ଆଉ ଜଣେ ଯୌନଦାସୀ ବଖାଣିଲେ ଆଇଏସ୍‌ର ବର୍ବରତାର କାହାଣୀ

ୱାଶିଂଟନ୍‌: ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ କେମିତି କବଜା କରୁଥିବା ସହରରୁ ଯୁବତୀ ଓ ମହିଳାମାନଙ୍କୁ ଅପହରଣ କରି ଯୌନଦାସୀ ବନାଇଥିଲା, ତା’ର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ପୂର୍ବରୁ ଆପଣ ଆଇଏସ୍‌ ଆତଙ୍କବାଦୀମାନେ ଦୀର୍ଘବର୍ଷ ଧରି ଯୌନଦାସୀ କରି ରଖିଥିବା ନାଦିଆ ମୁରାଦଙ୍କ କାହାଣୀ ସମ୍ପର୍କରେ ଜାଣିଥିଲେ। ନାଦିଆଙ୍କୁ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ମିଳିଛି। ହେଲେ ଏବେ ଆଉ ଜଣେ ମହିଳା ତାଙ୍କ ସହ ଘଟିଥିବା ବର୍ବରତା ସମ୍ପର୍କରେ ମୁହଁ […]

n4

n4

Hemant Lenka
  • Published: Tuesday, 23 October 2018
  • Updated: 23 October 2018, 03:10 PM IST

Sports

Latest News

ୱାଶିଂଟନ୍‌: ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ କେମିତି କବଜା କରୁଥିବା ସହରରୁ ଯୁବତୀ ଓ ମହିଳାମାନଙ୍କୁ ଅପହରଣ କରି ଯୌନଦାସୀ ବନାଇଥିଲା, ତା’ର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି।
ପୂର୍ବରୁ ଆପଣ ଆଇଏସ୍‌ ଆତଙ୍କବାଦୀମାନେ ଦୀର୍ଘବର୍ଷ ଧରି ଯୌନଦାସୀ କରି ରଖିଥିବା ନାଦିଆ ମୁରାଦଙ୍କ କାହାଣୀ ସମ୍ପର୍କରେ ଜାଣିଥିଲେ। ନାଦିଆଙ୍କୁ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ମିଳିଛି। ହେଲେ ଏବେ ଆଉ ଜଣେ ମହିଳା ତାଙ୍କ ସହ ଘଟିଥିବା ବର୍ବରତା ସମ୍ପର୍କରେ ମୁହଁ ଖୋଲିଛନ୍ତି।

[caption id="attachment_291948" align="aligncenter" width="912"] ନାଦିଆ ମୁରାଦ[/caption]

ତାଙ୍କ ନାଁ ହେଲା ଲୈଲା ଟାଲୋ ଖୁଦେର ଅଲାଲୀ। ସେ କୁର୍ଦ୍ଦିସ୍ତାନର ନାଗରିକ। ଆଇଏସ୍‌ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିବା ପରେ ତାଙ୍କୁ କେମିତି ଯୌନଦାସୀ କରି ରଖିଥିଲେ, ସେକଥା ସେ କହିଛନ୍ତି।
 
୨୦୧୪ ଅଗଷ୍ଟ ୩ ତାରିଖ ସକାଳେ କୋଚା ଗାଁର ଲୋକମାନେ ବେଶ ଆନନ୍ଦର ସହ ନିଜ ନିଜ କାମ କରୁଥିଲେ। ଉପବାସର ମାସ ଶେଷ ହୋଇଥିବାରୁ ସମସ୍ତେ ସମସ୍ତଙ୍କୁ ମିଠା ଦେଇ ଉତ୍ସବ ମନାଉଥିଲେ।
କିନ୍ତୁ ମାତ୍ର କିଛି ଘଣ୍ଟା ମଧ୍ୟରେ ସବୁ କିଛି ବଦଳି ଯାଇଥିଲା। ହଠାତ୍‌ ଶହଶହ ବନ୍ଧୁକଧାରୀ ଗାଁ ଉପରେ କରିଥିଲେ ଆକ୍ରମଣ। କିଛି ମିନିଟ୍‌ ମଧ୍ୟରେ ସମଗ୍ର ଗାଁରେ ଖେଳି ଯାଇଥିଲା ଆତଙ୍କ। ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ପୋକ ମାଛି ପରି ମାରିବା ସହ ମହିଳା ଓ ଯୁବତୀଙ୍କୁ ଅପହରଣ କରି ନେଇଥିଲେ। ତେବେ ଲୈଲା ତାଙ୍କର ଦୁଇ ଶିଶୁ, ସ୍ୱାମୀ ଓ ପରିବାର ଲୋକଙ୍କ ସହ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିଲେ। 

[caption id="attachment_291950" align="aligncenter" width="864"] ଲୈଲା ଟାଲୋ ଖୁଦେର ଅଲାଲୀ[/caption]

ଲୈଲାଙ୍କ ସହ ସମୁଦାୟ ୧୯ ଜଣ ଲୋକ ଆଇଏସ୍‌ ଆକ୍ରୋଶରୁ ବର୍ତ୍ତି ଯାଇଥିଲେ। କିନ୍ତୁ ସେମାନଙ୍କ ଖୁସି ତା’ ପରଦିନ ସକାଳେ ହିଁ ଶେଷ ହୋଇ ଯାଇଥିଲା। କାରଣ ଆଇଏସ୍‌ ଆତଙ୍କବାଦୀମାନେ ସେମାନଙ୍କୁ ଠାବ କରିବା ସହ ବନ୍ଦୀ କରି ନେଇଥିଲେ। ଆଇଏସ୍‌ ଆତଙ୍କବାଦୀମାନେ ଲୈଲାଙ୍କ ମା’, ୬ ଜଣ ଭାଇ ଓ ସାବତ ଭାଇଙ୍କୁ ହତ୍ୟା କରିଥିଲେ। ଲୈଲାଙ୍କୁ ଯୌନଦାସୀ କରିବାକୁ ଆତଙ୍କବାଦୀମାନେ ନିଜ ସାଙ୍ଗରେ ନେଇଯାଇଥିଲେ।
 
ଦୀର୍ଘ ୨ ବର୍ଷ ୬ ମାସ ଓ ୮ ଦିନ ଧରି ଆତଙ୍କବାଦୀମାନେ ଲୈଲାଙ୍କୁ ବାରମ୍ବାର ଗଣ ଦୁଷ୍କର୍ମ କରି ଚାଲିଥିଲେ। ଯୌନଦାସୀ ଭାବେ ଲୈଲା କେମିତି କେମିତି ଜୀବନ ବିତାଇଥିଲେ, ସେକଥା ସେ ଆଜି କହିଛନ୍ତି।

[caption id="attachment_291952" align="aligncenter" width="907"] ନାଦିଆ ମୁରାଦ[/caption]

ତାଙ୍କ କହିବା ଅନୁଯାୟୀ, “ସେତେବେଳେ ମୋର ବୟସ ମାତ୍ର ୨୬ ଥିଲା। ଆତଙ୍କବାଦୀମାନେ ୯ ଥର ମୋତେ ଅନ୍ୟ ରାଷ୍ଟ୍ରକୁ ନେଇ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ।  ମୋତେ ଆତଙ୍କବାଦୀମାନେ ସିରିଆ, ଇରାକ ଓ ସାଉଦି ଆରବକୁ ନେଇଥିଲେ। ସେଠାରେ ଏକାଧିକ ଲୋକ ମୋତେ ଯୌନଦାସୀ ଭାବେ ବ୍ୟବହାର କରିଥିଲେ। ଜଣେ ବ୍ୟକ୍ତି ମୋତେ ସପ୍ତାହ ପାଇଁ ଧାର ନିଅନ୍ତି। ତାଙ୍କ ମନ ବୁଝିଗଲା ପରେ ସେ ମୋତେ ଅନ୍ୟ ଜଣଙ୍କୁ ବିକ୍ରି କିମ୍ବା ଉପହାର ଆକାରରେ ଦେଇ ଦିଅନ୍ତି। ଯଦି ଗ୍ରାହକ ଯୋଗାଡ଼ ନ ହୋଇପାରନ୍ତି, ତା’ହେଲେ ଆତଙ୍କବାଦୀମାନେ ଉକ୍ତ ଅଞ୍ଚଳରେ ଥିବା ସେମାନଙ୍କ ସହଯୋଗୀଙ୍କୁ ଖୁବ୍‌ କମ୍‌ ଦାମରେ ବିକ୍ରି କରିଦିଅନ୍ତି। ଏଭଳି ଭାବେ ଦୀର୍ଘ ୨ ବର୍ଷ ଧରି ମୋ ସହ ଆତଙ୍କବାଦୀମାନେ ଏଭଳି ବର୍ବରତା କରିଥିଲେ। ତେବେ ଗତବର୍ଷ ଏକ ଉଦ୍ଧାରକାରୀ ଦଳ ସହାୟତାରେ ମୁଁ ଆତଙ୍କବାଦୀଙ୍କ କବଳରୁ ଖସି ଆସିବାକୁ ସକ୍ଷମ ହୋଇଥିଲି।” 

[caption id="attachment_291953" align="aligncenter" width="908"] ଲୈଲା ଟାଲୋ ଖୁଦେର ଅଲାଲୀ[/caption]

ଏବେ ଲୈଲା ଆଇଏସ୍‌ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣର ଶିକାର ହୋଇଥିବା ମହିଳାଙ୍କୁ କେମିତି ଉଦ୍ଧାର କରାଯିବ ସେ କାର୍ଯ୍ୟରେ ଲାଗିଛନ୍ତି। ବର୍ତ୍ତମାନ ଲୈଲା ଦୁହୋକ କୁର୍ଦ୍ଦିସ୍ତାନଠାରେ ଥିବା ଅସ୍ଥାୟୀ ଶାହାରିଆ କ୍ୟାମ୍ପରେ ରହୁଛନ୍ତି। ତାଙ୍କ ପାଖରେ ତାଙ୍କର ୫ ବର୍ଷର ଝିଅ ଓ ୭ ବର୍ଷର ପୁଅ ଅଛନ୍ତି। ଗତବର୍ଷ ଲୈଲା ତାଙ୍କ ଭାଇଙ୍କ ସାହାଯ୍ୟରେ ଏକ ବହି ଲେଖିଥିଲେ।  ଏବେ ବି ତାଙ୍କ ସ୍ୱାମୀ ଓ ପରିବାରର ଅନ୍ୟ ଜଣ ସଦସ୍ୟ ନିଖୋଜ ଅଛନ୍ତି। ସିନଝାର ଆଇଏସ୍‌ ଆକ୍ରମଣରେ ଧ୍ୱଂସ ହୋଇଯାଇଥିବାରୁ ଲୈଲା ସେଠାକୁ ଯାଇ ପାରୁନାହାନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos