ଜେଲରେ ଲସ୍କର ଖୋଲିଛି କଣ୍ଟ୍ରୋଲ ରୁମ୍

ନିଉୟର୍କ: ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ବୈଷୟିକ ମୁଖ୍ୟ ଜରାର ଶାହା ଓ ତା’ର ପ୍ରମୁଖ ସହଯୋଗୀମାନେ ଏବେ ଜେଲରେ ଅଛନ୍ତି। କିନ୍ତୁ ଜେଲରୁ ବି ସେମାନେ ସଂଗଠନର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଛନ୍ତି। ଆଇଏସଆଇର ସହଯୋଗରେ ସେମାନେ ଏ କାର୍ଯ୍ୟ କରୁଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣ ସମୟରେ କରାଚୀରେ ଏକ କଣ୍ଟ୍ରୋଲ ରୁମ୍ କରି ଏମାନେ ପୂରା ଅପରେସନକୁ ନିୟନ୍ତ୍ରଣ କରିଥିଲେ। ଠିକ୍ ସେହିଭଳି ଏକ କଣ୍ଟ୍ରୋଲ ରୁମ୍ ସେମାନେ ଏବେ ପାକିସ୍ତାନ ସେନାର ରାଜଧାନୀ ଭାବେ ପରିଚିତ ରାୱାଲପିଣ୍ଡିର ଏକ ଜେଲରେ ଖୋଲିଛନ୍ତି। ଆଉ ସେଠାରୁ ସଂଗଠନର ଆତଙ୍କୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଛନ୍ତି।