ଗୋଟିଏ ବର୍ଷ ଲାଗି କଂଗ୍ରେସ ଅଧ୍ୟକ୍ଷା ରହିଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ମଙ୍ଗଳବାର ବସିଥିବା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ସୋନିଆ ଗାନ୍ଧିଙ୍କୁ ପୁଣି ଅଧ୍ୟକ୍ଷା ଭାବେ ଚୟନ କରାଯାଇଛି । ଏହାସହ ରାହୁଲ ଗାନ୍ଧିଙ୍କୁ ପାର୍ଟି ଦାୟିତ୍ୱ ଦିଆଯିବା ନେଇ ଚାଲିଥିବା ଚର୍ଚ୍ଚାରେ ବ୍ରେକ ଲାଗିଛି । ସୂଚନାଯୋଗ୍ୟ ଯେ, ରାହୁଲ କିଛିଦିନ ତଳେ କଂଗ୍ରେସ ନେତାମାନଙ୍କ ସହ ଅନୁଷ୍ଠିତ ବୈଠକରେ ସମସ୍ତେ ତାଙ୍କୁ ସିଧାସଳଖ ରିପୋର୍ଟ କରିବାକୁ କହିଥିଲେ । ଏଥିରୁ ରାହୁଲଙ୍କୁ ଦଳର ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଦଳର କାର୍ଯ୍ୟକାରିଣୀ ବୈଠକରେ ଅଧିକାଂଶ ସଦସ୍ୟ ସୋନିଆଙ୍କ ଉପରେ ଭରସା ଦେଖାଥିଲେ । ଏହାକୁ ଦୃଷ୍ଟିରେ ରଖି ସୋନିଆଙ୍କ କାର୍ଯ୍ୟକାଳକୁ ଆଉ ଗୋଟିଏ ବର୍ଷ ଲାଗି ବଢାଇ ଦିଆଯାଥିଲା। ବୈଠକରେ ସୋନିଆ ମୋଦିଙ୍କୁ ସମାଲୋଚନା କରିବା ସହ ରାହୁଲଙ୍କ ପ୍ରଶଂସା କରିଥିଲେ । ସେ ମୋଦିଙ୍କୁ ସମାଲୋଚନା କରି ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା କହିବା ସହ ସରକାରଙ୍କ ବିରୋଧରେ ରାହୁଲ କରିଥିବା ପ୍ରଦର୍ଶନକୁ ପ୍ରଶଂସା କରିଥିଲେ।