କାବୁଲରେ ଆତ୍ମଘାତୀ ବିସ୍ଫୋରଣ: ୩ ମୃତ, ୨୦ ଆହତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ଅନ୍ତର୍ଜତୀୟ ବିମାନ ବନ୍ଦର ନିକଟରେ ରବିବାର ସକାଳ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଆକ୍ରମଣକାରୀମାନେ ଏକ କାରରେ ବିସ୍ଫୋରକ ରଖି ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଦୁଇ ଜଣ ଆଫଗାନର ୨ ଜଣ ଯୁବତୀ ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ୟୁରୋପୀୟାନ ୟୁନିୟନ ପୋଲିସ୍ ମିଶନର କର୍ମଚାରୀ। ଆହତଙ୍କ ମଧ୍ୟରେ ଅଛନ୍ତି ୮ ଜଣ ମହିଳା ଓ ତିନି ଜଣ ଶିଶୁ।

ଆଫଗାନିସ୍ତାନର ୟୁରୋପୀୟାନ୍ ୟୁନିୟନ୍ ପୋଲିସ୍ ମିଶନ ଟାଗେର୍ଟରେ ଥିଲେ  ବୋଲି କୁହାଯାଉଛି । ଗୃହ ମନ୍ତ୍ରଣାଳୟର ଉପପ୍ରବକ୍ତା  ନଜିବ ଦାନିଶ୍ କହିଛନ୍ତି ଯେ, ବିମାନ ବନ୍ଦର ଟର୍ମିନାଲ୍ ନିକଟରେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ  ୟୁରୋପୀୟାନ ୟୁନିୟନ ପୋଲିସ୍ ମିଶନର ଗୋଟିଏ ବିଦେଶୀ ଗାଡ଼ି ଓ ଦୁଇଟି ସ୍ଥାନୀୟ ଲୋକଙ୍କ ଗାଡିନଷ୍ଟ ହୋଇଛି । ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ତାଲିବାନୀ ନିଜକୁ ଦାୟୀ କରିଛି।

ସୂଚନାଯୋଗ୍ୟ, ଆତଙ୍କବାଦୀମାନେ ଗତ ସପ୍ତାହରେ କାବୁଲର ଏକ ଗେଷ୍ଟ୍ ହାଉସରେ ଆକ୍ରମଣ କରିଥିଲେ। ଏଥିର ୪ ଜଣ ଭାରତୀୟଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଫଗାନିସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଟାର୍ଗେଟ କରି ଏହି ଗେଷ୍ଟ ହାଉସରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ବୋଲି କୁହାଯାଉଛି। ଆକ୍ରମଣ ବେଳେ ଉକ୍ତ ଗେଷ୍ଟ୍ ହାଉସରେ ସେ ଥିଲେ। ତେବେ ତାଙ୍କୁ ସେଠାରୁ ତାଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା।