ଆୟରଲ୍ୟାଣ୍ଡ ରଚିଲା ଇତିହାସ, ସମଲିଙ୍ଗୀ ବିବାହକୁ ଦେଲା ମଂଜୁରୀ

ଲଣ୍ଡନ: ଆୟରଲ୍ୟାଣ୍ଡରେ ସମଲଙ୍ଗୀ ବିବାହକୁ ଆଇନ ଅନୁସାରେ ଗ୍ରହଣ କରାଯାଇଛି । ଏନେଇ ଆୟରଲ୍ୟାଣ୍ଡ ସରକାର ଶନିବାର ଭୋଟିଂ କରିଥିଲେ।  ଦେଶର ସାଧାରଣ ଜନତା ଏହି ଭୋଟିଂରେ ଭାଗ ନେଇଥିଲେ। ସମଲିଙ୍ଗୀ ବିବାହ ସପକ୍ଷରେ ୬୨ ପ୍ରତିଶତରୁ ଅଧିକ ଭୋଟ ପଡିଥିଲା । ୩୭.୬ ପ୍ରତିଶତ ଏହା ବିରୋଧରେ ଭୋଟ ଦେଇଥିଲେ । ଆଉ ଏହା ସହିତ ସମଲିଙ୍ଗୀ ବିବାହକୁ ଆଇନତଃ ସ୍ୱୀକୃତି ଦେବାରେ ଆୟରଲ୍ୟାଣ୍ଡ ବନିଯାଇଛି ବିଶ୍ୱର ପ୍ରଥମ ରାଷ୍ଟ୍ର।