟତର ମୁଖ୍ୟ ମେଡିକାଲ ଅଧିକାରୀ ଡା. ଦେବବ୍ରତ ସୋନିଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଗୁରୁତର ଆହତ ହୋଇଥିବା […]

wa

Hemant Lenka
  • Published: Friday, 28 June 2019
  • , Updated: 28 June 2019, 04:19 PM IST

ଭୋପାଲ: ଦିନକୁ ଦିନ ବିଜେପିର ଗୁଣ୍ଡାଗର୍ଦ୍ଦି ବଢ଼ିବାରେ ଲାଗିଛି। ବିଶେଷ କରି ମଧ୍ୟ ପ୍ରଦେଶରେ ବିଜେପି ବିଧାୟକ ଓ ନେତାମାନେ ଏବେ ସରକାରୀ ଅଫିସରମାନଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି। କିଛି ଦିନ ତଳେ ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିୟା ଜଣେ ପୌରପାଳିକା ଅଧିକାରୀଙ୍କୁ ମାଡ଼ ମାରିଥିଲେ।

ଏବେ ସତନା ନଗରରେ ଜଣେ ବିଜେପି ନେତା ସତନା ନଗର ପଞ୍ଚାୟତର ମୁଖ୍ୟ ମେଡିକାଲ ଅଧିକାରୀ ଡା. ଦେବବ୍ରତ ସୋନିଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଅଧିକାରୀ ଜଣଙ୍କ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସମ୍ପୃକ୍ତ ବିଜେପି ନେତାଙ୍କ ପରିଚୟ ମିଳି ନଥିଲେ ହେଁ ପୁଲିସ୍‌ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣାରେ ପୁଲିସ୍‌ ନଗର ପଞ୍ଚାୟତ ଅଧ୍ୟକ୍ଷଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି।

Related story