ଜୈଲ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଥିଲା ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରାଷ୍ଟ୍ରପତିଙ୍କ ସହିତ ରାଷ୍ଟ୍ରପତି ଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ମଧ୍ୟ ଦରବାର ହଲରେ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ଏକ ଫଟୋରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

୧୯୧୬ ମସିହା ମେ’୫ ତାରିଖରେ ଅବିଭାଜିତ ଭାରତର ପଞ୍ଜାବ ସ୍ଥିତ ସାନ୍ଧୱାନଠାରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୮୨ରୁ ୧୯୮୭ ପର୍ଯ୍ୟନ୍ତ ସେ ଦେଶର ରାଷ୍ଟ୍ରପତି ଥିଲେ। ୧୯୯୪ ଡିସେମ୍ବର ୨୫ରେ ତାଙ୍କର ନିଧନ ହୋଇଥିଲା।