୪୦ ବର୍ଷ ହେଲା ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜିଦେଲା ୟୁଟ୍ୟୁବ୍

ଇମ୍ଫାଲ: ଅନେକ ସମୟରେ ଦେଖାଯାଏ ଜଣେ ଜଣେ ବ୍ୟକ୍ତି ସାମାନ୍ୟ କଥାରେ ରାଗିଯାଇ ଘର ଛାଡ଼ି ପଳାନ୍ତି। ସେମାନଙ୍କ ମଧ୍ୟରୁ କିଏ କିଛିଦିନ ପରେ ପୁଣି ଫେରିଆସନ୍ତି ତ ଆଉ କିଏ ଫେରନ୍ତି ନାହିଁ। ତେବେ ପରିବାର ଲୋକେ ତାଙ୍କ ଫେରିବା ବାଟକୁ ଚାହିଁ ବସିଥାନ୍ତି। ତାଙ୍କୁ ଠାବ କରିବାକୁ ପ୍ରୟାସ ମଧ୍ୟ କରନ୍ତି। ସବୁବେଳେ ଏହି ଆଶାରେ ରୁହନ୍ତି ଯେ ସେ ନିଶ୍ଚିତ ଫେରିଆସିବେ। ସିନେମାରେ ବର୍ଷ ବର୍ଷ ତଳେ ଅଲଗା ହୋଇଯାଇଥିବା ଲୋକେ ପୁଣିଥରେ […]

h-777

h-777

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 04:32 PM IST

Sports

Latest News

ଇମ୍ଫାଲ: ଅନେକ ସମୟରେ ଦେଖାଯାଏ ଜଣେ ଜଣେ ବ୍ୟକ୍ତି ସାମାନ୍ୟ କଥାରେ ରାଗିଯାଇ ଘର ଛାଡ଼ି ପଳାନ୍ତି। ସେମାନଙ୍କ ମଧ୍ୟରୁ କିଏ କିଛିଦିନ ପରେ ପୁଣି ଫେରିଆସନ୍ତି ତ ଆଉ କିଏ ଫେରନ୍ତି ନାହିଁ। ତେବେ ପରିବାର ଲୋକେ ତାଙ୍କ ଫେରିବା ବାଟକୁ ଚାହିଁ ବସିଥାନ୍ତି। ତାଙ୍କୁ ଠାବ କରିବାକୁ ପ୍ରୟାସ ମଧ୍ୟ କରନ୍ତି। ସବୁବେଳେ ଏହି ଆଶାରେ ରୁହନ୍ତି ଯେ ସେ ନିଶ୍ଚିତ ଫେରିଆସିବେ। ସିନେମାରେ ବର୍ଷ ବର୍ଷ ତଳେ ଅଲଗା ହୋଇଯାଇଥିବା ଲୋକେ ପୁଣିଥରେ ଘରକୁ ଫେରିଆସୁଥିବା କାହାଣୀ ଆପଣମାନେ ଦେଖିଥିବେ। ହେଲେ ବାସ୍ତବ ଜୀବନରେ ଏମିତି ଘଟଣା ବହୁତ କମ୍‌ ଦେଖିବାକୁ ମିଳେ।

କିନ୍ତୁ ଆଜିର ଡିଜିଟାଲ ଯୁଗରେ ସବୁକିଛି ସମ୍ଭବ ହୋଇପାରୁଛି। ଇଣ୍ଟରନେଟ୍‌ ମଣିଷର ସମସ୍ତ କାମକୁ ସହଜ କରିଦେଇଛି। ଏପରିକି ହଜିଥିବା ମଣିଷକୁ ବି ଖୋଜି ଦେଉଛି। ଏଭଳି ଏକ ଘଟଣା ଘଟିଛି ମଣିପରୁରେ। ଦୀର୍ଘ ୪୦ ବର୍ଷ ହେଲା ନିଖୋଜ ଥିବା ମଣିପୁର ବାସିନ୍ଦା ଖୋମଦନ ଗମ୍ଭୀର ସିଂହ(୬୬) ନାମକ ବ୍ୟକ୍ତିଙ୍କୁ ୟୁଟ୍ୟୁବ୍ ଖୋଜି ବାହାର କରିଛି ଓ ତାଙ୍କ ପରିବାର ସହ ମିଶାଇ ଦେଇଛି।

ସୂଚନା ଅନୁଯାୟୀ ଗମ୍ଭୀର ସିଂହ ୪୦ ବର୍ଷ ପୂର୍ବେ ୧୯୭୬ ମସିହାରେ ନିଜ ଭାଇଙ୍କ ସହ କିଛି ମତାନ୍ତର ହେବା କାରଣରୁ ଘର ଛାଡ଼ି ପଳାଇଥିଲେ। ପରିବାର ଲୋକେ ତାଙ୍କୁ ଖୋଜିବାକୁ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କର ସବୁ ଚେଷ୍ଟା ବିଫଳ ହୋଇଥିଲା। ଗମ୍ଭୀର ସିଂହଙ୍କର କିଛି ଖୋଜଖବର ମିଳି ନଥିଲା।

ନିକଟରେ ଫିରୋଜ ଶାକିର ନାମକ ଜଣେ ବ୍ୟକ୍ତି ୟୁଟ୍ୟୁବ୍‌ରେ ଏକ ଭିଡିଓ ଅପଲୋଡ୍‌ କରିଥିଲେ। ଯେଉଁଥିରେ ଗମ୍ଭୀର ସିଂହ ମୁମ୍ବାଇରେ ଗୀତ ଗାଇ ଭିକ ମାଗୁଥିବାର ଦେଖଥିବାକୁ ମିଳିଥିଲା। ଭାଗ୍ୟକୁ ଏହି ଭିଡିଓଟି ତାଙ୍କ ପରିବାର ଲୋକେ ଦେଖିଥିଲେ। ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ଗମ୍ଭୀର ସିଂହଙ୍କୁ ଠାବ କରିବାର କାମ। ଭିଡିଓଟିକୁ ଅପଲୋଡ୍ କରିଥିବା ଫିରୋଜ ସାକିର ପେସାରେ ଜଣେ ଫ୍ୟାସନ୍ ଡିଜାଇନର୍ ଓ ଫଟୋଗ୍ରାଫର। ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଗମ୍ଭୀର ସିଂହଙ୍କ ଫଟୋ ଅପଲୋଡ୍ କରି ଲେଖିଥିଲେ ଯେ ଗମ୍ଭୀର ସିଂହଙ୍କୁ ସେଠାରେ କିଛି ପିଲା ନେପାଳି ନେପାଳି କହି ଚିଡ଼ାଉଥିଲେ। ହେଲେ ଗମ୍ଭୀର ସେମାନଙ୍କୁ କହୁଥିଲେ ଯେ ସେ ନେପାଳି ନୁହେଁ ଭାରତୀୟ ଓ ତାଙ୍କ ଘର ମଣିପୁରରେ।

ଇମ୍ଫାଲ ପୋଲିସ୍ ଗମ୍ଭୀରଙ୍କୁ ଖୋଜିବାର ଦାୟିତ୍ୱ ନେଇଥିଲେ। ଅନେକ ଖୋଜା ଖୋଜି ପରେ ସାକିରଙ୍କ ସହ ସମ୍ପର୍କ ହୋଇଥିଲା। ପୋଲିସର କହିବା ଅନୁଯାୟୀ, ପରିବାର ଲୋକେ ଗମ୍ଭୀରଙ୍କର ଏକ ଯୁବାବସ୍ଥାର ଫଟୋ ଦେଇଥିଲେ। ପୋଲିସ୍ ସେଇ ଫଟୋ ଆଧାରରେ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରୁ ଜଣେ ବ୍ୟକ୍ତିଙ୍କୁ ପାଇଥିଲେ। ପରେ ଜଣାପଡ଼ିଥିଲା ଯେ ସେ ଗମ୍ଭୀର ଯିଏ କି ୪୦ ବର୍ଷ ପୂର୍ବେ ୨୬ ବର୍ଷ ବୟସରେ ଘର ଛାଡ଼ି ପଳାଇଥିଲେ। ଏହାପରେ ପୋଲିସ୍‌ ଗମ୍ଭୀରଙ୍କୁ ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚାଇଥିଲେ।

ଦୀର୍ଘ ୪୦ ବର୍ଷ ପରେ ପରିବାର ଲୋକଙ୍କ ଗହଣରେ ନିଜକୁ ଗମ୍ଭୀର ବହୁତ ଖୁସି ହୋଇଥିଲେ। ସେ କଥା ତାଙ୍କ ଆଖିର ଲୁହ କହିଦେଉଥିଲା ସେ କେତେ ଖୁସି। ଏହି କାହାଣୀରୁ ଏହା ସ୍ପଷ୍ଟ ହୋଇଗଲା ଯେ ଜୀବନରେ କିଛି ବି ଘଟିପାରେ। ତେଣୁ କେବେ ନିଜ ଆଶାକୁ ନିରାଶାରେ ପରିବର୍ତ୍ତନ କରିବା କଥା ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story