ଅଲକଏଦା ଭୟ: ଆମେରିକାରେ ଶରଣ ନେଲେ ତସଲିମା ନସରିନ

ୱାସିଂଟନ: ବାଙ୍ଗଲାଦେଶରେ ଇସଲାମ ବିରୁଦ୍ଧି ଲେଖା ଲାଗି ବାରମ୍ବାର ମରଣାନ୍ତକ ଆକ୍ରମଣର ସମ୍ମୁଖୀନ ହେଉଥିବା ଲେଖିକା ତସଲିମା ନସରିନ ଆମରିକାରେ ଶରଣ ନେଇଛନ୍ତି । ଆମେରିକାର ଏକ ଏନଜିଓ ‘ସେଣ୍ଟର ଫର ଇନୱାରୀ’ର ସହାୟତାରେ ତସଲିମା ଗତ ମେ ୨୭ରେ ନ୍ୟୁର୍ୟକରେ ପହଞ୍ଚି ଥିଲେ । ତାଙ୍କ ସହାୟତା ଲାଗି ଗୋଟିଏ ଜରୁରୀକାଳିନ ପାଣ୍ଠି କରାଯାଇଛି । ଏହି ପାଣ୍ଠିରୁ ସେ ରହିବା, ଖାଇବା ଓ ସୁରକ୍ଷା ବ୍ୟବସ୍ଥା କରିପାରିବେ । ଏହାବାଦ ସମ୍ପୃକ୍ତ ଏନଜିଓ ଲୋକଙ୍କୁ ଏହି ପାଣ୍ଠିରେ ଦାନ କରିବାକୁ ଅପିଲ କରିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ବାଙ୍ଗଲାଦେଶରେ ୨୦୧୫ ଫେବୃୟାରିରୁ ଏପର୍ଯ୍ୟନ୍ତ ୩ଜଣ ଧର୍ମନିରପେକ୍ଷ ଲୋକଙ୍କୁ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଅଭିଜିତ କୌର, ବଶିକୁର ରହମାନ ଏବଂ ଅନନ୍ତ ବିଜୟ ଦାସଙ୍କ ହତ୍ୟା ପଛେର ଅଲକାଏଦାର ହାତ ଥିଲା । ସଂଗଠନ ଭିଡିଓ ଜାରି କରି ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲା ।