କେନିଆରୁ ମିଳିଲା ସର୍ବପୁରାତନ ପଥର ହାତହତିଆର

କାଲିଫର୍ନିଆ: ଆଦିମ ମାନବମାନେ ବ୍ୟବହାର କରୁଥିବା ସର୍ବପୁରାତନ ପଥର ତିଆରି ହାତହତିଆର କେନିଆରୁ ଆବିଷ୍କୃତ ହୋଇଛି । ଏହିସବୁ ହାତହତିଆର ଆନୁମାନିକ ୩୩ ଲକ୍ଷବର୍ଷ ପୂର୍ବେ ଆଦିମ ମାନବ ମାନେ ଶିକାର ପାଇଁ ବ୍ୟବହାର କରୁଥିଲେ । ତେବେ ଏହାକୁ ନେଇ ଭୂ-ବିଜ୍ଞାନି ଓ ପ୍ରତ୍ନତତ୍ତ୍ୱବିତଙ୍କ ମଧ୍ୟରେ ଭିନ୍ନମତ ଦେଖାଦେଇଛି । ଆଉ କେତେକ ବିଶେଷଜ୍ଞଙ୍କ କହିବା କଥା ଏହି ହାତହତିଆରର ବୟସ ଜଣାପଡିଥିବା ବୟସଠାରୁ ୭୦ହଜାର ବର୍ଷ ପୁରୁଣା । ଆଉ କେତେକଙ୍କ ମତରେ, ପ୍ରକୃତ ବୟସ ଚିହ୍ନଟ କରିବାରେ ଏହିଭଳି ସାମଞ୍ଜସ୍ୟ ଦେଖାଦିଏ । ଏହା ବହୁ ବର୍ଷ ପୁରୁଣା ହୋଇଥିବାରୁ ଏହିପରି ତାରତମ୍ୟ ଦେଖାଦିଏ ।

ତେବେ ଏହାର ବହୁ ହଜାର ବର୍ଷପୂର୍ବରୁ ମଣିଷମାନେ ପୃଥିବୀପୃଷ୍ଠରେ ଜନ୍ମ ନେଇଥାଇପାରନ୍ତି ବୋଲି ମତପ୍ରକାଶ ପାଇଛି । ଏହି ହାତହତିଆର କେନିଆର ଇଥିପିଆର ଗୋନା ସହର ଏକ ହ୍ରଦ ନିକଟରୁ ଆବିଷ୍କୃତ କରାଯାଇଛି । ତେବେ ଏହି ହାତହତିଆରକୁ ସ୍ୱତନ୍ତ୍ର ଭାବେ ରାସାୟନିକ ପ୍ରଲେପ ଦିଆଯାଇ ମୁ୍ୟଜିୟମରେ ରଖାଯିବ । ଏଥିରୁ ପୃଥିବୀ ସମ୍ବନ୍ଧୀୟ ପରୀକ୍ଷାନିରୀକ୍ଷା କରାଯିବ । ଏହା ଆଜିର ଯୁବଗୋଷ୍ଟୀଙ୍କୁ ବେଶ ଉପାଦେୟ ହେବ ବୋଲି ମତପ୍ରକାଶ ପାଇଛି ।