ପୁଲିସ୍‌ ବାବୁଙ୍କୁ ବଦଳି ଧମକ ଦେଲେ ବିଜେପି ବିଧାୟକଙ୍କ ପୁଅ

କସଗଞ୍ଜ: ପୁଣି ଜଣେ ବିଜେପି ବିଧାୟକଙ୍କ ପୁଅଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶ ବିଜେପି ବିଧାୟକ ଦେବେନ୍ଦ୍ର ସିଂହ ରାଜପୁତଙ୍କ ପୁଅ ଯଶବୀର ସୋରନ ଘାଟ ପୁଲିସ୍‌ ଷ୍ଟେସନର ଅଧିକାରୀଙ୍କୁ ନାଲି ଆଖି ଦେଖାଇବା ସହ ବଦଳି କରିଦେବେ ବୋଲି ଧମକ ଦେଇଛନ୍ତି। ଲୋକଙ୍କ ସହ ଝଗଡ଼ା କରୁଥିବା ଅଭିଯୋଗରେ ସୋରନ ଘାଟ ପୁଲିସ୍‌ ଦୁଇ ଜଣ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗିରଫ କରି ଥାନାକୁ ଆଣିଥିଲା।

ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ଯଶବୀର ଓ ତାଙ୍କ ସମର୍ଥକମାନେ ଥାନାରେ ପହଞ୍ଚି ଉକ୍ତ ଦୁଇ ଡ୍ରାଇଭରଙ୍କୁ ଛାଡ଼ିବାକୁ ଦାବି କରିଥିଲେ। ଥାନା ଅଧିକାରୀ ଏଥିରେ ରାଜି ନ ହେବାରୁ ଯଶବୀର ନିଜର ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ।

ସେ ଥାନା ଅଧିକାରୀଙ୍କୁ ନାଲି ଆଖି ଦେଖାଇବା ସହ ନିଜ ସୀମାରେ ରହି କାର୍ଯ୍ୟ କରିବାକୁ ଧମକ ଦେଇଥିଲେ। ଯଦି ଥାନା ଅଧିକାରୀ ଏକଥା ନ ଶୁଣିବେ, ତା’ହେଲେ ତାଙ୍କର ବଦଳି ଅନ୍ୟତ୍ର କରିଦେବାକୁ ମଧ୍ୟ ସେ ଧମକ ଦେଇଥିଲେ। ତେବେ ଏ ସମ୍ପର୍କରେ ସବିଶେଷ ବିବରଣୀ ରିପୋର୍ଟ ଲେଖା ହେବା ଯାଏ ଜଣାପଡ଼ିନାହିଁ।

ଆହୁରି ପଢ଼ନ୍ତୁ

୧୬ରୁ ୩୧ ଯାଏ ଲାଗୁ ହେବ ପୂରା ଲକଡାଉନ

ଏହି ରାଜ୍ୟର ବିଜେପି ମୁଖ୍ୟଙ୍କୁ କରୋନା, କ୍ୱାରେଣ୍ଟାଇନରେ ରାମ ମାଧବ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର

କେନ୍ଦ୍ରାପଡ଼ାରେ କାହିଁକି ବିବାହ ହୋଇଥିଲା?

ହସ୍ପିଟାଲରେ ଆଉ କେତେ ଦିନ ରହିବେ ବିଗ ବି ଓ ଅଭିଷେକ ବଚ୍ଚନ

୪ ବର୍ଷର ପୁଅ ଓ ସ୍ୱାମୀଙ୍କୁ ଏକାକରି ସବୁଦିନ ପାଇଁ ଚାଲିଗଲେ କରୋନା ଯୋଦ୍ଧା

ରାଜସ୍ଥାନ ମହାନାଟକ: ପଣବନ୍ଦୀର ଅଭିଯୋଗ ଆଣିଲେ ବିଧାୟକ

କାଲି ୧୦ଟା ବେଳେ ବଡ଼ ଘୋଷଣା କରିବେ ସଚିନ ପାଇଲଟ

ଭାରତକୁ ଇରାନ୍‌ ଝଟକା: ଫଣ୍ଡିଂ ନ କରିବାରୁ ଛାବାହାର ରେଳ ପ୍ରକଳ୍ପରୁ ନୂଆଦିଲ୍ଲୀ ଡ୍ରପ୍‌

ରାମ ଗୋପାଲ ବର୍ମାଙ୍କ ଫିଲ୍ମରେ ଓଡ଼ିଶାର ‘ରକ୍‌’, ଅପ୍‌ସରାଙ୍କ ବିପକ୍ଷରେ କରିବେ ଅଭିନୟ

ଜଲଦି ଉଠ, ପାଞ୍ଚଟା ବାଜିଲାଣି !

ବୁଧବାର ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

‘କରଣ ଭୟଭୀତ ଅଛନ୍ତି ଏବଂ କିଛି କହିବା ଅବସ୍ଥାରେ ନାହାନ୍ତି’