ପାକିସ୍ତାନ ଓ ରୁଷିଆ ମଧ୍ୟରେ ହେବ ପ୍ରଥମ ମିଳିତ ସମରାଭ୍ୟାସ

ଇସଲାମବାଦ: ପାକିସ୍ତାନ ଓ ରୁଷିଆ ମଧ୍ୟରେ ହେବ ପ୍ରଥମ ମିଳିତ ସମରାଭ୍ୟାସ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମନ୍ୱୟକୁ ବୃଦ୍ଧି କରିବା ପାଇଁ ଏହି ନିଷ୍ପତ୍ତି ହୋଇଛି ।  ଏନେଇ ମୋସ୍କୋରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜ ଅସିଫ୍ ଓ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଇଗୁଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

 ଏ ଆଞ୍ଚଳିକ ସୁରକ୍ଷା ସମ୍ମିଳନୀରେ ଯୋଗ ଦେବା ପାଇଁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ମସ୍କୋ ଗସ୍ତରେ ଅଛନ୍ତି।ଦୁଇ ଦେଶର ସେନା ମଧ୍ୟରେ ପ୍ରଶିକ୍ଷଣ ଜନିତ ସମନ୍ୱୟ ସହିତ ଅସ୍ତ୍ରଶସ୍ତ୍ର ଆମଦାନୀ ନେଇ ସେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସହିତ ଆଲୋଚନା କରିଥିଲେ।ଏହା ସହିତ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ଆପୋଷ ଆଲୋଚନା ଦ୍ୱାରା ସମାଧାନ କରାଯିବ ବୋଲି ଖୱାଜ ଅସିଫ୍ କହିଛନ୍ତି।