ବିଜେପି ଛାଡ଼ି ଆରଏସ୍‌ଏସ୍‌ ଫେରିଲେ ରାମଲାଲ୍, ନେଲେ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ବିଜେପିର ସାଧାରଣ ସମ୍ପାଦକ (ସଂଗଠନ) ରାମ ଲାଲ ଆଜି ତାଙ୍କର ମୂଳ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) ଫେରିଯାଇଛନ୍ତି। ତାଙ୍କୁ ସଂଘର ‘ଅଖିଳ ଭାରତୀୟ ସେହ ସମ୍ପର୍କ ପ୍ରମୁଖ’ ଦାୟିତ୍ୱ ମିଳିଛି। ଅନ୍ୟପକ୍ଷରେ ଭି. ସତୀଶ ରାମଲାଲଙ୍କ ଦାୟିତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି।

ରାମଲାଲ ବିଜେପିର ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ଦୀର୍ଘ ସମୟ ଧରି ତୁଲାଇ ଆସୁଥିଲେ। ସେ ସଞ୍ଜୟ ଯୋଶୀଙ୍କ ସ୍ଥାନରେ ଏହି ଦାୟିତ୍ୱ ନେଇଥିଲେ। ତାଙ୍କ ନିଯୁକ୍ତି ବାବଦରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାର ସୂଚନା ଦେଇଛନ୍ତି। ତେବେ ରାମଲାଲଙ୍କ ସ୍ଥାନ କିଏ ନେବେ ପଚରାଯିବାରୁ ସେ କହିଛନ୍ତି, ତାହା ବିଜେପିର ଅନ୍ତରୀଣ ମାମଲା, ସେମାନେ ନିଷ୍ପତ୍ତି ନେବେ।