ଏଆଇପିଏମଟି ପରୀକ୍ଷା ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଲ ଇଣ୍ଡିଆ ପ୍ରି ମେଡିକାଲ ଟେଷ୍ଟ (ଏଆଇପିଏମଟି) ପରୀକ୍ଷାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ଏହାସହ ୪ ସପ୍ତାହ ମଧ୍ୟରେ ପୁନଃ ପରୀକ୍ଷା କରାଇବାକୁ ସିବିଏସଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହରିଆଣାରେ ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ କୋର୍ଟକୁ ମାମଲା ଯାଇଥିଲା । କୋର୍ଟ ଏହାର ବିଚାର କରି ପ୍ରଥମେ ଏଆଇପିଏମଟି ପରୀକ୍ଷା ପଳ ପ୍ରକାଶନ ଉପରେ ରୋକ ଲଗାଇ ଥିଲେ । ଏପରି କି ଜୁନ ୧୦ ତାରିଖ ପୂର୍ବରୁ ପରୀକ୍ଷା ଫଳ ପ୍ରକାଶନ ଉପରେ କଟକଣା ଜାରି କରିଥିଲେ । ଏହି ଘଟଣାର ବିଧିବଦ୍ଧ ତଦନ୍ତ କରିବାକୁ ହରିଆଣା ପୋଲିସକୁ କୋର୍ଟରେ ନିର୍ଦ୍ଦେଶ ଦେଇଥିଲେ । ଗତ ପରୀକ୍ଷାରେ ମୋଟ ୬ଲକ୍ଷ ୩୦ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ଓଡିଶାରୁ ୩୭ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ ।