ଫୁଟିଗଲା ବୋମା, ମଲା ଆଇଏସର ପାକିସ୍ତାନ ମୁଖ୍ୟ ହାଫିଜ

ବେଙ୍ଗଲୁରୁ: ବୋମା ବିସ୍ଫୋରଣରେ ଶୁକ୍ରବାର ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍)ର ପାକିସ୍ତାନ ମୁଖ୍ୟ ହାଫିଜ ସୟିଦର ମୃତୁ୍ୟ ହୋଇଛି । ପାକିସ୍ତାନର ଖୈବର କବାୟଲୀ ଅଞ୍ଚଳରେ ତିରାହ ଘାଟିରେ ନିଜର ଦୁଇ ଜଣ ସାଥୀଙ୍କ ସହିତ ମିଶି ବୋମା ଲଗାଉଥିଲା ହାଫିଜ।

ଆଉ ସେତିକି ବେଳେ ବିସ୍ଫୋରଣ ଘଟିବାରୁ ତା’ର ମୃତୁ୍ୟ ହୋଇଯାଇଥିଲା।ପାକିସ୍ତାନ ପୁଲିସ୍ ଦାବି କରିଛି ଯେ ଏଥିରେ ଜଣଙ୍କର ମୃତୁ୍ୟ ହୋଇଛି ଓ ସେ ହେଉଛି ହାଫିଜ ସୟିଦ। ଅନ୍ୟପକ୍ଷରେ ଆଇଏସ ପକ୍ଷରୁ ଏନେଇ କିଛି କୁହାଯାଇନାହିଁ । ହାଫିଜ ଥିଲା ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ୫ ପ୍ରମୁଖ କୋମାଣ୍ଡରଙ୍କ ମଧ୍ୟରୁ ଜଣେ।

ଏମାନେ ଗତବର୍ଷ ଅକ୍ଟୋବର ମାସରେ ଏହି ଆତଙ୍କବାଦୀ ସଂଗଠନରୁ ଅଲଗା ହୋଇଯାଇଥିଲେ ଓ ଆଇଏସରେ ମିଶି ଥିଲେ। ଆଇଏସର ନେତୃତ୍ୱ ନେଉଥିବା ଲୋକେ ହାଫିଜ ସୟିଦକୁ ସଂଗଠନର ପାକିସ୍ତାନ ଶାଖା ମୁଖ୍ୟ ଭାବେ ଘୋଷଣା କରିଥିଲେ ।