ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସରେ ଘଟିଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୨ ଦିଲ୍ଲୀ ନିର୍ଭୟା ଘଟଣା ପରି ସେପ୍ଟେମ୍ବର ୧୪ରେ ଉତ୍ତର ପ୍ରଦେଶର ହାଥରସଠାରେ ୪ ଜଣ ଯୁବକ ଜଣେ ୧୯ ବର୍ଷୀୟ ଦଳିତ ମହିଳାଙ୍କୁ ପ୍ରଥମେ ଗଣଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଅତ୍ୟନ୍ତ ଭୟଙ୍କର ଭାବେ ନିର୍ଯାତନା ଦେଇଥିଲେ। ତାଙ୍କ ପିଞ୍ଜରା ହାଡ଼ ଭାଙ୍ଗିବା ସହ ମେରୁଦଣ୍ଡରେ ବି ଆଘାତ ଲାଗିଥିଲା। ଏଥିପାଇଁ ଗତକାଲି […]

f

f

Hemant Lenka
  • Published: Wednesday, 30 September 2020
  • Updated: 30 September 2020, 04:43 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସରେ ଘଟିଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୨ ଦିଲ୍ଲୀ ନିର୍ଭୟା ଘଟଣା ପରି ସେପ୍ଟେମ୍ବର ୧୪ରେ ଉତ୍ତର ପ୍ରଦେଶର ହାଥରସଠାରେ ୪ ଜଣ ଯୁବକ ଜଣେ ୧୯ ବର୍ଷୀୟ ଦଳିତ ମହିଳାଙ୍କୁ ପ୍ରଥମେ ଗଣଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଅତ୍ୟନ୍ତ ଭୟଙ୍କର ଭାବେ ନିର୍ଯାତନା ଦେଇଥିଲେ। ତାଙ୍କ ପିଞ୍ଜରା ହାଡ଼ ଭାଙ୍ଗିବା ସହ ମେରୁଦଣ୍ଡରେ ବି ଆଘାତ ଲାଗିଥିଲା। ଏଥିପାଇଁ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରିବାର ଲୋକଙ୍କ ବିନା ଅନୁମତିରେ ପୁଲିସ୍‌ ପୀଡ଼ିତାଙ୍କ ମୃତଦେହକୁ ରାତି ପ୍ରାୟ ୨.୪୦ରେ ଶତ୍କାର କରିଦିଆଯାଇଛି। ଏହାକୁ ନେଇ ବିବାଦ ଆହୁରି ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ରଫାଦଫା କରି ନିଜର ଛବିକୁ ସୁଧାରିବା ପାଇଁ ପ୍ରଶାସନକୁ ଲଗାଇ ଏପରି କରିଛନ୍ତି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଛି।

ଏପରି କି ଅନେକ ଲୋକ ଯୋଗୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି। ବିରୋଧୀ ଦଳଗୁଡ଼ିକ ମଧ୍ୟ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପାଇଁ ଯୋଗୀ ଆଦିତ୍ୟନାଥ ତାଙ୍କ ନୈତିକ ଅଧିକାର ହରାଇଛନ୍ତି।

ପୀଡ଼ିତା ଓ ତାଙ୍କ ପରିବାର ବର୍ଗଙ୍କୁ ସୁରକ୍ଷା ଯୋଗାଇ ଦେବା ବଦଳରେ ଯୋଗୀଙ୍କ ସରକାର ସେମାନଙ୍କ ମାନବାଧିକାର କ୍ଷୁଣ୍ଣ କରିବାରେ ଲାଗିଛନ୍ତି। ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲେ ବି ଯୋଗୀ ସରକାର ଏହାକୁ ଆଦୌ ଗୁରୁତର ସହ ନେଉନାହାନ୍ତି। ତେଣୁ ଯୋଗୀ  ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ନୈତିକ ଅଧିକାର ହରାଇଛନ୍ତି।

ପ୍ରିୟଙ୍କା ପୀଡ଼ିତାଙ୍କ ବାପାଙ୍କ ସହ ମଧ୍ୟ କଥା ହୋଇଥିବା କହିଛନ୍ତି। ସେ କହିଛନ୍ତି, ମୁଁ ହାଥରସ ପୀଡ଼ିତାଙ୍କ ବାପାଙ୍କ ସହ ଫୋନରେ କଥା ହୋଇଛି। ତାଙ୍କ ଝିଅର ମୃତ୍ୟୁ ଖବର ପାଇବା ପରେ ମୁଁ ତାଙ୍କ ସହ କଥା ହୋଇଥିଲି। ସେ କେମିତି ବିକଳ ଭାବେ କାନ୍ଦୁଥିଲେ ତା’ର ଶବ୍ଦ ମୁଁ ଶୁଣିଛି। ସେ କେବଳ ମୋତେ ଗୋଟିଏ କଥା କହିଛନ୍ତି ଯେ ତାଙ୍କ ଝିଅଙ୍କୁ ନ୍ୟାୟ ଦରକାର। ସେ ତାଙ୍କ ଝିଅଙ୍କୁ ଶେଷଥର ପାଇଁ ଘରକୁ ନେବାକୁ ଚେଷ୍ଟା କରିଥିଲେ ହେଁ ଏହି ଅଧିକାରରୁ ତାଙ୍କୁ ବଞ୍ଚିତ କରାଯାଇଛି। ସେ ଶେଷକୃତ୍ୟ ବି ସମ୍ପନ୍ନ କରିପାରି ନାହାନ୍ତି ବୋଲି ପ୍ରିୟଙ୍କା ଟ୍ୱିଟ କରି କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯୋଗୀଙ୍କ ଇସ୍ତଫା ଦାବି କରି ଦୋଷୀଙ୍କୁ ଫାଶୀରେ ଝୁଲାଇବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story