‘ଜୀ ନ୍ୟୁଜ୍‌’କୁ ଲକ୍ଷେ ଟଙ୍କା ଅର୍ଥଦଣ୍ଡ: କବିଙ୍କୁ କହିଥିଲେ ଦେଶଦ୍ରୋହୀ

ନୂଆଦିଲ୍ଲୀ: ‘ଜୀ ନ୍ୟୁଜ୍‌’କୁ ଅର୍ଥତଣ୍ଡ। ଦେଶର ଏକ ପ୍ରତିଷ୍ଠିତ ହିନ୍ଦୀ ନ୍ୟୁଜ୍‌ ଚାନେଲ ଭାବେ ପରିଚିତ ଏହି ଗଣମାଧ୍ୟମ ସଂସ୍ଥାକୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ନ୍ୟୁଜ୍‌  ବ୍ରୋଡକାଷ୍ଟିଂ ଷ୍ଟାଣ୍ଡାର୍ଡ ଅଥରିଟି(ଏନବିଏସଏ) ପକ୍ଷରୁ ଉକ୍ତ  ଚାନେଲକୁ ଏଭଳି ଦଣ୍ଡିତ କରାଯାଇଛି। ଖାଲି ଜରିମାନା ନୁହେଁ ବିଶିଷ୍ଟ ଉର୍ଦ୍ଦୁ କବି ତଥା ବୈଜ୍ଞାନିକ ଗୌହାର ରାଜାଙ୍କୁ ସର୍ବ ସମ୍ମୁଖରେ କ୍ଷମା ମାଗିବାକୁବି ନିର୍ଦ୍ଦେଶ ଦେଇଛନ୍ତି ଏନବିଏସଏ। ୨୦୧୬ ମାର୍ଚ୍ଚ ମାସରେ  ଉର୍ଦ୍ଦୁ କବି ଗୌହାର ରାଜାଙ୍କ ବିରୋଧରେ ଏକ ଆପତ୍ତିଜନ ଖବର ପ୍ରସାରଣ କରାଯାଇଥିବା ଅଭିଯୋଗ ଆସିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ଖବରରେ କବି ଗୌହାର ରାଜାଙ୍କୁ ଦେଶ ଦ୍ରୋହୀଭାବେ ଚିତ୍ରଣ କରାଯିବା ସହ ସେ ଆତଙ୍କବାଦୀ ଅଫଜଲ ଗୁରୁଙ୍କ ସମର୍ଥକ ବୋଲି ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା। ସଂସଦ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଫାସୀ ପାଇଥିଲେ ଅଫଜଲ ଗୁରୁ। ଉର୍ଦ୍ଦୁ କବି ଗୌହାର ରାଜା ଲେଖିଥିବା କବିତା ‘ଶଙ୍କର-ଶାଦ ମୁଶାୟରା’କୁ ଆଧାର କରି ସେ ‘ଅଫଜଲ ପ୍ରେମୀ ଗ୍ୟାଙ୍ଗ’ର ବୋଲି ଉକ୍ତ ନ୍ୟୁଜ୍‌ ଚାନେଲ ପକ୍ଷରୁ ପ୍ରସାରଣ କରାଯାଇଥିଲା।  ଏହାକୁ ନେଇ ଗୌହାର ରାଜା ଏନବିଏସଏ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ କରିଥିଲେ ଖବର ପ୍ରସାରଣ ନେଇ ଏନବିଏସଏ ପକ୍ଷରୁ ନିର୍ଦ୍ଧାରଣ ହୋଇଥିବା ଆଚରଣବିଧି,ନିରପେକ୍ଷତାର ସୀମାକୁ  ଉଲ୍ଲଂଘନ କରିଛି ଉକ୍ତ ଚାନେଲ ।

ସେହିପରି ନୈତିକତାର  ଲକ୍ଷ୍ମଣରେଖା ବାହାରକୁ ଯାଇ ଆପତ୍ତିଜନକ ଟିପ୍ପଣି ଏବଂ ତାଙ୍କୁ ବଦନାମ କଲା ଭଳି ଖବର ପରିବେଷଣ କରିଛି ଉକ୍ତ ଚାନେଲ। ଉକ୍ତ କବିତାର କେତେକ ନିର୍ଦ୍ଧିଷ୍ଟ ପଙ୍କକ୍ତିକୁ ଉଦ୍ଧାର କରି ତାଙ୍କୁ ରାଷ୍ଟ୍ର ବିରୋଧୀ ତଥା ‘ଆଣ୍ଟି ନ୍ୟାଶନାଲ’ର ବ୍ରାଣ୍ଡଭାବେ ଭାବେ ଦର୍ଶାଇଥିବା ରାଜା ଅଭିଯୋଗ ଆଣିଥିଲେ।  ଗୌହାରଙ୍କ ଅଭିଯୋଗକୁ ସ୍ଵୀକାର କରିଥିଲା ଏନବିଏସଏ। ଏଥିପାଇଁ ଗୌହାର ୧ କୋଟି ଟଙ୍କାର ମାନହାନି ଦାବି କରିଥିଲେ। କିନ୍ତୁ ଏନବିଏସଏ  ଉକ୍ତ ଚାନେଲକୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଚାନେଲ ସେପ୍ଟେମ୍ବର ୮ ରେ ଗୌହାରଙ୍କୁ କ୍ଷମା ମାଗିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ଏନବିଏସଏ ।

ସୌଜନ୍ୟ: ଟେଲିଗ୍ରାଫ

ଆହୁରି ପଢ଼ନ୍ତୁ

ଘରେ ପଶିଗଲା ବିଶାଳକାୟ ଗୋଧି, ଲୋକେ ଛାନିଆ

ପୁଣି କରୋନାରେ ଭାରତର ନୂଆ ରେକର୍ଡ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଡେଇଁଲା

ଗ୍ୟାଙ୍ଗଷ୍ଟର ବିକାଶର ପତ୍ନୀ ଦେଲେ ବଡ଼ ବୟାନ, କହିଲେ ଦରକାର ପଡ଼ିଲେ ବନ୍ଧୁକ ଉଠାଇବି

କରୋନାରେ ନୂଆ ରେକର୍ଡ କଲା ଆମେରିକା, ଦିନକରେ ୭୧ ହଜାର ପଜିଟିଭ

କରୋନା ଭାଇରସର ମୂଳ ଉତ୍ସ ଖୋଜିବାକୁ ଚାଇନା ଗଲା ହୁ’ର ଟିମ୍‌

ଆଉ ନୂଆ ଚାକିରି ସୃଷ୍ଟି କରିବନି ଭାରତୀୟ ରେଲୱେ

୧୦ମ ବୋର୍ଡ ପରୀକ୍ଷାରେ ୧୦୦ରୁ ୧୦୦ ମାର୍କ ରଖିଲେ ରିଶିତା

ପିଏମ କେୟାର୍ସ ଫଣ୍ଡର ପାର୍ଲାମେଣ୍ଟ ପ୍ୟାନେଲ ରିଭ୍ୟୁକୁ ରୋକିଲା ବିଜେପି, ସମର୍ଥନ କଲା ବିଜେଡି

ଧରାବୀ ପାଇଁ ଭାରତକୁ ହୁ’ର ପ୍ରଶଂସା

୧୦ ମହଲା ଛାତରୁ ଡେଇଁ ପଡ଼ିଲେ କରୋନା ଯୋଦ୍ଧା

ସମୁଦ୍ରରେ ଡ୍ରାଗନକୁ ଘେରିବେ ଚାରି ଦେଶ

ଭୂସ୍ଖଳନରେ ଗଲା ୭ ଜୀବନ