ମଶାଣିରେ ପୂର୍ବପୁରୁଷଙ୍କୁ ନାଗରିକତାର ପ୍ରମାଣ ମାଗିଲେ ଏହି ବ୍ୟକ୍ତି

ପ୍ରୟାଗରାଜ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ହସୀବ ଅହମ୍ମଦ ନାମକ ଜଣେ ବ୍ୟକ୍ତି ଅଭିନବ ଉପାୟରେ ବିରୋଧ କରିଛନ୍ତି। ସେ ପ୍ରୟାଗରାଜରେ ଥିବା ଏକ ମଶାଣିକୁ ଯାଇ ସେଠାରେ ତାଙ୍କ ପୂର୍ବପୁରୁଷଙ୍କ ଶବ ନିକଟରେ ଛିଡ଼ା ହୋଇଥିଲେ। ଏହାପରେ ସେ ତାଙ୍କ ପୂର୍ବପୁରୁଷଙ୍କୁ ସେ ଭାରତୀୟ ନାଗରିକତ ବୋଲି ପ୍ରମାଣ କରିବା ପାଇଁ ଦସ୍ତାବିଜ ମାଗିଥିଲେ। ସେ କହିଛନ୍ତି, “ମୁଁ ଏଠାକୁ ମୋ ସଂପ୍ରଦାୟର ଅନ୍ୟ ଯୁବକଙ୍କ ସହ ଆସିଛି। ଆମେ ଏଠାରେ ଆମ ପୂର୍ବପୁରୁଷଙ୍କୁ ଆମେ […]

d

d

Hemant Lenka
  • Published: Friday, 24 January 2020
  • Updated: 24 January 2020, 01:26 PM IST

Sports

Latest News

ପ୍ରୟାଗରାଜ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ହସୀବ ଅହମ୍ମଦ ନାମକ ଜଣେ ବ୍ୟକ୍ତି ଅଭିନବ ଉପାୟରେ ବିରୋଧ କରିଛନ୍ତି। ସେ ପ୍ରୟାଗରାଜରେ ଥିବା ଏକ ମଶାଣିକୁ ଯାଇ ସେଠାରେ ତାଙ୍କ ପୂର୍ବପୁରୁଷଙ୍କ ଶବ ନିକଟରେ ଛିଡ଼ା ହୋଇଥିଲେ। ଏହାପରେ ସେ ତାଙ୍କ ପୂର୍ବପୁରୁଷଙ୍କୁ ସେ ଭାରତୀୟ ନାଗରିକତ ବୋଲି ପ୍ରମାଣ କରିବା ପାଇଁ ଦସ୍ତାବିଜ ମାଗିଥିଲେ।

ସେ କହିଛନ୍ତି, “ମୁଁ ଏଠାକୁ ମୋ ସଂପ୍ରଦାୟର ଅନ୍ୟ ଯୁବକଙ୍କ ସହ ଆସିଛି। ଆମେ ଏଠାରେ ଆମ ପୂର୍ବପୁରୁଷଙ୍କୁ ଆମେ ଭାରତୀୟ ନାଗରିକ ବୋଲି ପ୍ରମାଣ କରିବା ପାଇଁ କ’ଣ ଦସ୍ତାବିଜ ରଖିଛି ସେକଥା ପଚରାଉଛୁ ଏବଂ ଏହାକୁ ଦେବା ପାଇଁ ଅନୁରୋଧ କରୁଛୁ। ଯଦି ସେମାନେ ଦେବେନାହିଁ, ତା’ହେଲେ ସିଏଏ କଥା ବୁଝୁଥିବା ଅଧିକାରୀଙ୍କ ପାଖକୁ ଯିବି।

ଏହାପରେ ସେମାନଙ୍କୁ କହିବି ଯେ ମୋ ପୂର୍ବପୁରୁଷଙ୍କୁ ମଧ୍ୟ ମୋ ପରିବାର ଲୋକଙ୍କ ସହ ଅଟକ କେନ୍ଦ୍ରରେ ରଖାଯାଉ। କାରଣ ମୋ ପାଖରେ ମୁଁ ଏହି ଦେଶର ନାଗରିକ ବୋଲି ପ୍ରମାଣ କରିବାକୁ କୌଣସି ଦସ୍ତାବିଜ ନାହିଁ। ଏହି ଘଟଣାର ପୂରା ଭିଡିଓ ରେକର୍ଡ ହୋଇଛି ଏବଂ ଏହା ସୋଶାଲ ମିଡିଆରେ ଭାଇରାଲ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos